ରାଜ୍ୟ କର୍ମଚାରୀଙ୍କ ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ ଅବଧି ନଭେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ କର୍ମଚାରୀ (ଗେଜେଟେଡ୍ ଓ ଅଣଗେଜେଟେଡ୍)ଙ୍କ ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ ଅବଧିକୁ ରାଜ୍ୟ ସରକାର ନଭେମ୍ବର ୧୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଆଜି ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମସ୍ତ ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଅବଗତ କରାଯାଇଛି। ସୂଚନା ଅନୁସାରେ, ଓଡ଼ିଶା ସରକାରୀ କର୍ମଚାରୀ କଣ୍ଡକ୍ଟ ରୁଲସ-୧୯୫୯ର ଧାରା ୨୧ର ଉପଧାରା-୪ ଅନ୍ତର୍ଗତ ରାଜ୍ୟର ସମସ୍ତ ସରକାରୀ ନିଜର ସ୍ଥାବର ଓ ଅସ୍ଥାବର […]

bill

Manoranjan Sial
  • Published: Tuesday, 15 September 2020
  • , Updated: 15 September 2020, 08:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ କର୍ମଚାରୀ (ଗେଜେଟେଡ୍ ଓ ଅଣଗେଜେଟେଡ୍)ଙ୍କ ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ ଅବଧିକୁ ରାଜ୍ୟ ସରକାର ନଭେମ୍ବର ୧୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଆଜି ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମସ୍ତ ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଅବଗତ କରାଯାଇଛି।

ସୂଚନା ଅନୁସାରେ, ଓଡ଼ିଶା ସରକାରୀ କର୍ମଚାରୀ କଣ୍ଡକ୍ଟ ରୁଲସ-୧୯୫୯ର ଧାରା ୨୧ର ଉପଧାରା-୪ ଅନ୍ତର୍ଗତ ରାଜ୍ୟର ସମସ୍ତ ସରକାରୀ ନିଜର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସମ୍ପର୍କରେ ପ୍ରତିବର୍ଷ ଜୁଲାଇ ୩୧ତାରିଖ ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ରାଜ୍ୟ ସରକାରଙ୍କୁ ଅବଗତ କରିଥାନ୍ତି। ମାତ୍ର ଚଳିତବର୍ଷ କୋଭିଡ-୧୯ ସଂକ୍ରମଣ ଯୋଗୁ ଅନଲାଇନରେ ସମ୍ପତ୍ତି ବିବରଣୀ ଦାଖଲର ଶେଷ ତାରିଖକୁ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ତେବେ କୋଭିଡ୍ ମହାମାରୀ ନିୟନ୍ତ୍ରଣରେ ଅଧିକାଂଶ କର୍ମଚାରୀ ଓ ଅଫିସର ନିୟୋଜିତ ଥିବାରୁ ବହୁସଂଖ୍ୟକ ଅଫିସର ନିଜର ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ କରିନଥିବା ସରକାରଙ୍କ ନଜରକୁ ଆସିଛି। କର୍ମଚାରୀ ଓ ଅଫିସରମାନଙ୍କ ବିଭିନ୍ନ ସଂଘର ଅନୁରୋଧ ଓ ବାସ୍ତବ ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ୨୦୧୯ ଏପ୍ରିଲରୁ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଆର୍ଥିକ ବର୍ଷର ବାର୍ଷିକ ସମ୍ପତ୍ତି ବିବରଣୀକୁ ଅନଲାଇନରେ ଦାଖଲ ନିମନ୍ତେ ଅବଧିକୁ ନଭେମ୍ବର ୧୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତେଣୁ ଅଫିସର ଓ କର୍ମଚାରୀମାନେ ଶେଷ ତାରିଖ ପର୍ଯ୍ୟନ୍ତ ଅପେକ୍ଷା ନକରି ଏଚଆରଏମଏସ୍ ମାଧ୍ୟମରେ ଅନଲାଇନରେ ସମ୍ପତ୍ତି ବିବରଣୀ ଦାଖଲ କରିବାକୁ ସାଧାରଣ ପ୍ରଶାସନ ବିଭାଗ ପରାମର୍ଶ ଦେଇଛି।

Related story