ଗ୍ୟାଲେରିଆ ମଲ୍ ପାଇଁ ସରକାରୀ କୋଠା ଭାଙ୍ଗିଲେ ହେବ ଜନଆନ୍ଦୋଳନ: ସୁର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର କଳ୍ପନା ଛକରେ ଉତ୍କଳ କନିକା ଗ୍ୟାଲେରିଆ ମଲ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ପ୍ରତିଷ୍ଠିତ ସରକାରୀ କୋଠାକୁ ଭାଙ୍ଗିବା ନିମନ୍ତେ ସରକାର ନିଷ୍ପତ୍ତି ନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଯଦି ଗ୍ୟାଲେରିଆ ମଲ୍ ପାଇଁ ରାଜ୍ୟର ଗୌରବ ମ୍ୟୁଜିୟମ୍ , ବିଜେବି କଲେଜ, ଭଞ୍ଜ କଳାମଣ୍ଡପ ଓ ବିଏମସି କାର୍ଯ୍ୟାଳୟର କୋଠାର ନିର୍ମାଣକୁ ଭଙ୍ଗାଯାଏ ତା’ହେଲେ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ […]

sura-routray

sura-routray

Manoranjan Sial
  • Published: Thursday, 25 June 2020
  • Updated: 25 June 2020, 07:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର କଳ୍ପନା ଛକରେ ଉତ୍କଳ କନିକା ଗ୍ୟାଲେରିଆ ମଲ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ପ୍ରତିଷ୍ଠିତ ସରକାରୀ କୋଠାକୁ ଭାଙ୍ଗିବା ନିମନ୍ତେ ସରକାର ନିଷ୍ପତ୍ତି ନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଯଦି ଗ୍ୟାଲେରିଆ ମଲ୍ ପାଇଁ ରାଜ୍ୟର ଗୌରବ ମ୍ୟୁଜିୟମ୍ , ବିଜେବି କଲେଜ, ଭଞ୍ଜ କଳାମଣ୍ଡପ ଓ ବିଏମସି କାର୍ଯ୍ୟାଳୟର କୋଠାର ନିର୍ମାଣକୁ ଭଙ୍ଗାଯାଏ ତା’ହେଲେ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ଚେତାବନୀ ଦେଇଛନ୍ତି।

