OJEE ପରୀକ୍ଷା; ସରିଲା ଅନ୍‌ଲାଇନ୍‌ ଆବେଦନ, ଆଜି ଫି’ ଜମା ଡେଡ୍‌ଲାଇନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): OJEE ପାଇଁ  ସରିଲା ଅନ୍‌ଲାଇନ୍‌ ଆବେଦନ। ଗତକାଲି ରାତି ୧୨ଟା ପରଠୁ ବନ୍ଦ ହୋଇଯାଇଛି ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା। ହେଲେ ଯେଉଁମାନେ ଆବେଦନ କରିଥିବେ, ସେମାନେ ଆଜି ଦିନ ୧୧ଟା ସୁଦ୍ଧା ଅନ୍‌ଲାଇନ୍‌ରେ‌ ଫି’ ଜମା ପାଇଁ ଡେଡ୍‌ଲାଇନ୍‌ ରଖାଯାଇଛି । ଅକ୍ଟୋବର ୧୨ତାରିଖରୁ ଆରମ୍ଭ ହେଉଛି ଓଜେଇଇ ପରୀକ୍ଷା। ଅକ୍ଟୋବର ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏହି ପରୀକ୍ଷା। ଏଥିପାଇଁ ୫୩ଟି ସେଣ୍ଟରର ବ୍ୟବସ୍ଥା ହୋଇଛି। ରାଜ୍ୟ ଭିତରେ ୨୧ଟି […]

payment

Niharika Rout
  • Published: Thursday, 24 September 2020
  • , Updated: 24 September 2020, 07:57 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): OJEE ପାଇଁ  ସରିଲା ଅନ୍‌ଲାଇନ୍‌ ଆବେଦନ। ଗତକାଲି ରାତି ୧୨ଟା ପରଠୁ ବନ୍ଦ ହୋଇଯାଇଛି ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା। ହେଲେ ଯେଉଁମାନେ ଆବେଦନ କରିଥିବେ, ସେମାନେ ଆଜି ଦିନ ୧୧ଟା ସୁଦ୍ଧା ଅନ୍‌ଲାଇନ୍‌ରେ‌ ଫି’ ଜମା ପାଇଁ ଡେଡ୍‌ଲାଇନ୍‌ ରଖାଯାଇଛି ।

ଅକ୍ଟୋବର ୧୨ତାରିଖରୁ ଆରମ୍ଭ ହେଉଛି ଓଜେଇଇ ପରୀକ୍ଷା। ଅକ୍ଟୋବର ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏହି ପରୀକ୍ଷା।

ଏଥିପାଇଁ ୫୩ଟି ସେଣ୍ଟରର ବ୍ୟବସ୍ଥା ହୋଇଛି। ରାଜ୍ୟ ଭିତରେ ୨୧ଟି ସହରରେ ୫୦ଟି କେନ୍ଦ୍ରରେ ପରୀକ୍ଷା ହେବ। ଏହାବ୍ୟତୀତ ରାଜ୍ୟ ବାହାରେ ରାଞ୍ଚି, କୋଲକାତା ଓ ପାଟନାରେ ୩ଟି ସେଣ୍ଟରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ।

Related story