ଏପଟେ ମଠ ଭାଙ୍ଗୁଥିଲା ଜେସିବି, ସେପଟେ ଚାଲିଥିଲା ସଂକୀର୍ତ୍ତନ

ପୁରୀ(ଓଡ଼ିଶା ରିପୋର୍ଟର):ପୁରୀରେ ଜାରି ରହିଛି ଉଚ୍ଛେଦ ଅଭିଯାନ। ସମ୍ପୂର୍ଣ୍ଣ ମାଟିରେ ମିଶିଛି ବଡ଼ ଆଖଡ଼ା ମଠ। ତେବେ ମଠ ବିଜେସ୍ଥଳୀ ଓ ମହନ୍ତଙ୍କ ରହିବା ଆସ୍ଥାନକୁ ଭଙ୍ଗା ଯାଇନାହିଁ। ମହନ୍ତଙ୍କୁ ଏବେ ନୀଳାଚଳ ଭକ୍ତ ନିବାସରେ ଆଶ୍ରୟ ଦିଆଯାଇଥିବାବେଳେ ମଠର ସମସ୍ତ ଅନ୍ତେବାସୀଙ୍କୁ ଥଇଥାନ କରିବାକୁ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ। ଐତିହାସିକଙ୍କ ମତ ଅନୁଯାୟୀ, ଏହି ବଡ଼ ଆଖଡ଼ା ମଠର ନାଗାସାଧୁମାନେ ଶ୍ରୀମନ୍ଦିରକୁ ସୁରକ୍ଷା ଦେଇ ଆସୁଥିଲେ। ଏହି ମଠର ଅଧିକାଂଶ ଅଂଶ […]

57y

Tapas Behera
  • Published: Monday, 09 September 2019
  • , Updated: 09 September 2019, 07:41 PM IST

ପୁରୀ(ଓଡ଼ିଶା ରିପୋର୍ଟର):ପୁରୀରେ ଜାରି ରହିଛି ଉଚ୍ଛେଦ ଅଭିଯାନ। ସମ୍ପୂର୍ଣ୍ଣ ମାଟିରେ ମିଶିଛି ବଡ଼ ଆଖଡ଼ା ମଠ। ତେବେ ମଠ ବିଜେସ୍ଥଳୀ ଓ ମହନ୍ତଙ୍କ ରହିବା ଆସ୍ଥାନକୁ ଭଙ୍ଗା ଯାଇନାହିଁ। ମହନ୍ତଙ୍କୁ ଏବେ ନୀଳାଚଳ ଭକ୍ତ ନିବାସରେ ଆଶ୍ରୟ ଦିଆଯାଇଥିବାବେଳେ ମଠର ସମସ୍ତ ଅନ୍ତେବାସୀଙ୍କୁ ଥଇଥାନ କରିବାକୁ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ।

ଐତିହାସିକଙ୍କ ମତ ଅନୁଯାୟୀ, ଏହି ବଡ଼ ଆଖଡ଼ା ମଠର ନାଗାସାଧୁମାନେ ଶ୍ରୀମନ୍ଦିରକୁ ସୁରକ୍ଷା ଦେଇ ଆସୁଥିଲେ। ଏହି ମଠର ଅଧିକାଂଶ ଅଂଶ ମାଟିରେ ମିଶିଯାଇଥିବା ବେଳେ କେବଳ ବାକି ରହିଲା, ମଠର ବିଜେସ୍ଥଳୀ, ରୋଷଘର ସହ ମହନ୍ତଙ୍କ ଆବାସସ୍ଥଳୀ। ହେଲେ ଉଚ୍ଛେଦ ସମୟରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗୋଟିଏ ପଟେ ଜେସିବି ଲଗାଇ ପ୍ରଶାସନ ଭାଙ୍ଗି ଚାଲିଥିଲା ମଠ, ଅନ୍ୟପଟେ ସାଧୁମାନେ ଭଜନକୀର୍ତ୍ତନରେ ନିମଗ୍ନ ଥିଲେ। ଆଇନଶୃଙ୍ଖଳାକୁ ନଜରରେ ରଖାଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ତଥାପି କଡା ସୁରକ୍ଷା ବଳୟ ମଧ୍ୟରେ ଭଙ୍ଗାଯାଇଛି ବଡ ଆଖଡ଼ା ମଠ।

ସେପଟେ ଉଚ୍ଛେଦ ପ୍ରକ୍ରିୟା ଦ୍ରୁତ ଗତିରେ ଚାଲିଥିବାରୁ ଅନ୍ୟ ମଠ ମହନ୍ତଙ୍କ ମଧ୍ୟରେ ଭାଳେଣୀ ପଡିଛି। ସେମାନଙ୍କ ମଠରେ କେତେ ଅଂଶ ଭଙ୍ଗାଯିବ, କେଉଁ ଅଂଶ ରହିବ ସେନେଇ ଏବେ ଚିନ୍ତିତ ମଠ ମହନ୍ତ। ରାଧାବଲ୍ଲଭ ମଠ ମହନ୍ତ ଏବେ ମାପଚୁପକୁ ନେଇ ସନ୍ଦିହାନ ଥିବା କହିଛନ୍ତି। ଏପଟେ ସାନଛତା ମଠ ମହନ୍ତ କହିଛନ୍ତି, ବହୁ ପୁରାତନ ମଠ ସବୁ ନଷ୍ଟ ହୋଇଯାଉଛି। ସେହିପରି ଶ୍ରୀମନ୍ଦିର ଏବଂ ମଠ ପରମ୍ପରା ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି କହିଛନ୍ତି ବରିଷ୍ଠ ସେବାୟତ।

Related story