ଢ଼େଙ୍କାନାଳ ଭୂଷଣ ପ୍ଲାଣ୍ଟରେ ପୁଣି ଦୁର୍ଘଟଣା : ଜଣେ  ଶ୍ରମିକ ମୃତ,  ଜଣେ ଗୁରୁତର

ଢ଼େଙ୍କାନାଳ: ଢେଙ୍କାନାଳର ଭୂଷଣ ପ୍ଲାଣ୍ଟରେ ଶନିବାର ପୁଣି ଘଟିଛି  ଦୁର୍ଘଟଣା। ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତର ଶ୍ରମିକଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ମୃତ ଓ ଆହତ ହୋଇଥିବା ଶ୍ରମିକ ଝାଡଖଣ୍ଡର ବୋଲି ଜଣାପଡିଛି। ଆଜି ଦିନ ସାଢେ଼ ୧୦ଟା ବେଳେ ପ୍ଲାଣ୍ଟରେ ଥିବା କୋକଭେନ ୱାନରେ ଦୁର୍ଘଟଣା ଘଟିଛି। କାରଖାନା ପରିସରରେ କାର୍ଯ୍ୟରତ ଶ୍ରମିକ ମାନେ ଧାରଣାରେ ଦେଇଛନ୍ତି। ମୃତ […]

bhusan

Rakesh Mallick
  • Published: Saturday, 04 July 2015
  • , Updated: 04 July 2015, 07:45 AM IST

ଢ଼େଙ୍କାନାଳ: ଢେଙ୍କାନାଳର ଭୂଷଣ ପ୍ଲାଣ୍ଟରେ ଶନିବାର ପୁଣି ଘଟିଛି  ଦୁର୍ଘଟଣା। ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତର ଶ୍ରମିକଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ମୃତ ଓ ଆହତ ହୋଇଥିବା ଶ୍ରମିକ ଝାଡଖଣ୍ଡର ବୋଲି ଜଣାପଡିଛି। ଆଜି ଦିନ ସାଢେ଼ ୧୦ଟା ବେଳେ ପ୍ଲାଣ୍ଟରେ ଥିବା କୋକଭେନ ୱାନରେ ଦୁର୍ଘଟଣା ଘଟିଛି। କାରଖାନା ପରିସରରେ କାର୍ଯ୍ୟରତ ଶ୍ରମିକ ମାନେ ଧାରଣାରେ ଦେଇଛନ୍ତି। ମୃତ ଶ୍ରମିକଙ୍କ ପରିବାର ଲୋକଙ୍କୁ ଉଚିତ୍ କ୍ଷତି ପୂରଣ ସହିତ କମ୍ପାନୀ ପରିସରରେ ବାରାମ୍ୱାର ଦୁର୍ଘଟଣାକୁ ଏଡାଇବା ଲାଗି ଯଥେଷ୍ଟ ସୁରକ୍ଷା ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି।  ଅନ୍ୟପକ୍ଷରେ ଦୁର୍ଘଟଣା ନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Related story