ଦିଲ୍ଲୀରେ ବିଏସଏଫ୍ ବିମାନ ଦୁର୍ଘଟଣାଗ୍ରସ୍ତ: ମୃତ ୧୦ଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ

ନୂଆଦିଲ୍ଲୀ: ଦିଲ୍ଲୀ ଏୟାରପୋର୍ଟ ନିକଟରେ ବିଏସଏଫର ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ସମସ୍ତ ୧୦ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ବିଏସ୍ଏଫର ଏହି ସୁପରକିଙ୍ଗ୍ ବିମାନଟି ଅର୍ଦ୍ଧସାମରିକ ଟେକ୍ନିସିଆନଙ୍କୁ ନେଇ ରାଞ୍ଚି ଯାଉଥିଲା। ଏହି ଦୁର୍ଘଟଣାରେ କେନ୍ଦ୍ରାପଡା ଜିଲ୍ଲା ରାଜକନିକାର ଦେଉଳତରା ଗାଁର ଇଶ୍ୱର ରାଉତ ପ୍ରାଣ ହରାଇଥିବା ସୂଚନା ମଳିଛି। ବିମାନରେ ମୋଟ ୧୦ ଜଣ ଯାତ୍ରୀ ଥିଲେ। ଏମାନଙ୍କ ମଧ୍ୟରେ ବିଏସଏଫର ତିନି ଜଣ ଅଧିକାରୀ ଥିଲେ। ଯାତ୍ରା କରିବାର ମାତ୍ର କିଛି ସମୟ ପରେ ଦିଲ୍ଲୀ […]

kishore ROUT (1)

Rakesh Mallick
  • Published: Tuesday, 22 December 2015
  • , Updated: 22 December 2015, 04:18 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଏୟାରପୋର୍ଟ ନିକଟରେ ବିଏସଏଫର ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ସମସ୍ତ ୧୦ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ବିଏସ୍ଏଫର ଏହି ସୁପରକିଙ୍ଗ୍ ବିମାନଟି ଅର୍ଦ୍ଧସାମରିକ ଟେକ୍ନିସିଆନଙ୍କୁ ନେଇ ରାଞ୍ଚି ଯାଉଥିଲା। ଏହି ଦୁର୍ଘଟଣାରେ କେନ୍ଦ୍ରାପଡା ଜିଲ୍ଲା ରାଜକନିକାର ଦେଉଳତରା ଗାଁର ଇଶ୍ୱର ରାଉତ ପ୍ରାଣ ହରାଇଥିବା ସୂଚନା ମଳିଛି।

ବିମାନରେ ମୋଟ ୧୦ ଜଣ ଯାତ୍ରୀ ଥିଲେ। ଏମାନଙ୍କ ମଧ୍ୟରେ ବିଏସଏଫର ତିନି ଜଣ ଅଧିକାରୀ ଥିଲେ। ଯାତ୍ରା କରିବାର ମାତ୍ର କିଛି ସମୟ ପରେ ଦିଲ୍ଲୀ ଏୟାରପୋର୍ଟଠାରୁ ୫ କିଲୋମିଟର ଦୂର ଦ୍ୱାରକା ନିକଟ ବଡପୋଲା ଗାଁରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ବିମାନଟି ଏକ କାନ୍ଥରେ ମାଡ଼ ହୋଇ ଯିବାରୁ ନିଆଁ ଲାଗି ଯାଇଥିବା କୁହାଯାଉଛି। ଘଟଣାସ୍ଥଳକୁ ତୁରନ୍ତ ଉଦ୍ଧାରକାରୀ ଦଳ ଓ ୧୫ଟି ଦମକଳ ବାହିନୀ ପଠାଯାଇଥିଲା। ଦୁର୍ଘଟଣାସ୍ଥଳରେ ପ୍ରଥମେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପରେ ଅନ୍ୟ ୬ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

 

Related story