ମଠ ଉଚ୍ଛେଦକୁ ନେଇ ମୁହାଁମୁହିଁ ପରିସ୍ଥିତି, ଜିଦ୍‌ରେ ଅଟଳ ଜିଲ୍ଲାପାଳ !

ପୁରୀ (ଓଡ଼ିଶା ରିପୋର୍ଟର):ପୁରୀରେ ମଠ ଉଚ୍ଛେଦକୁ ନେଇ ମୁହାଁମୁହିଁ ସ୍ଥିତି।  ବିରୋଧକୁ ପ୍ରଶମିତ କରିବାକୁ ଜିଲ୍ଲାପାଳ ଆଜି ପୁରୀ ସୁରକ୍ଷା ମଂଚର ପ୍ରତିନିଧଙ୍କ ସହ କରିଥିବା ଆଲୋଚନା ବିଫଳ ହୋଇଛି।  ତେବେ ବିରୋଧ ସତ୍ତ୍ୱେ ବି ଉଚ୍ଛେଦ ଜାରି ରହିବ ବୋଲି ଜିଲ୍ଲା ପ୍ରଶାସନ କହିବା ପରେ ପରିସ୍ଥିତି ଅଧିକ ସଂଗୀନ ହେବାର ଆଶଙ୍କା ଦେଖାଦେଇଛି।  ଏପଟେ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ସରକାରଙ୍କ ଉପରେ ବିଷୋଦ୍‌ଗାର କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ମଠ […]

b-9000-1

b-9000-1

Niharika Rout
  • Published: Wednesday, 04 September 2019
  • Updated: 04 September 2019, 09:18 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର):ପୁରୀରେ ମଠ ଉଚ୍ଛେଦକୁ ନେଇ ମୁହାଁମୁହିଁ ସ୍ଥିତି।  ବିରୋଧକୁ ପ୍ରଶମିତ କରିବାକୁ ଜିଲ୍ଲାପାଳ ଆଜି ପୁରୀ ସୁରକ୍ଷା ମଂଚର ପ୍ରତିନିଧଙ୍କ ସହ କରିଥିବା ଆଲୋଚନା ବିଫଳ ହୋଇଛି।  ତେବେ ବିରୋଧ ସତ୍ତ୍ୱେ ବି ଉଚ୍ଛେଦ ଜାରି ରହିବ ବୋଲି ଜିଲ୍ଲା ପ୍ରଶାସନ କହିବା ପରେ ପରିସ୍ଥିତି ଅଧିକ ସଂଗୀନ ହେବାର ଆଶଙ୍କା ଦେଖାଦେଇଛି।  ଏପଟେ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ସରକାରଙ୍କ ଉପରେ ବିଷୋଦ୍‌ଗାର କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ମଠ ମହନ୍ତଙ୍କ ସହମତି ବିନା ଉଚ୍ଛେଦକୁ ନେଇ କଂଗ୍ରେସ ମଧ୍ୟ ସମାନ ଢଙ୍ଗରେ ସରକାରଙ୍କୁ ସମାଲୋଚନା କରିଛି।

ମହାରଣା ସେବାୟତଙ୍କ କୋହ ହିଁ ବୟାନ କରୁଛି ସରକାରଙ୍କ ଥଇଥାନ ପ୍ୟାକେଜକୁ ଗ୍ରହଣ କରିବା ମୁଡରେ ନାହାଁନ୍ତି । ଶ୍ରୀମନ୍ଦିରର ୭୫ ମିଟର ଚୌହଦି ଭିତରୁ ମଠ ସହ ବହୁ ସାଧାରଣ ଲୋକ ବି ବାସହରା ହେବେ। ତେଣୁ ଶ୍ରୀମନ୍ଦିର ସୁରକ୍ଷା ଆଳରେ ତରବରିଆ ଉଚ୍ଛେଦକୁ ବନ୍ଦ କରିବା ଲାଗି ଆଜି ଜିଲ୍ଲାପାଳଙ୍କ ସହ  ଆଲୋଚନା କରିଥିଲେ। ପୁରୀ ସୁରକ୍ଷା ମଂଚର ୧୫ ଜଣିଆ ପ୍ରତିନିଧି ଦଳ  ଉଚ୍ଛେଦ କାମ ତୁରନ୍ତ ବନ୍ଦ କରି ସୌନ୍ଦର୍ଯ୍ୟକରଣ କାମର ବ୍ଲୁପ୍ରିଣ୍ଟ, ମଠ ମନ୍ଦିରର ସୁରକ୍ଷା ପଦକ୍ଷେପ ସଂପର୍କରେ ଜଣାଇବାକୁ ଦାବି କରିଥିଲା ମଂଚ। ଦୀର୍ଘ ସମୟ ଆଲୋଚନା ହେଲା, କିନ୍ତୁ କିଛି ସୁଫଳ ମିଳିଲାନି। ହେଲେ ଜିଲ୍ଲାପାଳ ସ୍ପଷ୍ଟ କରିଦେଇଛନ୍ତି ୭୫ ମିଟର ମଧ୍ୟରେ ଆସୁଥିବା ସବୁ ବ୍ୟବସାୟିକ ପ୍ରତିଷ୍ଠାନ ଓ ଅସୁରକ୍ଷିତ କୋଠାକୁ ଭଙ୍ଗାଯିବ। ଏପଟେ ମଠ ଉଚ୍ଛେଦ ପ୍ରକିୟାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଅଭିଯୋଗ କରିଛନ୍ତ ୭ ଦିନ ଭିତରେ ଶ୍ରୀକ୍ଷେତ୍ରକୁ ସରକାର କୁରୁକ୍ଷେତ୍ର କରିଦେଲେଣି ।

