ହାଇସିକ୍ୟୁରିଟି ପ୍ଲେଟ ମହଲତ ବଢ଼ିଲା, କେଉଁ ନମ୍ବର ପାଇଁ କେବେ ଶେଷ ତାରିଖ ଜାଣନ୍ତୁ

କଟକ (ଓଡ଼ିଶା ରିପୋର୍ଟର):ବେଶ୍ କିଛି ଦିନ ହେବ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌କୁ ନେଇ ଯେଉଁ ଟେନ୍‌ସନ୍ ଚାଲିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବା ଅବଧିକୁ ବଢ଼ାଇ ଦିଆଯାଇଛି। ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ)ଙ୍କ ପକ୍ଷରୁ ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁ ଗାଡ଼ି ଗୁଡ଼ିକର ନମ୍ବରର ଶେଷ ଅଙ୍କ ୧,୨,୩ ଓ ୪ ଥିଲା, ସେମାନଙ୍କ ଡେଡ୍‌ଲାଇନ୍ ଆଜି ସରୁଥିଲା। ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ଅକ୍ଟୋବର ପହିଲାରୁ (ଆସନ୍ତାକାଲି ଠାରୁ) […]

high security number plate

  • Published: Friday, 30 September 2022
  • , Updated: 30 September 2022, 07:59 PM IST

କଟକ (ଓଡ଼ିଶା ରିପୋର୍ଟର):ବେଶ୍ କିଛି ଦିନ ହେବ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌କୁ ନେଇ ଯେଉଁ ଟେନ୍‌ସନ୍ ଚାଲିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବା ଅବଧିକୁ ବଢ଼ାଇ ଦିଆଯାଇଛି। ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ)ଙ୍କ ପକ୍ଷରୁ ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।

ଯେଉଁ ଗାଡ଼ି ଗୁଡ଼ିକର ନମ୍ବରର ଶେଷ ଅଙ୍କ ୧,୨,୩ ଓ ୪ ଥିଲା, ସେମାନଙ୍କ ଡେଡ୍‌ଲାଇନ୍ ଆଜି ସରୁଥିଲା। ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ଅକ୍ଟୋବର ପହିଲାରୁ (ଆସନ୍ତାକାଲି ଠାରୁ) ସେମାନଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ିଥା’ନ୍ତା। ଅବଶ୍ୟ ସରକାର କହିଥିଲେ ଯେ ଯେଉଁମାନେ ନମ୍ବର ପ୍ଲେଟ୍ ପାଇଁ ସ୍ଲଟ୍ ବୁକ୍ କରିଥିବେ, ସେମାନଙ୍କୁ ଫାଇନ୍ ଦେବାକୁ ପଡ଼ିବନି। ତେବେ ଏଥିପାଇଁ ସ୍ଲଟ୍ ବୁକିଂ ହୋଇଥିବାର ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। କିନ୍ତୁ ଏସ୍‌ଟିଏର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଲୋକେ ଆଶ୍ୱସ୍ତ ହୋଇଛନ୍ତି। ଯେଉଁମାନଙ୍କ ଗାଡ଼ିର ନମ୍ବରର ଶେଷ ଅଙ୍କ ୧,୨,୩ ଓ ୪ ଥିବ ସେମାନଙ୍କ ପାଇଁ ହାଇସିକ୍ୟୁରିଟି ପ୍ଲେଟ୍ ଲଗାଇବାର ସମୟସୀମା ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

ସେହିପରି ଯେଉଁମାନଙ୍କ ଗାଡ଼ି ନମ୍ବରର ଶେଷ ଅଙ୍କ ୫ ଓ ୬ ରହିଛି, ସେମାନଙ୍କ ପାଇଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାର ସମୟସୀମା ୩୦ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଶେଷ ଅଙ୍କ ୭ ଓ ୮ ଥିବା ଗାଡ଼ିଗୁଡ଼ିକରେ ପ୍ଲେଟ୍ ଲଗାଇବା ପାଇଁ ଶେଷ ତାରିଖ ଡିସେମ୍ବର ୩୧ ରଖାଯାଇଛି। ଯେଉଁ ଗାଡ଼ି ଗୁଡ଼ିକର ନମ୍ବରର ଶେଷ ଅଙ୍କ ୯ ଓ ୦ ଥିବ, ସେଗୁଡ଼ିକରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ପାଇଁ ସମୟସୀମାକୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଛି।

Related story