ଥଇଥାନ କରୁଛନ୍ତି ମୁଖ୍ୟମନ୍ତ୍ରୀ, ଜାଣିପାରୁନି ପ୍ରଶାସନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସପ୍ତାହରେ ନିଜର ୩୬ଜଣ ଦଳୀୟ ନେତାଙ୍କୁ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରିଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ଯେଉଁ ନେତାଙ୍କୁ ଥଇଥାନ କରିଛନ୍ତି ତାଙ୍କୁ ତାଙ୍କ ଅଧୀନରେ ଥିବା ପ୍ରଶାସନ ଜାଣିପାରିନି। ଏପରିକି ରାଜନୀତିକ ଥଇଥାନ ହୋଇଥିବା ନେତାଙ୍କ ବଦଳରେ ଅନ୍ୟଜଣେ ନେତାଙ୍କୁ ସରକାରୀ ନିଯୁକ୍ତି ମିଳିଥିବା ନେଇ ଆନୁଷ୍ଠାନିକ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀଙ୍କ ଥଇଥାନ ଓ ପ୍ରଶାସନର ଏଭଳି କାର୍ଯ୍ୟକୁ ନେଇ […]

naveen-patnaik-yet-to-open-his-cards-on-possible-post-poll-alliances

Manoranjan Sial
  • Published: Thursday, 22 August 2019
  • , Updated: 22 August 2019, 08:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସପ୍ତାହରେ ନିଜର ୩୬ଜଣ ଦଳୀୟ ନେତାଙ୍କୁ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରିଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ଯେଉଁ ନେତାଙ୍କୁ ଥଇଥାନ କରିଛନ୍ତି ତାଙ୍କୁ ତାଙ୍କ ଅଧୀନରେ ଥିବା ପ୍ରଶାସନ ଜାଣିପାରିନି। ଏପରିକି ରାଜନୀତିକ ଥଇଥାନ ହୋଇଥିବା ନେତାଙ୍କ ବଦଳରେ ଅନ୍ୟଜଣେ ନେତାଙ୍କୁ ସରକାରୀ ନିଯୁକ୍ତି ମିଳିଥିବା ନେଇ ଆନୁଷ୍ଠାନିକ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀଙ୍କ ଥଇଥାନ ଓ ପ୍ରଶାସନର ଏଭଳି କାର୍ଯ୍ୟକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା।

ମିଳିଥିବା ସୂଚନା ଅନୁସାରେ, ଦଳୀୟ ଟିକେଟ୍ ଆଶାୟୀ ଥିବା ବିଜେଡି ନେତାମାନଙ୍କୁ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରିବା ପାଇଁ ରାଜ୍ୟ ସରକାର ଟାଣିଓଟାରି ୧୧ଟି ଉପଦେଷ୍ଟା ପଦବୀ ସହ ‘ମୋ ସ୍କୁଲ’ ଓ ‘ମୋ କଲେଜ’ ଅଧ୍ୟକ୍ଷ ଭଳି ପଦବୀ ସୃଷ୍ଟି କରିଛନ୍ତି। ମାତ୍ର ଏହି ଉପଦେଷ୍ଟାମାନଙ୍କର କାର୍ଯ୍ୟ କ’ଣ ହେବ, ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇପାରିନି। ସାଧାରଣ ପ୍ରଶାସନ ଏବେ ଏହି ଉପଦେଷ୍ଟାମାନଙ୍କର କାର୍ଯ୍ୟ ଓ ସୁବିଧାସୁଯୋଗ ଆଦି ସମ୍ପର୍କିତ ଗାଇଡଲାଇନ୍ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।

ଏପଟେ ମୁଖ୍ୟମନ୍ତ୍ରୀ ଯେଉଁ ୩୬ଜଣ ଦଳୀୟ ନେତାଙ୍କୁ ଥଇଥାନ କରିଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ପ୍ରଶାସନ ଜାଣିବାରେ ସକ୍ଷମ ହୋଇପାରିନି। ଉଦାହରଣ ସ୍ୱରୂପ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଭାବେ ଜିଲ୍ଲା ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ନାଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। କିନ୍ତୁ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ପଦରେ ନିଯୁକ୍ତି ମିଳିଥିବା ନେଇ ଅଗଷ୍ଟ ୧୯ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଥିଲା। ତେବେ ରାଜ୍ୟ ସରକାରଙ୍କ ଏଭଳି ବିଜ୍ଞପ୍ତିକୁ ନେଇ ବିଜେଡି ନେତାମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେବା ସହିତ ତୀବ୍ର ଆପତ୍ତି ଉଠିବା ପରେ ବିଭାଗ ପୁଣିଥରେ ଅଗଷ୍ଟ ୨୦ତାରିଖରେ ଏକ ସଂଶୋଧନ ବିଜ୍ଞପ୍ତି ପ୍ରକାଶ କରି ଏହି ନିଯୁକ୍ତି ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ନୁହେଁ ବରଂ ଏମ୍. ରାମପୁରର ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ମିଳିଛି ବୋଲି ସ୍ପଷ୍ଟୀକରଣ ଦେଇଛି। ଏଭଳି ଦୁଇଟି ସରକାରୀ ବିଜ୍ଞପ୍ତିରୁ ରାଜ୍ୟ ସରକାରଙ୍କ ବେପରୁୱା ଆଭିମୁଖ୍ୟ ଓ ପ୍ରଶାସନ ସହ ସରକାରଙ୍କ ମଧ୍ୟରେ ସମନ୍ୱୟ ରହୁନଥିବା ସ୍ପଷ୍ଟ ହୋଇଯାଇଛି।

Related story