ଶ୍ରୀ ରାଉତରାୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ କହିଛନ୍ତି ଯେ, କଳ୍ପନା ଛକରେ ଥିବା ମ୍ୟୁଜିୟମ, ବିଜେବି କଲେଜ ଓ ଭଞ୍ଜ କଳାମଣ୍ଡପର କିଛି ଅଂଶ ଭାଙ୍ଗିବା ପାଇଁ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତା’ର ପୁର୍ନବିଚାର କରନ୍ତୁ। ସରକାରଙ୍କର ଏପରି ନିଷ୍ପତ୍ତିରେ ଉତ୍କଳ କନିକା ଗ୍ୟାଲେରିଆ ମଲ୍ ଓ ସରକାରୀ ବାବୁଙ୍କ ମଧ୍ୟରେ ଅର୍ଥ କାରବାର ହୋଇଥିବା ସନ୍ଦେହ କରାଯାଉଛି। ତା’ନହେଲେ ରାଜ୍ୟ ସରକାର ବେସରକାରୀ ମଲକୁ ସୁରକ୍ଷା ଦେବାକୁ ଯାଇ ସରକାରୀ ପ୍ରତିଷ୍ଠାନଗୁଡ଼ିକୁ ଭାଙ୍ଗିବା ପାଇଁ କଦାପି ନିଷ୍ପତ୍ତି ନିଅନ୍ତେ ନାହିଁ। ସରକାରୀ ଜମି ଉପରେ ବେଆଇନ୍ ଭାବେ ଗ୍ୟାଲେରିଆ ମଲ୍ ନିଜର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରିଛି। ଏହାକୁ ଭାଙ୍ଗିବା ପାଇଁ ୧୦ ମାସ ହେଲା ସରକାରୀ ସ୍ତରରେ ଆଲୋଚନା ହେଉଥିଲେ ମଧ୍ୟ କାହା ନିର୍ଦ୍ଦେଶରେ ଏପର୍ଯ୍ୟନ୍ତ ଉଚ୍ଛେଦକୁ ବନ୍ଦ ରଖାଯାଇଛି, ତାହା ଜଣାପଡ଼ୁନି। ଏହା ମଧ୍ୟ ରାଜ୍ୟ ସରକାରଙ୍କର ସାଧୁତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏବେ ଗ୍ୟାଲେରିଆ ମଲ ସୌନ୍ଦର୍ଯୀକରଣ ନିମନ୍ତେ ପୂର୍ତ୍ତ ବିଭାଗ ପକ୍ଷରୁ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ସହ ଅନ୍ୟାନ୍ୟ ପ୍ରତିଷ୍ଠାନଗୁଡିକୁ ଭାଙ୍ଗି ରାସ୍ତା ସଂପ୍ରସାରଣ ପାଇଁ ନିଷ୍ପତ୍ତି ନିଆଯାଇଛି। ବିଏମ୍‌ସି କମିଶନର ବିଏମସି କାର୍ଯ୍ୟାଳୟର ମୁଖ୍ୟ ଗେଟ, ଶୌଚାଳୟ, ସିକ୍ୟୁରିଟି ରୁମ, ଦୁଇମହଲା ବିଶିଷ୍ଟ ଅଭିଯୋଗ ପ୍ରକୋଷ୍ଠ, ଏଟିଏମ, ପାର୍କିଂ ଗେଟ୍ ଏବଂ ପାର୍କିଂ ଅଂଚଳର କିଛି ସ୍ଥାନ ଓ ବିଏମ୍‌ସିର ପାଚେରୀ ଭଙ୍ଗାଯିବା ନିଷ୍ପତ୍ତିକୁ ବିଏମସି କମିଶନର କିଭଳି ଗ୍ରହଣ କରିନେଇଛନ୍ତି ତାହା ଆଶ୍ଚର୍ଯ୍ୟ ଲାଗୁଛି। ଗ୍ୟାଲେରିଆ ମଲ୍ ପ୍ରବେଶ ଓ ପ୍ରସ୍ଥାନ ପଥରେ ସରକାରୀ ଜମି ମଲ୍ ମାଲିକ ଜବରଦଖଲରେ ରଖିଥିଲେ ମଧ୍ୟ ତାକୁ ହଟା ନଯାଇ ବିଏମସିର କୋଠାକୁ ଭଙ୍ଗାଯିବା କେତେଦୂର ସମୀଚୀନ ଶ୍ରୀ ରାଉତରାୟ କହିଛନ୍ତି।

ଶ୍ରୀ ରାଉତରାୟ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ମ୍ୟୁଜିୟମର ମୁଖ୍ୟ ଗେଟ, ଟିକେଟ୍ କାଉଂଟର, ଗାଡ଼ି ପାର୍କିଂ ଅଂଚଳ, ଅନୁସୂଚିତ ଜାତି ଓ ଜନଜାତି ବିଭାଗର କାର୍ଯ୍ୟାଳୟ, ଅଗ୍ନିଶମ କାର୍ଯ୍ୟାଳୟ, ବିଜେବି କଲେଜ ପାଚେରୀ ପ୍ରଭୃତି ଭଙ୍ଗାଯିବା ନିଷ୍ପତ୍ତି ଗ୍ରହଣ କରାଯାଇଛି। ଯଦି ରାସ୍ତା ସମ୍ପ୍ରସାରିତ ହେଉଛି ତେବେ ନିୟମ ଅନୁଯାୟୀ ସମସ୍ତ ପ୍ରତିଷ୍ଠାନକୁ ଭଙ୍ଗାଯାଉ। ମାତ୍ର ଏଥିରେ ପାତରଅନ୍ତର କରାନଯାଉ। ଯଦି ସରକାର ଏହି ନିଷ୍ପତ୍ତିର ପୁନର୍ବିଚାର ନକରିବେ ଓ ମଲ୍ ମାଲିକଙ୍କ ପ୍ରୀତି ନିଷ୍ପତ୍ତିରେ କାଏମ ରହିବେ ତା’ହେଲେ ଆଗାମୀ ଦିନରେ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ରାଉତରାୟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story