ବର୍ଷା ବିତ୍ପାତ : ୨୪ ଜିଲ୍ଲାର ୨୩.୮୨ଲକ୍ଷ ଲୋକ ପ୍ରଭାବିତ, ୬ ମୃତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷାର ପ୍ରଭାବରେ ୨୪ଟି ଜିଲ୍ଲାର ୨୩ଲକ୍ଷ ୮୨ହଜାର ୭୯୫ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଆଜି ରାଜ୍ୟରେ ବର୍ଷା ପରିମାଣ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଆଜକୁ ମିଶାଇ ଗତ ୩ଦିନ ଧରି ରାଜ୍ୟରେ ହାରାହାରି ମୋଟ ୧୭୩ମିମି ବର୍ଷା ରେକର୍ଡ କରାଯାଇଛି। ବର୍ଷା ବିତ୍ପାତରେ ରାଜ୍ୟର ୨୦୫୫୨ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ୭୫୪୦ଟି ଘର ନଷ୍ଟ ହୋଇଛି ଓ ୬ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ […]

Rain Water

Rain Water

Ordigital Desk
  • Published: Wednesday, 15 September 2021
  • Updated: 15 September 2021, 09:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷାର ପ୍ରଭାବରେ ୨୪ଟି ଜିଲ୍ଲାର ୨୩ଲକ୍ଷ ୮୨ହଜାର ୭୯୫ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଆଜି ରାଜ୍ୟରେ ବର୍ଷା ପରିମାଣ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଆଜକୁ ମିଶାଇ ଗତ ୩ଦିନ ଧରି ରାଜ୍ୟରେ ହାରାହାରି ମୋଟ ୧୭୩ମିମି ବର୍ଷା ରେକର୍ଡ କରାଯାଇଛି। ବର୍ଷା ବିତ୍ପାତରେ ରାଜ୍ୟର ୨୦୫୫୨ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ୭୫୪୦ଟି ଘର ନଷ୍ଟ ହୋଇଛି ଓ ୬ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଲଗାଣ ବର୍ଷାରେ ୨୪ଟି ଜିଲ୍ଲାର ୧୩୯ଟି ବ୍ଲକର ୪୯୬୪ଟି ଗାଁ ଓ ୩୩ଟି ପୌରାଂଚଳର ମୋଟ ୨୩.୮୨ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବର୍ଷା ଯୋଗୁ ଘର କାନ୍ଥ ଭୁଷୁଡ଼ି କେନ୍ଦ୍ରାପଡ଼ାରେ ୩ଜଣ, ଗଞ୍ଜାମ ଓ ସୋନପୁରରେ ଜଣେ ଲେଖାଏଁ ଲୋକ ପ୍ରାଣ ହରାଇଥିବାବେଳେ ଖୋର୍ଦ୍ଧାରେ ଜଣେ ଲୋକ ଭାସି ଯାଇ ପ୍ରାଣ ହରାଇଛନ୍ତି। ସେହିପରି କଟକର ନିଶ୍ଚିତକୋଇଲି ବ୍ଲକ ଏବଂ ବଲାଙ୍ଗିରର ପୁଇଁତଳା ବ୍ଲକର ଲକ୍ଷ୍ମୀଯୋରରେ ଜଣେ ଲେଖାଁଏ ଲୋକ ଭାସି ନିଖୋଜ ରହିଛନ୍ତି। ପ୍ରଶାସନ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ଲଗାଣ ବର୍ଷାରେ ପ୍ରଥମ ଦିନ ୧୧ଟି ଜିଲ୍ଲା, ଗତକାଲି ୨୦ଟି ଓ ଆଜି ମୋଟ ୨୪ଟି ଜିଲ୍ଲା ପ୍ରଭାବିତ ହୋଇଥିବା ଜଣାପଡ଼ିଛି ।

ବଲାଙ୍ଗିର ଜିଲ୍ଲାର ସର୍ବାଧିକ ୧୪ଟି ବ୍ଲକ୍ ପ୍ରଭାବିତ ହୋଇଥିବାବେଳେ ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲାର ସର୍ବାଧିକ ୧୦ଟି ଲେଖାଏ ବ୍ଲକ ପ୍ରଭାବିତ ହୋଇଛି । ଜଗତସିଂହପୁର ଜିଲ୍ଲାର ସର୍ବାଧିକ ୧୩୨୧ଟି ଗାଁ ବର୍ଷା ଜଳଘେରରେ ରହିଛି। କେନ୍ଦ୍ରାପଡ଼ାରେ ୮୧୧ଟି ଓ ଯାଜପୁର ଜିଲ୍ଲାରେ ୫୧୫ଟି ଗାଁ ଜଳବନ୍ଦୀ ରହିଛି। ଜଗତସିଂହପୁର ଜିଲ୍ଲାର ମୋଟ ୧୧ଲକ୍ଷ ୩୬ହଜାର ୯୭୧ଜଣ ଓ କେନ୍ଦ୍ରାପଡ଼ା ଜିଲ୍ଲାର ମୋଟ ୭.୭୯ଲକ୍ଷ ଲୋକ ବର୍ଷା ଯୋଗୁ ପ୍ରଭାବିତ ହୋଇଛନ୍ତି। ସେହିପରି ନୟାଗଡ଼ ଜିଲ୍ଲାରେ ୧.୭୬ଲକ୍ଷ ଲୋକ, ଯାଜପୁରରେ ୯୨୮୦୨ଜଣ, ବାଲେଶ୍ୱରରେ ୪୮୫୨୫ଜଣ,, କଟକରେ ୩୯୪୯୩ଜଣ, ପୁରୀ ଜିଲ୍ଲାରେ ୨୧୩୧୭ଜଣ ଲୋକ ପ୍ରଭାବିତ ହୋଇଛନ୍ତି।