ଜଷ୍ଟିସ ବି.ପି. ଦାସ କମିଶନଙ୍କ ଅନ୍ତରୀଣ ରିପୋର୍ଟ ଆଧାରରେ ସରକାର ଏମିତି କରିବା ବେଆଇନ। ସେହିପରି ନବକଳେବର ସମୟରେ ୫ ଶହ କୋଟିର କି କାମ ହୋଇଛି ବୋଲି ପ୍ରଶ୍ନ ଉଠାଇଛନ୍ତି ବିଜୟ। ୨୦୧୫ ଏପ୍ରିଲ ୧୫ରେ ସେତେବେଳର ଆକାଉଣ୍ଟାଣ୍ଟ ଜେନେରାଲ ଅମର ପଟ୍ଟନାୟକ ଶ୍ରୀମନ୍ଦିର ପ୍ରଶାସନର ଖର୍ଚ୍ଚକୁ ଅଡିଟ କରିବାକୁ ଲେଖିଥିବା ଏ ଚିଠିକୁ ଦେଖାଇ ସେ ନବକଳେବର  ବେଳେ ଟଙ୍କା ଖର୍ଚ୍ଚର ସ୍ୱଚ୍ଛତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ସେପଟେ ମଠ ଉଚ୍ଛେଦ ପଛରେ ଅନ୍ୟ କାହାକୁ ଜମି ଟେକିଦେବା ଉଦ୍ଦେଶ୍ୟ ଥିବା ସନ୍ଦେହ କରି କଂଗ୍ରେସ ବି ସମାଲୋଚନା କରିଛି।

ସାଧୁସନ୍ଥଙ୍କ ପ୍ରବଳ ବିରୋଧ ଯୋଗୁଁ ଗତକାଲି ବଡ଼ ଆଖଡ଼ା ମଠ ପାଖରେ ଉଚ୍ଛେଦ ଅଭିଯାନର ବ୍ରେକ୍ ଲାଗିଥିଲା। ତା’ପୂର୍ବରୁ ଲଙ୍ଗୁଳି ମଠ ସହ ଏମାର ମଠର ଅନେକାଂଶକୁ ମାଟିରେ ମିଶାଇ ସାରିଛି ପ୍ରଶାସନ। ସେପଟେ ପୁରୀରେ ପ୍ରଶାସନ ପକ୍ଷରୁ ଚାଲିଥିବା ମଠ ମନ୍ଦିର ଉଚ୍ଛେଦ କାର୍ଯ୍ୟକୁ ତୁରନ୍ତ ରୋକିବାକୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ବିଭିନ୍ନ ମଠ ମହନ୍ତ ଖୋଲା ଚିଠି ଲେଖିଛନ୍ତି। ଏ ମାମଲାରେ ସବିଶେଷ ଅବଗତ କରାଯାଇନଥିବା ଚିଠିରେ ଉଲ୍ଲେଖ କରାଯାଇଛି । ଐତିହ୍ୟକୁ ଏଭଳି ନଷ୍ଟଭ୍ରଷ୍ଟ କରିବାରୁ ସରକାର ବିରତ ରହିବା ସହ ସୁପ୍ରିମକୋର୍ଟ ଏ ଘଟଣାରେ ତୁରନ୍ତ ଷ୍ଟେ ଅର୍ଡର ଦେବାକୁ ନିବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story