ଭୁବନେଶ୍ୱର କ୍ଲବରେ ଅଘଟଣ: ସୁଇମିଂ ପୁଲ୍‌ରେ ଚାଲିଗଲା ଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁଇମିଂ ପୁଲ୍‌ରେ ବୁଡ଼ି ଛାତ୍ର ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର କ୍ଲବରେ। ମୃତ ଛାତ୍ର ଜଣଙ୍କ ହେଉଛନ୍ତି ସନ୍ଦୀପ ସାହୁ। ତାଙ୍କ ଘର ଡୁମୁଡୁମା ଅଞ୍ଚଳରେ ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ, କ୍ଲବରେ ସମର କ୍ୟାମ୍ପରେ ସେ ପହଁରା ପ୍ରଶିକ୍ଷଣ ନେଉଥିବାବେଳେ ବୁଡ଼ିଯାଇଛନ୍ତି।  ଅନ୍ୟପଟେ ବିନା ପ୍ରଶିକ୍ଷକରେ ସେ ପହଁରୁଥିବା ଟ୍ରେନର କହିଛନ୍ତି। କିନ୍ତୁ ବିନା ଟ୍ରେନରରେ କିଭଳି ପହଁରିବା ପାଇଁ ଅନୁମତି ଦେଉଥିଲେ କର୍ତ୍ତୃପକ୍ଷ ବୋଲି […]

xz

Tapaswini Nayak
  • Published: Tuesday, 04 June 2019
  • , Updated: 04 June 2019, 04:48 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁଇମିଂ ପୁଲ୍‌ରେ ବୁଡ଼ି ଛାତ୍ର ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର କ୍ଲବରେ। ମୃତ ଛାତ୍ର ଜଣଙ୍କ ହେଉଛନ୍ତି ସନ୍ଦୀପ ସାହୁ। ତାଙ୍କ ଘର ଡୁମୁଡୁମା ଅଞ୍ଚଳରେ ବୋଲି ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ, କ୍ଲବରେ ସମର କ୍ୟାମ୍ପରେ ସେ ପହଁରା ପ୍ରଶିକ୍ଷଣ ନେଉଥିବାବେଳେ ବୁଡ଼ିଯାଇଛନ୍ତି।  ଅନ୍ୟପଟେ ବିନା ପ୍ରଶିକ୍ଷକରେ ସେ ପହଁରୁଥିବା ଟ୍ରେନର କହିଛନ୍ତି। କିନ୍ତୁ ବିନା ଟ୍ରେନରରେ କିଭଳି ପହଁରିବା ପାଇଁ ଅନୁମତି ଦେଉଥିଲେ କର୍ତ୍ତୃପକ୍ଷ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ। ଗତ ୧୫ ଦିନ ଧରି ସେଠାରେ ଟ୍ରେନିଂ ନେଉଥିଲେ ସନ୍ଦୀପ।

Related story