କୋକସରାରେ ଅଣାୟତ୍ତ ହେବାରେ ଲାଗିଛି ଡେଙ୍ଗୁ

ଧର୍ମଗଡ଼ (ଇଣ୍ଡିତ ପଣ୍ଡା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ର ଲଡୁଗାଁରେ ଅଣାୟତ୍ତ ହେବାକୁ ଲାଗିଛି ଡେଙ୍ଗୁ। ବର୍ତ୍ତମାନ ପର୍ଯ୍ୟନ୍ତ ପରୀକ୍ଷା ପାଇଁ ପଠା ଯାଇଥିବା ୨୧୮ ରକ୍ତ ନମୂନାରୁ ୪୪ଟି ପଜେଟିଭ୍‌ ଆସିଛି। ଏମାନଙ୍କ ମଧ୍ୟରୁ କିଛି ଘରେ ରହି ଚିକିତ୍ସିତ ହେଉଛନ୍ତି। ୮ ଜଣଙ୍କୁ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହାସହିତ କିଛି ରୋଗୀ ବିଶାଖାପାଟଣା, ହାଇଦ୍ରାବାଦ, ଛତିଶଗଡ଼ ଓ ରାୟପୁରରେ ଚିକିତ୍ସିତ ହେଉଛନ୍ତି। ଗତ ୩ ଦିନ ହେବ ସ୍ୱାସ୍ଥ୍ୟ ବିଭାଗର ଟିମ୍‌ ଘର […]

kallahandi 1

Ordigital Desk
  • Published: Monday, 13 August 2018
  • , Updated: 13 August 2018, 10:21 AM IST

ଧର୍ମଗଡ଼ (ଇଣ୍ଡିତ ପଣ୍ଡା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ର ଲଡୁଗାଁରେ ଅଣାୟତ୍ତ ହେବାକୁ ଲାଗିଛି ଡେଙ୍ଗୁ। ବର୍ତ୍ତମାନ ପର୍ଯ୍ୟନ୍ତ ପରୀକ୍ଷା ପାଇଁ ପଠା ଯାଇଥିବା ୨୧୮ ରକ୍ତ ନମୂନାରୁ ୪୪ଟି ପଜେଟିଭ୍‌ ଆସିଛି। ଏମାନଙ୍କ ମଧ୍ୟରୁ କିଛି ଘରେ ରହି ଚିକିତ୍ସିତ ହେଉଛନ୍ତି। ୮ ଜଣଙ୍କୁ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହାସହିତ କିଛି ରୋଗୀ ବିଶାଖାପାଟଣା, ହାଇଦ୍ରାବାଦ, ଛତିଶଗଡ଼ ଓ ରାୟପୁରରେ ଚିକିତ୍ସିତ ହେଉଛନ୍ତି।

ଗତ ୩ ଦିନ ହେବ ସ୍ୱାସ୍ଥ୍ୟ ବିଭାଗର ଟିମ୍‌ ଘର ଘର ବୁଲି ଲୋକଙ୍କ ଚିକିତ୍ସା କରିବା ସହ  ସଚେତନ କରୁଛନ୍ତି। ଏହାସହିତ ଗାଁରୁ ଡେଙ୍ଗୁ ନିପାତ ପାଇଁ ଔଷଧ ଛିଞ୍ଚନ କରାଯାଉଛି। ଏଠାକାର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଓ ରାଇସ୍‌ ମିଲର ବର୍ଜ୍ୟବସ୍ତୁର ପରିଚାଳନାଗତ ତ୍ରୁଟି ଯୋଗୁ ଏପରି ଡେଙ୍ଗୁ ବ୍ୟାପୁଥିବା ଅଭିଯୋଗ ହେଉଛି।

https://www.youtube.com/watch?v=_0MNgZFaA7c

 

Related story