ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁକୁ ନେଇ ସସପେନ୍ସ

ଚମ୍ପୁଆ(ଦୀପକ କୁମାର ଶତପଥୀ): ନିଜ ସରକାରୀ ବାସଭବନରୁ ମିଳିଲା ଡାକ୍ତରଙ୍କ ମୃତଦେହ। ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି। ମୃତ ଡାକ୍ତରଜଣକ ୨୫ ବର୍ଷୀୟ ଶୁଭଶ୍ରୀ କର  । ସେ କେନ୍ଦୁଝର ଜିଲ୍ଲା ଯୋଡା ପୌରାଞ୍ଚଳର ବନେଇକଳାଠାରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିଲେ । ସରକାରଙ୍କ ନିରାମୟ ଯୋଜନାରେ  ବନେଇକଳା ସହରାଞ୍ଚଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେ ନିୟୋଜିତ ଥିଲେ।  ସେ  ସ୍ୱାସ୍ଥ୍ୟ କେନ୍ଦ୍ରର ଉପର ମହଲାରେ ରହୁଥିବା […]

pic

  • Published: Monday, 02 January 2023
  • , Updated: 02 January 2023, 09:49 AM IST

ଚମ୍ପୁଆ(ଦୀପକ କୁମାର ଶତପଥୀ): ନିଜ ସରକାରୀ ବାସଭବନରୁ ମିଳିଲା ଡାକ୍ତରଙ୍କ ମୃତଦେହ। ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି। ମୃତ ଡାକ୍ତରଜଣକ ୨୫ ବର୍ଷୀୟ ଶୁଭଶ୍ରୀ କର  । ସେ କେନ୍ଦୁଝର ଜିଲ୍ଲା ଯୋଡା ପୌରାଞ୍ଚଳର ବନେଇକଳାଠାରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିଲେ ।

ସରକାରଙ୍କ ନିରାମୟ ଯୋଜନାରେ  ବନେଇକଳା ସହରାଞ୍ଚଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେ ନିୟୋଜିତ ଥିଲେ।  ସେ  ସ୍ୱାସ୍ଥ୍ୟ କେନ୍ଦ୍ରର ଉପର ମହଲାରେ ରହୁଥିବା ବେଳେ ରବିବାର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଠିକ୍‌ ସମୟରେ ଯାଇ ନ ଥିଲେ।  ଏହାପରେ ସନ୍ଦେହ ହେବାରୁ ସନ୍ଧ୍ୟା ସମୟରେ ତାଙ୍କ ସହକର୍ମୀମାନେ ଯୋଡା ଥାନାକୁ ଖବର ଦେଇଥିଲେ।

ବଡବିଲ ତହସିଲଦାରଙ୍କ ଉପସ୍ଥିତିରେ ପୁଲିସ ଘରର କବାଟ ଭାଙ୍ଗି ଶୁଭଶ୍ରୀଙ୍କ ମୃତଦେହ ଖଟ ଉପରେ ପଡିଥିବା ପାଇଥିଲା। ତାଙ୍କୁ ତୁରନ୍ତ ଯୋଡା ସ୍ଥିତ ଟାଟା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଡାକ୍ତର ଶୁଭଶ୍ରୀ କରଙ୍କ ଘର କଟକ ଜିଲ୍ଲା ନିଆଳିରେ ହୋଇଥିବା ବେଳେ ଖବର ପାଇ ତାଙ୍କ ପରିବାର ଲୋକେ  ଯୋଡାସ୍ଥିତ ଟାଟା ଡାକ୍ତରଖାନାରେ ପହଞ୍ଚିଛନ୍ତି।  ଝିଅର ମୃତ୍ୟୁ ଖବର ଯୋଗୁ ଶକ୍ତ ଝଟକା ଲାଗିଥିବା ବେଳେ ସେମାନେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଏପରିକି ସେମାନେ କିଛି କହିବାକୁ ମନା କରି ଦେଇଥିବା ବେଳେ ମୃତଦେହ ଧରି ଗାଁକୁ ଫେରିଯିବେ ବୋଲି ଜଣାଯାଇଛି।

ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡିନଥିବାବେଳେ ପୁଲିସ୍‌ ତଦନ୍ତ ଜାରି ରହିଛି।

Related story