ଦେବଗଡ ଜିଲ୍ଲା କୋର୍ଟରେ ଇ-ଫାଇଲିଂ ବ୍ୟବସ୍ଥା ଆରମ୍ଭ

ଦେବଗଡ: ଦେବଗଡ ଜିଲ୍ଲା କୋର୍ଟରେ ଇ-ଫାଇଲିଂ ବ୍ୟବସ୍ଥା ଆରମ୍ଭ ହୋଇଛି । ଜିଲ୍ଲାଜଜ ବିକ୍ରମ କେଶରୀ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ । ଏହି ବ୍ୟବସ୍ଥା ଦ୍ୱାରା ବିଭିନ୍ନ ମାମଲାର ସମ୍ପୂର୍ଣ୍ଣ ତଥ୍ୟ ଜିଲ୍ଲାଜଜଙ୍କ ୱେବସାଇଟରେ ଉପଲବ୍ଧ ହୋଇପାରିବ । ମାମଲା ଦାଖଲ କରିଥିବା ଓକିଲଙ୍କ ମୋବାଇଲ ନମ୍ବରକୁ କେସର ସମସ୍ତ ତଥ୍ୟ ଏସଏମଏସ ମାଧ୍ୟମରେ ଯିବ । ଏହାଦ୍ୱାରା ମାମଲା ସମାଧାନ ପାଇଁ କମ ସମୟ ଲାଗିବା ସହ ନ୍ୟାୟିକ ବ୍ୟବସ୍ଥା ତ୍ୱରାନ୍ୱିତ ହୋଇପାରିବ । […]

deogarh

Rakesh Mallick
  • Published: Wednesday, 08 July 2015
  • , Updated: 08 July 2015, 10:33 AM IST

ଦେବଗଡ: ଦେବଗଡ ଜିଲ୍ଲା କୋର୍ଟରେ ଇ-ଫାଇଲିଂ ବ୍ୟବସ୍ଥା ଆରମ୍ଭ ହୋଇଛି । ଜିଲ୍ଲାଜଜ ବିକ୍ରମ କେଶରୀ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ । ଏହି ବ୍ୟବସ୍ଥା ଦ୍ୱାରା ବିଭିନ୍ନ ମାମଲାର ସମ୍ପୂର୍ଣ୍ଣ ତଥ୍ୟ ଜିଲ୍ଲାଜଜଙ୍କ ୱେବସାଇଟରେ ଉପଲବ୍ଧ ହୋଇପାରିବ । ମାମଲା ଦାଖଲ କରିଥିବା ଓକିଲଙ୍କ ମୋବାଇଲ ନମ୍ବରକୁ କେସର ସମସ୍ତ ତଥ୍ୟ ଏସଏମଏସ ମାଧ୍ୟମରେ ଯିବ । ଏହାଦ୍ୱାରା ମାମଲା ସମାଧାନ ପାଇଁ କମ ସମୟ ଲାଗିବା ସହ ନ୍ୟାୟିକ ବ୍ୟବସ୍ଥା ତ୍ୱରାନ୍ୱିତ ହୋଇପାରିବ । ଏହି ଅବସରରେ କୋର୍ଟ ପରିସରରେ ଏକ ନୂତନ ଥଣ୍ଡାପାନୀୟ ଜଳ ପ୍ରକଳ୍ପ ଜିଲ୍ଲାଜଜ ଉଦଘାଟନ କରିଥିଲେ ।

Related story