ଭୁଲ ଇଞ୍ଜେକସନ ନେଲା ଜୀବନ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଭୁଲ ଇଞ୍ଜେକସନ ନେଲା ଜୀବନ । ଢେଙ୍କାନାଳର ଏକ ଘରୋଇ କ୍ଲିନିକରେ ଡାକ୍ତରଙ୍କ ଭୁଲ ଇଞ୍ଜେକସନ ଯୋଗୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକଜଣକ ହେଲେ ସ୍ଥାନୀୟ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ବଉଳ ପାଟଣା ଗାଁର ଅମିର କୁମାର ଜେନା । ଛାତିରେ ଯନ୍ତ୍ରଣା ହେବାରୁ ଅମିରଙ୍କୁ ପରିବାର ଲୋକେ ଗତକାଲି ତାଙ୍କୁ ଢେଙ୍କାନାଳ ସହରସ୍ଥିତ ଏକ ଘରୋଇ କ୍ଲିନିକ୍‌ରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସା କରୁଥିବା ଡାକ୍ତର ଭୁଲ ଇଞ୍ଜେକସନ […]

deadbody

Niharika Rout
  • Published: Thursday, 30 January 2020
  • , Updated: 30 January 2020, 09:21 AM IST

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଭୁଲ ଇଞ୍ଜେକସନ ନେଲା ଜୀବନ । ଢେଙ୍କାନାଳର ଏକ ଘରୋଇ କ୍ଲିନିକରେ ଡାକ୍ତରଙ୍କ ଭୁଲ ଇଞ୍ଜେକସନ ଯୋଗୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକଜଣକ ହେଲେ ସ୍ଥାନୀୟ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ବଉଳ ପାଟଣା ଗାଁର ଅମିର କୁମାର ଜେନା ।

ଛାତିରେ ଯନ୍ତ୍ରଣା ହେବାରୁ ଅମିରଙ୍କୁ ପରିବାର ଲୋକେ ଗତକାଲି ତାଙ୍କୁ ଢେଙ୍କାନାଳ ସହରସ୍ଥିତ ଏକ ଘରୋଇ କ୍ଲିନିକ୍‌ରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସା କରୁଥିବା ଡାକ୍ତର ଭୁଲ ଇଞ୍ଜେକସନ ଦେବାରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ସଂପୃକ୍ତ ଡାକ୍ତର କହିଛନ୍ତି ରୋଗୀଙ୍କୁ କୌଣସି ଭୁଲ ଇଞ୍ଜେକସନ ଦିଆଯାଇନାହିଁ। ଛାତି ଯନ୍ତ୍ରଣା ହେତୁ ତାଙ୍କ ମୃତ୍ୟୁ ହୋଇଛି।

Related story