ଗାଡ଼ି ଚାଳକଙ୍କ ଛାତିରେ ଛନକା; ଆଜି ସରୁଛି ଡେଡଲାଇନ୍‌, କାଲିଠୁ ଜରିମାନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ବଢ଼ାଉଛି ଟେନସନ୍‌। ନୂଆ ନମ୍ବରପ୍ଲେଟ୍  ଲଗାଇବାର ସମୟ ସୀମା ଆଜି ସରୁଛି।  ତେଣୁ ଯେଉଁମାନଙ୍କ ଗାଡ଼ିର ଶେଷ ଅଙ୍କ ୧, ୨, ୩, ୪ ରହିଛି ସେମାନଙ୍କ ଛାତିରେ ପଶିଲାଣି ଛନକା। କାରଣ ନୂଆ ନମ୍ବରପ୍ଲେଟ୍ ନ ଲଗାଇଥିଲେ କିମ୍ବା ସ୍ଲଟ୍ ବୁକିଂ କରି ନ ଥିଲେ ଆସନ୍ତାକାଲିଠୁ ଗଣିବେ ମୋଟା ଅଙ୍କର ତଣ୍ଡ । ଅପରପକ୍ଷେ,  ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବା ନିମନ୍ତେ ନିର୍ଦ୍ଧାରିତ ହୋଇଥିବା […]

plate

  • Published: Friday, 30 September 2022
  • , Updated: 30 September 2022, 09:48 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ବଢ଼ାଉଛି ଟେନସନ୍‌। ନୂଆ ନମ୍ବରପ୍ଲେଟ୍  ଲଗାଇବାର ସମୟ ସୀମା ଆଜି ସରୁଛି।  ତେଣୁ ଯେଉଁମାନଙ୍କ ଗାଡ଼ିର ଶେଷ ଅଙ୍କ ୧, ୨, ୩, ୪ ରହିଛି ସେମାନଙ୍କ ଛାତିରେ ପଶିଲାଣି ଛନକା। କାରଣ ନୂଆ ନମ୍ବରପ୍ଲେଟ୍ ନ ଲଗାଇଥିଲେ କିମ୍ବା ସ୍ଲଟ୍ ବୁକିଂ କରି ନ ଥିଲେ ଆସନ୍ତାକାଲିଠୁ ଗଣିବେ ମୋଟା ଅଙ୍କର ତଣ୍ଡ ।

ଅପରପକ୍ଷେ,  ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବା ନିମନ୍ତେ ନିର୍ଦ୍ଧାରିତ ହୋଇଥିବା  ସମୟସୀମାକୁ ନେଇ ହାଇକୋର୍ଟ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ଝାଡ଼ିଥିବା ବେଳେ ଆଜି ଏହି ମାମଲାର ଶୁଣାଣି ଅଛି। ତେଣୁ କୋର୍ଟଙ୍କ ରାୟ କାହା ସପକ୍ଷରେ ଯାଉଛି ତାହା ଉପରେ ସମସ୍ତଙ୍କ ନଜର।

ଆବଶ୍ୟକୀୟ ଭିତ୍ତଭୂମି ବିନା ଏପରି ନିୟମକୁ କଡ଼ାକଡ଼ି ଲାଗୁ କରାଯିବାକୁ ସାଧାରଣ ଲୋକେ ନାପସନ୍ଦ କରୁଛନ୍ତି।   କିଏ ଟେକ୍ନିକାଲ ସମସ୍ୟା ଯୋଗଁ ଅନଲାଇନ୍‌ରେ ଆବେଦନ କରିପାରୁନାହାନ୍ତି ତ ଆଉ କାହାକୁ ଡେଡଲାଇନ୍‌ର ବହୁ ପରେ ମିଳୁଛି ତାରିଖ । ଏଭଳି ସ୍ଥିତିରେ କଣ କରିବେ, ଅଡୁଆରେ ପଡିଛନ୍ତି ଗାଡ଼ି ମାଲିକ  ।

ତେଣୁ ସେମାନେ ଗାଡିକୁ ଘରେ ଥୋଇବେ, ନା ପଦାକୁ କାଢିବେ ସେନେଇ ଦ୍ୱଦ୍ୱରେ ରହିଛନ୍ତି । ଏପଟେ ଯେଉଁମାନେ ସ୍ଲଟ୍ ବୁକିଂ କରିଥିବେ ସେମାନଙ୍କୁ କଥା ବିଚାରକୁ ନିଆଯିବ ବୋଲି ସମ୍ପୃକ୍ତ ବିଭାଗ ପକ୍ଷରୁ କୁହାଯାଇଛି  ।

