ଡିସେମ୍ବର ୩୧ପର୍ଯ୍ୟନ୍ତ ବଢ଼ିଲା ଲାଇଫ୍ ସାର୍ଟିଫିକେଟ୍ ଦାଖଲ ଅବଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ପେନସନଭୋଗୀଙ୍କ ପାଇଁ ବାର୍ଷିକ ଲାଇଫ ସାର୍ଟିଫିକେଟ୍‌(ଜୀବିତ ପ୍ରମାଣପତ୍ର) ଦାଖଲ ଅବଧିକୁ ରାଜ୍ୟ ସରକାର ପୁଣିଥରେ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଓଡ଼ିଶା ଟ୍ରେଜେରୀ ସଂହିତା ଭଲ୍ୟୁମ-୧ର ରୁଲ୍‌-୩୧୪ ଅନୁସାରେ ପ୍ରତିବର୍ଷ ପେନସନଭୋଗୀମାନେ ନଭେମ୍ବର ୩୦ତାରିଖ ସୁଦ୍ଧା ନିଜର ଜୀବିତ ଥିବା ନେଇ ପ୍ରମାଣପତ୍ର ଦାଖଲ କରିଥାନ୍ତି। ଏହାଛଡ଼ା ସେମାନେ ପୁନର୍ବିବାହ କରିନଥିବା ଓ ଅନ୍ୟତ୍ର ନିୟୋଜନ ସମ୍ବନ୍ଧୀୟ […]

life-certifiacte

Ordigital Desk
  • Published: Tuesday, 30 November 2021
  • , Updated: 30 November 2021, 08:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ପେନସନଭୋଗୀଙ୍କ ପାଇଁ ବାର୍ଷିକ ଲାଇଫ ସାର୍ଟିଫିକେଟ୍‌(ଜୀବିତ ପ୍ରମାଣପତ୍ର) ଦାଖଲ ଅବଧିକୁ ରାଜ୍ୟ ସରକାର ପୁଣିଥରେ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଓଡ଼ିଶା ଟ୍ରେଜେରୀ ସଂହିତା ଭଲ୍ୟୁମ-୧ର ରୁଲ୍‌-୩୧୪ ଅନୁସାରେ ପ୍ରତିବର୍ଷ ପେନସନଭୋଗୀମାନେ ନଭେମ୍ବର ୩୦ତାରିଖ ସୁଦ୍ଧା ନିଜର ଜୀବିତ ଥିବା ନେଇ ପ୍ରମାଣପତ୍ର ଦାଖଲ କରିଥାନ୍ତି। ଏହାଛଡ଼ା ସେମାନେ ପୁନର୍ବିବାହ କରିନଥିବା ଓ ଅନ୍ୟତ୍ର ନିୟୋଜନ ସମ୍ବନ୍ଧୀୟ ଘୋଷଣାନାମା ମଧ୍ୟ ଦେଇଥାନ୍ତି।

ରାଜ୍ୟରେ କୋଭିଡ-୧୯ ମହାମାରୀର ପ୍ରଭାବ ବଳବତ୍ତର ରହିଥିବାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଲାଇଫ୍ ସାର୍ଟିଫିକେଟ୍ ଦାଖଲ ଅବଧିକୁ ଆଜି ପୁଣିଥରେ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି।

Related story