ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା!

ଭଦ୍ରକ(ପାର୍ଥ ସାରଥୀ ନାୟକ): ପୂର୍ବ ଶତ୍ରୁତାରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ରାସ୍ତାକଡ଼ରୁ ତାଙ୍କ ରକ୍ତାକ୍ତ  ମୃତଦେହ ଉଦ୍ଧାର କରାଯାଇଛି। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହଳଦୀ ଦିହ ବାଇପାସ ନିକଟରେ। ମୃତକ ହେଲେ ଖଣ୍ଡତଡା ପଞ୍ଚାୟତ ଅନ୍ତର୍ଗତ ମଉଦା ମହାଦେବପୁରର ନରେନ୍ଦ୍ର ସାହୁ। ଗତ କିଛି ମାସ ପୂର୍ବରୁ ନରେନ୍ଦ୍ରଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।ଗତକାଲି ସନ୍ଧ୍ୟାବେଳେ ହଳଦୀ […]

bhadrak

bhadrak

Tapaswini Nayak
  • Published: Monday, 28 November 2022
  • Updated: 28 November 2022, 11:43 AM IST

Sports

Latest News

ଭଦ୍ରକ(ପାର୍ଥ ସାରଥୀ ନାୟକ): ପୂର୍ବ ଶତ୍ରୁତାରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ରାସ୍ତାକଡ଼ରୁ ତାଙ୍କ ରକ୍ତାକ୍ତ  ମୃତଦେହ ଉଦ୍ଧାର କରାଯାଇଛି। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହଳଦୀ ଦିହ ବାଇପାସ ନିକଟରେ। ମୃତକ ହେଲେ ଖଣ୍ଡତଡା ପଞ୍ଚାୟତ ଅନ୍ତର୍ଗତ ମଉଦା ମହାଦେବପୁରର ନରେନ୍ଦ୍ର ସାହୁ।

ଗତ କିଛି ମାସ ପୂର୍ବରୁ ନରେନ୍ଦ୍ରଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।ଗତକାଲି ସନ୍ଧ୍ୟାବେଳେ ହଳଦୀ ଦିହ ବାଇପାସ ନିକଟରେ ଥିବା ଆରଆଇଅଫିସ ନିକଟରେ ନରେନ୍ଦ୍ରଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ  ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ନରେନ୍ଦ୍ରଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ତାଙ୍କୁ କିଏ ହତ୍ୟା କରି ଫୋପାଡ଼ି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ନରେନ୍ଦ୍ରଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos