ସନ୍ଧ୍ୟାରେ କାମ ମାଗୁଥିଲେ, ସକାଳେ ମିଳିଲା ମୃତଦେହ

ଆସିକା(ମନୋଜ ମୁନି): ଗତକାଲି ସନ୍ଧ୍ୟାରେ କାମ ସନ୍ଧାନରେ ବଜାରରେ ବୁଲୁଥିବା ଯୁବକଙ୍କ ମୃତଦେହ ଆଜି ସକାଳୁ ଖେଳ ପଡିଆ ପଛପଟୁ  ମିଳିଛି। ମୃତଦେହ ନିକଟରେ ଜୋତା ଓ ମୋବାଇଲ ପଡ଼ିଥିବା ବେଳେ ବେକରେ ତଣ୍ଟି ଚିପା ଦାଗ ରହିଛି। ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ କିଏ ଓ କାହିଁକି ଏହି ହତ୍ୟାକାଣ୍ଡ ଘଟାଇଲା ତାହାର ତଦନ୍ତ କରୁଛି ପୁଲିସ୍‌। ମୃତକଜଣଙ୍କ ହେଲେ ଗଜପତି ଜିଲ୍ଲା ରାମଗିରି ଗ୍ରାମର ସୀମାଞ୍ଚଳ ସାହୁ […]

DeadBody

Niharika Rout
  • Published: Thursday, 30 June 2022
  • , Updated: 30 June 2022, 12:42 PM IST

ଆସିକା(ମନୋଜ ମୁନି): ଗତକାଲି ସନ୍ଧ୍ୟାରେ କାମ ସନ୍ଧାନରେ ବଜାରରେ ବୁଲୁଥିବା ଯୁବକଙ୍କ ମୃତଦେହ ଆଜି ସକାଳୁ ଖେଳ ପଡିଆ ପଛପଟୁ  ମିଳିଛି। ମୃତଦେହ ନିକଟରେ ଜୋତା ଓ ମୋବାଇଲ ପଡ଼ିଥିବା ବେଳେ ବେକରେ ତଣ୍ଟି ଚିପା ଦାଗ ରହିଛି। ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ କିଏ ଓ କାହିଁକି ଏହି ହତ୍ୟାକାଣ୍ଡ ଘଟାଇଲା ତାହାର ତଦନ୍ତ କରୁଛି ପୁଲିସ୍‌।

ମୃତକଜଣଙ୍କ ହେଲେ ଗଜପତି ଜିଲ୍ଲା ରାମଗିରି ଗ୍ରାମର ସୀମାଞ୍ଚଳ ସାହୁ (୨୫) । ଗଞ୍ଜାମ ଜିଲ୍ଲା ଶେରଗଡ ଗ୍ରାମସ୍ଥିତ ମହାତ୍ମାଗାନ୍ଧୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ପଛପଟୁ ଆଜି ସକାଳେ ପୁଲିସ୍‌ ସୀମାଞ୍ଚଳଙ୍କ ମୃତଦେହ ଜବତ କରିଛି ।

ସୂଚନା ଅନୁଯାୟୀ, ସୀମାଞ୍ଚଳ ଗତ କିଛି ବର୍ଷ ହେଲା ଭୁବନେଶ୍ୱରର ଏକ ହୋଟେଲରେ ରହି କାମ କରୁଥିଲେ। ଗତ ୨ ଦିନ ହେଲା ସେ ଗାଁକୁ ଫେରିଥିଲେ । ମାତ୍ର ଗତକାଲି ସନ୍ଧ୍ୟା ସମୟରେ ସେ ଶେରଗଡ଼ ବଜାରରେ ବୁଲି କାମ ସନ୍ଧାନ କରୁଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ନିକଟରୁ ପ୍ରକାଶ। ଏହାପରେ ଆଜି ସକାଳେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।

ସୀମାଞ୍ଚଳଙ୍କ ଘର ଗଜପତି ଜିଲ୍ଲାରେ ହୋଇଥିବା ବେଳେ ସେ ଗଞ୍ଜାମ ଜିଲ୍ଲାକୁ ଆସି କାହିଁକି କାମ ଖୋଜୁଥିଲେ, ତାଙ୍କର ଏଠାରେ କିଏ ଶତ୍ରୁ ଥିଲା କି, କିଏ କାହିଁକି ତାଙ୍କ ହତ୍ୟା କଲା, ଏ ସମସ୍ତ ଦିଗରେ ତଦନ୍ତ ଆରମ୍ଭ କରିଛି ପୁଲିସ୍‌।

ସୀମାଞ୍ଚଳଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିବା ବେଳେ ସେମାନେ ପହଞ୍ଚି ନ ଥିବା ଜଣାଯାଇଛି। ପୁଲିସ୍‌ ଓ  ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି।

ପରିବାର ଲୋକେ ପହଞ୍ଚିବା ପରେ ସୀମାଞ୍ଚଳଙ୍କର କାହା ସହ ପୂର୍ବରୁ ଶତ୍ରୁତା ଥିଲା କି ନାହିଁ ସେ ସମ୍ପର୍କରେ ସ୍ପଷ୍ଟ ହୋଇପାରିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।

Related story