ବିଲରୁ ମିଳିଲା ଚାଷୀଙ୍କ ମୃତଦେହ

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ତିଳେଶ୍ୱର ଗାଁର ଏକ ବିଲରୁ ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଚାଷୀ ଜଣଙ୍କ ହେଲେ ନରେନ୍ଦ୍ର ଡାଙ୍ଗ। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ନରେନ୍ଦ୍ର ଚାଷ କାମ କରିବା ପାଇଁ ବିଲକୁ ଯାଇଥିଲେ। ତେବେ ବିଲରୁ ଫେରିବା ତାଙ୍କର ବିଳମ୍ବ ହୋଇଥିଲା। ଏନେଇ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ତାଙ୍କ ମୃତଦେହ ବିଲରୁ ମିଳିଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ […]

deadbody

Tapaswini Nayak
  • Published: Thursday, 09 July 2020
  • , Updated: 09 July 2020, 01:42 PM IST

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ତିଳେଶ୍ୱର ଗାଁର ଏକ ବିଲରୁ ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଚାଷୀ ଜଣଙ୍କ ହେଲେ ନରେନ୍ଦ୍ର ଡାଙ୍ଗ।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ନରେନ୍ଦ୍ର ଚାଷ କାମ କରିବା ପାଇଁ ବିଲକୁ ଯାଇଥିଲେ। ତେବେ ବିଲରୁ ଫେରିବା ତାଙ୍କର ବିଳମ୍ବ ହୋଇଥିଲା। ଏନେଇ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ତାଙ୍କ ମୃତଦେହ ବିଲରୁ ମିଳିଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ନରେନ୍ଦ୍ର ଆତ୍ମହତ୍ୟା କରିଛନ୍ତି ନା, ତାଙ୍କୁ ହତ୍ୟା କରାଯାଇଛି ସେ ନେଇ ଜଣାପଡ଼ି ନାହିଁ। ପୁଲିସ୍ ଘଟଣାର ତଦନ୍ତ କରୁଛି।

Related story