ମଲା ଲୋକ ନେଉଛନ୍ତି କୋଭିଡ୍‌ ଟିକା

ଖୋର୍ଦ୍ଧା (ବଳରାମ ଲେଙ୍କା): ମଲା ଲୋକ ନେଉଛନ୍ତି କୋଭିଡ୍‌ ଟିକା। ଏପରି ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଖୋର୍ଦ୍ଧା ସହରାଞ୍ଚଳରୁ। ତେବେ ଏଠି ସାଧାରଣରେ ପ୍ରଶ୍ନ ଉଠୁଛି, ଜଣେ ବୃଦ୍ଧା ମରିବାର ୪ ମାସ ପରେ କେମିତି ନେଲେ କୋଭିଡ୍‌ ଟିକାର ଦ୍ୱିତୀୟ ଡୋଜ୍‌। ସେପଟେ ତୃଟିକୁ ସ୍ୱୀକାର କରିଛନ୍ତି ଖୋର୍ଦ୍ଧା ସିଡିଏମ୍‌ସ। ଖୋର୍ଦ୍ଧା ସହରର ପ୍ରଫୁଲ୍ଲ କୁମାର ଦାସଙ୍କ ମାଆ ହେଉଛନ୍ତି ଇନ୍ଦୁମଣୀ ଦାସ। ଅଗଷ୍ଟ ୮ ତାରିଖରେ ତାଙ୍କ ମାଆଙ୍କର ମୃତ୍ୟୁ ଘଟିଥିଲା। […]

Death Body

Death Body

Manoranjan Sial
  • Published: Wednesday, 15 December 2021
  • Updated: 15 December 2021, 09:30 PM IST

Sports

Latest News

ଖୋର୍ଦ୍ଧା (ବଳରାମ ଲେଙ୍କା): ମଲା ଲୋକ ନେଉଛନ୍ତି କୋଭିଡ୍‌ ଟିକା। ଏପରି ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଖୋର୍ଦ୍ଧା ସହରାଞ୍ଚଳରୁ। ତେବେ ଏଠି ସାଧାରଣରେ ପ୍ରଶ୍ନ ଉଠୁଛି, ଜଣେ ବୃଦ୍ଧା ମରିବାର ୪ ମାସ ପରେ କେମିତି ନେଲେ କୋଭିଡ୍‌ ଟିକାର ଦ୍ୱିତୀୟ ଡୋଜ୍‌। ସେପଟେ ତୃଟିକୁ ସ୍ୱୀକାର କରିଛନ୍ତି ଖୋର୍ଦ୍ଧା ସିଡିଏମ୍‌ସ।

ଖୋର୍ଦ୍ଧା ସହରର ପ୍ରଫୁଲ୍ଲ କୁମାର ଦାସଙ୍କ ମାଆ ହେଉଛନ୍ତି ଇନ୍ଦୁମଣୀ ଦାସ। ଅଗଷ୍ଟ ୮ ତାରିଖରେ ତାଙ୍କ ମାଆଙ୍କର ମୃତ୍ୟୁ ଘଟିଥିଲା। ଇନ୍ଦୁମଣୀଙ୍କ ମୃତ୍ୟୁକୁ ୪ ମାସ ବିତିଥିବା ବେଳେ ସୋମବାର ତାଙ୍କ ପୁଅ ପ୍ରଫୁଲଙ୍କ ମୋବାଇଲକୁ ଏକ ମେସେଜ ଆସିଥିଲା। ଯେଉଁଥିରେ ଲେଖାଯାଇଛି, ଡିସେମ୍ୱର ୧୩ ତାରିଖରେ ଇନ୍ଦୁମଣୀ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟର ଟ୍ରମାକେୟାର କେନ୍ଦ୍ରରେ କୋଭିଡର ଦ୍ୱିତୀୟ ଡୋଜ୍‌ ଟିକା ସଫଳତାର ସହିତ ନେଲେ। ତାଙ୍କୁ ଟିକା ଦେଇଛନ୍ତି ନର୍ସ ମାତାଜି ବେହେରା ବୋଲି ମେସେଜ୍‌ରେ ଲେଖା ଯାଇଛି।

ପ୍ରଫୁଲ୍ଲ ଏହି ମେସେଜ୍‌ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ। ମାଆ ମରିବାକୁ ୪ ମାସ ବିତି ଯାଇଥିବା ବେଳେ ସୋମବାର ସେ କେମିତି ଟିକା ନେଲେ ବୋଲି ପ୍ରଶ୍ନ କରିଛନ୍ତି ପ୍ରଫୁଲ୍ଲ। ଏନେଇ ସେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି। ଏପରି ତଥ୍ୟ ସାମ୍ନାକୁ ଆସିବା ପରେ ଟିକା କରଣକୁ ନେଇ ବୁଦ୍ଧିଜୀବୀ ମହଲରେ ସନ୍ଦେହ ପ୍ରକାଶ ପାଇଛି। ସରକାର ବାହାବା ନେବା ପାଇଁ କୋଭିଡ୍‌ ଟିକାର ତଥ୍ୟକୁ ମନଇଚ୍ଛା ବଢ଼ାଉଥିବା ଅଭିଯୋଗ ହେଉଛି।

ମୃତ ବ୍ୟକ୍ତି କୋଭିଡ୍‌ ଟିକା ନେଇଥିବା ନେଇ ଅଭିଯୋଗ ଆସିବା ପରେ ସ୍ପଷ୍ଟୀକରଣ ରଖିଛି ସ୍ୱାସ୍ଥ୍ୟ ବିଭାଗ। ଖୋର୍ଦ୍ଧା ସିଡିଏମ୍‌ଓ ବିଶ୍ୱ ରଂଜନ ପତି କହିଛନ୍ତି, ଏକ କାଳିନ ଏତେ ସଂଖ୍ୟାରେ କାମ ହେଉଥିବାରୁ ତୃଟି ହୋଇଯାଇଥିବ। ତଥାପି ଆସିଥିବା ଅଭିଯୋଗର ତଦନ୍ତ କରି ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ସେ କହିଛନ୍ତି।

ସେପଟେ ଖୋର୍ଦ୍ଧା ଜିଲ୍ଲାରେ ଟିକାଦାନ ହାର ଯଥେଷ୍ଟ ଭଲ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ। ବିଭାଗ କହିଛି ୧୮ ବର୍ଷରୁ ଅଧିକ ବ୍ୟକ୍ତି ବିଶେଷଙ୍କୁ କୋଭାକସିନ୍‌ ଏବଂ କୋଭିସିଲ୍‌ଡ ଟିକା ପ୍ରଥମ ଡୋଜ‌୍‍ ୯୫ ପ୍ରତିଶତ ଓ ଦ୍ୱିତୀୟ ଡୋଜ୍‌ ୬୫ ପ୍ରତିଶତ ଦିଆଯାଇଛି। ଖୁବ୍‌ଶୀଘ୍ର ଏହି ସଂଖ୍ୟା ୧୦୦ ପ୍ରତିଶତ ହୋଇଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story