ପୁରୀରେ ପୁଣି ଚାଲିଲା ବୁଲଡୋଜର, ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଧର୍ମେନ୍ଦ୍ର

ପୁରୀ(ଓଡ଼ିଶା ରିପୋର୍ଟର):ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ପରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଧର୍ମେନ୍ଦ୍ର କହିଛନ୍ତି, ହଜାରେ ବର୍ଷର ପୁରୁଣା ପରମ୍ପରା ଆଧାରରେ ଆଧୁନିକ ବ୍ୟବସ୍ଥା ହେଉ, ହେଲେ ଏଥିପ୍ରତି ଦାୟିତ୍ୱରେ ଥିବା ବନ୍ଧୁମାନେ ଯତ୍ନଶୀଳ ହୁଅନ୍ତୁ।  ଏ ସବୁ କାର୍ଯ୍ୟରେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଓ ଗଜପତି ମହାରାଜାଙ୍କ ସହଭାଗିତାର ମଧ୍ୟ ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ଶଙ୍କରାଚାର୍ଯ୍ୟ ଉଚ୍ଛେଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି, […]

j-90

Tapas Behera
  • Published: Thursday, 05 September 2019
  • , Updated: 05 September 2019, 08:00 PM IST

ପୁରୀ(ଓଡ଼ିଶା ରିପୋର୍ଟର):ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ପରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଧର୍ମେନ୍ଦ୍ର କହିଛନ୍ତି, ହଜାରେ ବର୍ଷର ପୁରୁଣା ପରମ୍ପରା ଆଧାରରେ ଆଧୁନିକ ବ୍ୟବସ୍ଥା ହେଉ, ହେଲେ ଏଥିପ୍ରତି ଦାୟିତ୍ୱରେ ଥିବା ବନ୍ଧୁମାନେ ଯତ୍ନଶୀଳ ହୁଅନ୍ତୁ।  ଏ ସବୁ କାର୍ଯ୍ୟରେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଓ ଗଜପତି ମହାରାଜାଙ୍କ ସହଭାଗିତାର ମଧ୍ୟ ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ଶଙ୍କରାଚାର୍ଯ୍ୟ ଉଚ୍ଛେଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି, ଶଙ୍କରାଚାର୍ଯ୍ୟ ମଠ ପ୍ରତି କୌଣସି ମୁଖ୍ୟମନ୍ତ୍ରୀ, ରାଜନୈତିକ ଦଳ ଯତ୍ନବାନ ନୁହନ୍ତି  ଏହି ମଠକୁ ଦବେଇବାକୁ ପୂରା ପ୍ରୟାସ କରାଯାଇ ଆସୁଛି ।

ଏଥିସହ ପୁରୀକୁ ଧାର୍ମିକ, ଆଧ୍ୟାତ୍ମିକ ନେତୃତ୍ୱବିହୀନ କରି ସେକୁଲାରତନ୍ତ୍ର ଅଧୀନରେ ଆଣିବାକୁ ପ୍ରଚେଷ୍ଟା ଚାଲିଥିବା କ୍ଷୋଭର ସହ କହିଛନ୍ତି ଶଙ୍କରାଚାର୍ଯ୍ୟ।  ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବ୍ରହ୍ମଗିରି ବିଧାୟକ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରମୁଖ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିଥିଲେ। ଅନ୍ୟପଟେ ୪ ଦିନର ବିରତି ପରେ ଆଜି ପୁଣି ପୁରୀରେ ଉଚ୍ଛେଦ ଅଭିଯାନ ଆରମ୍ଭ କରିଛି

ଜିଲ୍ଲା ପ୍ରଶାସନ। ହେଲେ ସାଧୁସନ୍ଥଙ୍କ ତୀବ୍ର ବିରୋଧ ପରେ ପୂର୍ବ ସ୍ଥିରୀକୃତ ବଡ଼ ଆଖଡ଼ା ମଠରେ ହାତ ମାରନି। ଏପଟେ ଉଚ୍ଛେଦକୁ ନେଇ ତେଜିବାରେ ଲାଗିଛି ରାଜନୈତିକ ଆକ୍ରୋଶ । ସରକାର କଳାପାହାଡ଼ ଭଳି ଆଚରଣ କରୁଥିବା ବିରୋଧୀ ଦର୍ଶାଇଥିବାବେଳେ ଏହାର ଜବାବ ରଖିଛି ବିଜେଡି।  ଆଉ ଏସବୁ ଭିତରେ ଆସନ୍ତାକାଲି ସ୍ଥିତି ଅନୁଧ୍ୟାନ ପାଇଁ ପୁରୀ ଆସୁଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକ୍ୟସକ୍ୟୁରୀ ଓ ସଲିସିଟର ଜେନେରାଲ।

ଗୋଟିଏ ପଟେ ଶ୍ରୀମନ୍ଦିର ଚୌହଦି ଉଚ୍ଛେଦକୁ ନେଇ ବିରୋଧ ଓ ଅସନ୍ତୋଷ କୁହୁଳୁଥିବାବେଳେ ବିଜେଡି କିନ୍ତୁ ନିଜ ଟ୍ୱିଟର ପେଜ୍‌ରେ ପୁରୀକୁ ବିଶ୍ୱ ପର୍ଯ୍ୟଟନସ୍ଥଳୀ ଭାବେ ଗଢି ତୋଳିବାକୁ ଏହା ପ୍ରୟାସ ବୋଲି ଦର୍ଶାଇବା ସହ ମିଥ୍ୟା ଅପପ୍ରଚାରରୁ ଦୂରେଇ ରହିବାକୁ ବି ପରାମର୍ଶ ଦିଆଯାଇଛି।

Related story