ଦୁର୍ଗା ମଣ୍ଡପ ଜମିରେ ଯାତ୍ରୀ ବିଶ୍ରାମଗାର ନିର୍ମାଣ କରିବାକୁ ଦାବି

ବାଲିଗୁଡା (ଅଜିତ ନାୟକ): କନ୍ଧମାଳ ଦାରିଙ୍ଗବାଡ଼ି ଦୁର୍ଗା ମଣ୍ଡପ ଜମି ବିବାଦକୁ ନେଇ ଦେଖାଦେଇଛି ତୀବ୍ର ଅସନ୍ତୋଷ। ଏନେଇ ଦାରିଙ୍ଗବାଡ଼ି ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ବଣିକ ସଂଘ ଓ ଦୁର୍ଗାପୂଜା କମିଟିର ଶତାଧିକ କର୍ମକର୍ତ୍ତା। ଏମିତି କି ସମସ୍ୟାର ସମାଧାନ ସାଙ୍ଗକୁ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ହେବା ଯାଏ ଦାରିଙ୍ଗିବାଡିରେ ଦୋକାନ ବଜାର ବନ୍ଦ ରହିବ ବୋଲି ବଣିକ ସଙ୍ଘ ନିଷ୍ପତ୍ତି ନେଇଛି। ସମ୍ପୃକ୍ତ ଜମିକୁ ହାତେଇବାକୁ ଚେଷ୍ଟା କରୁଥିବା ଲୋକଙ୍କ ବିରୁଦ୍ଧରେ ବଣିକ ସଙ୍ଘ […]

land issue

Madhupriya Mistry
  • Published: Thursday, 22 September 2022
  • , Updated: 22 September 2022, 11:11 AM IST

ବାଲିଗୁଡା (ଅଜିତ ନାୟକ): କନ୍ଧମାଳ ଦାରିଙ୍ଗବାଡ଼ି ଦୁର୍ଗା ମଣ୍ଡପ ଜମି ବିବାଦକୁ ନେଇ ଦେଖାଦେଇଛି ତୀବ୍ର ଅସନ୍ତୋଷ। ଏନେଇ ଦାରିଙ୍ଗବାଡ଼ି ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ବଣିକ ସଂଘ ଓ ଦୁର୍ଗାପୂଜା କମିଟିର ଶତାଧିକ କର୍ମକର୍ତ୍ତା। ଏମିତି କି ସମସ୍ୟାର ସମାଧାନ ସାଙ୍ଗକୁ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ହେବା ଯାଏ ଦାରିଙ୍ଗିବାଡିରେ ଦୋକାନ ବଜାର ବନ୍ଦ ରହିବ ବୋଲି ବଣିକ ସଙ୍ଘ ନିଷ୍ପତ୍ତି ନେଇଛି।

ସମ୍ପୃକ୍ତ ଜମିକୁ ହାତେଇବାକୁ ଚେଷ୍ଟା କରୁଥିବା ଲୋକଙ୍କ ବିରୁଦ୍ଧରେ ବଣିକ ସଙ୍ଘ ଓ ଦୁର୍ଗା ପୂଜା କମିଟିର କର୍ମକର୍ତ୍ତା ଦାରିଙ୍ଗବାଡ଼ି ଥାନାରେ ଏତଲା ଦେଇଛନ୍ତି। ଯାହାକୁ ନେଇ ବର୍ତ୍ତମାନ ଦାରିଙ୍ଗବାଡ଼ି ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି। ଦୀର୍ଘ ଦିନ ଧରି ଦୁର୍ଗା ମଣ୍ଡପ ଜମିକୁ ନେଇ ବିବାଦ ଲାଗି ରହିଛି। ଦାରିଙ୍ଗବାଡ଼ି ଅଞ୍ଚଳର କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକେ ସେହି ଜମିରେ ଯାତ୍ରୀ ବିଶ୍ରାମଗାର ନିର୍ମାଣ କରିବାକୁ ଦାବି କରି ଆସୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ସମାଧାନର କୌଣସି ବାଟ ବାହାରି ନଥିବାବେଳେ ପୁଣି ଥରେ ସେହି ଜମିକୁ ନେଇ ଏବେ ବିବାଦ ଛିଡା ହୋଇଛି।

ଚଳିତ ଦୂର୍ଗା ପୂଜା ଲାଗି ପୂଜା କମିଟି ପକ୍ଷରୁ ଦୁର୍ଗା ମଣ୍ଡପ ଜମିକୁ ଜେସିବି ସାହାଯ୍ୟରେ ସଫା କରାଯାଉଥିଲା। ହେଲେ ସେହି ସମୟରେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀର କିଛି ଲୋକେ ବିରୋଧ କରିବା ସହ କାମ ବନ୍ଦ କରିଥିଲେ। ସେହି ସ୍ଥାନରେ ତାର ବାଡ଼ ଘେରାଓ କରିଥିଲେ। ଯାହାକୁ ବଣିକ ସଙ୍ଘ ଓ ଦୁର୍ଗାପୂଜା କମିଟି ବିରୋଧ କରୁଛନ୍ତି।

Related story