ସେହିପରି ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ୫୯୫୯ଜଣ, କଟକରେ ୫୬୮୩ଜଣ, ମୟୂରଭଞ୍ଜ ଜିଲ୍ଲାରେ ୩୧୯୫ଜଣ, ପୁରୀ ଜିଲ୍ଲାରେ ୩୯୭୦ଜଣ, କେନ୍ଦ୍ରାପଡ଼ାରେ ୫୯୨ଜଣ, ବଲାଙ୍ଗିରରେ ୧୨୩ଜଣ, ଭଦକ୍ରରେ ୨୦୦ଜଣ ଓ ଢେଙ୍କାନାଳ ଜିଲ୍ଲାରେ ୨୦୦ଜଣଙ୍କ ସମେତ ମୋଟ ୧୪ଟି ଜିଲ୍ଲାର ୨୦୫୫୨ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏସବୁ ଜିଲ୍ଲାରେ ମାଗଣା ରନ୍ଧା ଖାଦ୍ୟ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଛି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି । ସେହିପରି ସର୍ବାଧିକ ୧୪୬୩ଜଟି ଘର କଟକ ଜିଲ୍ଲାରେ ନଷ୍ଟ ହୋଇଥିବାବେଳେ ବଲାଙ୍ଗିରରେ ୯୨୧ଟି, ଢେଙ୍କାନାଳରେ ୭୮୯ଜଟି, ଜଗତସିଂହପୁରରେ ୭୬୨ଟି, ଯାଜପୁରରେ ୫୮୧ଟି, ନୟାଗଡ଼ରେ ୧୦୬୩ଟି, ଖୋର୍ଦ୍ଧାରେ ୨୩୮ଟି, ଅନୁଗୁଳରେ ୫୬୫ଟି, ବୌଦ୍ଧରେ ୩୯୮ଟି ଘର ସମେତ ମୋଟ ୨୧ଟି ଜିଲ୍ଲାରେ ୭୫୪୦ଟି ଘର ଭାଙ୍ଗିଛି । ରାଜ୍ୟ ସରକାର ଏହି ବର୍ଷା ବିତ୍ପାତକୁ ‘ରାଜ୍ୟ ବିପତ୍ତି’ ଭାବେ ଘୋଷଣା କରିଥିବାବେଳେ କ୍ଷୟକ୍ଷତି ଆକଳନ କରି ୭ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇସାରିଛନ୍ତି ।

ବର୍ଷା ଯୋଗୁ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକରେ ଜଳସ୍ତର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଲଗାଣ ବର୍ଷା ଯୋଗୁ ପ୍ରାୟତଃ ଅଧିକାଂଶ ଜିଲ୍ଲାରେ ଗମନାଗମନ ପ୍ରଭାବିତ ହୋଇଛି । ରାସ୍ତାଗୁଡ଼ିକରେ ପାଣି ଚାଲୁଥିବାରୁ ତାହା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । କେବଳ ଜଗତସିଂହପୁର ଜିଲ୍ଲାରେ ୬୧୯୧୪ ହେକ୍ଟର ଜମିରେ ଫସଲ ପ୍ରଭାବିତ ହୋଇଛି । ଏହି ସମସ୍ତ ୨୦ ଜିଲ୍ଲାର ପ୍ରାୟ ୧ଲକ୍ଷ ହେକ୍ଟରରୁ ଅଧିକ ଜମିରେ ପାଣି ପଶିଯାଇଥିବାରୁ ଫସଲ ନଷ୍ଟ ହୋଇଥିବା ପ୍ରାରମ୍ଭିକ ଆକଳନରୁ ଜଣାପଡ଼ିଛି । କେତେକ ଜିଲ୍ଲାରେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଡଙ୍ଗା ନିୟୋଜିତ କରାଯାଇଛି । ଗତ ୧୩ତାରିଖରେ ରାଜ୍ୟରେ ହାରାହାରି ୭୬.୪ମିମି, ୧୪ତାରିଖରେ ୭୯.୫ମିମି ଓ ଆଜି ୧୭.୧ମିମି ବର୍ଷାକୁ ମିଶାଇଲେ ଗତ ୩ଦିନରେ ମୋଟ ୧୭୩ ମିମି ବର୍ଷା ରେକର୍ଡ କରାଯାଇଛି । ରାଜ୍ୟର ସମସ୍ତ ନଦୀର ଜଳସ୍ତର ପ୍ରାୟ ବଢ଼ୁଥିବାବେଳେ ହୀରାକୁଦ ଜଳଭଣ୍ଡାରରୁ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ୧୮ଟି ଗେଟ୍ ଦେଇ ୩ଲକ୍ଷ ୧୯ହଜାର ୧୩୧କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ସମପରିମାଣର ଜଳ ନିଷ୍କାସନ ହେଉଥିଲା । ଜଳଭଣ୍ଡାରରେ ଜଳସ୍ତର ୬୨୮.୩୩ ଫୁଟ୍ ରହିଛି ବୋଲି ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story