[caption id="attachment_770250" align="aligncenter" width="650"] ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ଅସମ୍ଭବ ଭିଡ଼ ।[/caption]

ସୂଚନା ଅନୁସାରେ,  ୧ ଓ ୨ରେ ସରୁଥିବା ନମ୍ବର ପାଇଁ ଡେଡଲାଇନ ୩୦ ସେପ୍ଟେମ୍ବରକୁ ବୃଦ୍ଧି ପାଇଛି। ୩ ଓ ୪ରେ ସରୁଥିବା ନମ୍ବର ପାଇଁ ଡେଡଲାଇନ ସେପ୍ଟେମ୍ବର ୩୦କୁ ବୃଦ୍ଧି ପାଇଛି। ସେହିପରି ୫ ଓ ୬ ଶେଷ ନମ୍ବର ଥିବା ଗାଡ଼ି ପାଇଁ ଅକ୍ଟୋବର ୩୧ ତାରିଖକୁ, ୭ ଓ ୮ ନମ୍ବର ପାଇଁ ନଭେମ୍ବର ୩୦ ତାରିଖକୁ, ୯ ଓ ଶୂନ ପାଇଁ ଡିସେମ୍ବର ୩୧ ଯାଏଁ ଡେଡ୍‌ଲାଇନ୍ ରହିଛି।

ପୁରୁଣା ନମ୍ବର ପ୍ଲେଟ୍ ବଦଳାଇବା ପାଇଁ ଏବେ ଦିନକୁ ୫୦ ହଜାରରୁ ଅଧିକ ଆବେଦନ ଆସୁଛି।  ପ୍ରତିଦିନ ୧୩ ହଜାରରୁ ଅଧିକ ପ୍ଲେଟ୍ ଲାଗୁଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୨ ଲକ୍ଷ ୬୦ ହଜାରରୁ ଅଧିକ ଆବେଦନ ଆସିଥିବା ବେଳେ ୬ ଲକ୍ଷ ୫୧ ହଜାର ଗାଡ଼ିରେ ଏଚ୍ଏସ୍ଆର୍‌ପି ଲାଗି ସାରିଲାଣି। ଏହାବାଦ ଆହୁରି ବହୁ ଗାଡ଼ି ଚାଳକ ହାଇ ସିକ୍ୟୁରିଟି ନମ୍ବର ଲଗାଇବା ନିମନ୍ତେ ଲାଇନ୍‌ରେ ଥିବା ବେଳେ ଜରିମାନା ଭୟ ସେମାନଙ୍କୁ ଅତିଷ୍ଠ କରୁଛି ବୋଲି କହିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ,  ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗୁ କରାଯିବାକୁ ବିରୋଧ କରି  ୨ ବସ୍ ମାଲିକ  ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।  ଏହି ମାମଲାର ଶୁଣାଣି କରି ଆବଶ୍ୟକୀୟ ଭିତ୍ତିଭୂମି ବିନା ଡେଡ୍ ଲାଇନ ଧାର୍ଯ୍ୟକୁ ନାପସନ୍ଦ କରିଛନ୍ତି ହାଇକୋର୍ଟ।  ଗାଡ଼ି ଚାଳକମାନେ ସ୍ଲଟ୍ ବୁକିଂ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥବାରୁ ସମୟସୀମା ବୃଦ୍ଧି କରିହେବ କି ନାହିଁ ସେ ସମ୍ପର୍କରେ ଜଣାଇବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଭିତ୍ତିଭୂମି ନ ଥାଇ ଡେଡଲାଇନ୍ କିଭଳି ଦେଲ ବୋଲି କୋର୍ଟ ପଚାରିଛନ୍ତି। ତା’ଛଡ଼ା ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ଅନଲାଇନ୍ ବ୍ୟବସ୍ଥା ନଥିବାରୁ ନୂଆ ନମ୍ବର ପ୍ଳେଟ୍ ବୁକ୍ କରିବା ସମ୍ଭବ ହେଉନାହଁ। ଏଥିପାଇଁ କଣ ବିକଳ୍ପ ବ୍ୟବସ୍ଥା କରାଯାଇ ପାରିବ ସେ ନେଇ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ଆଜି ଶୁଣାଣି ହେବାକୁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Related story