ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୪ ତାରିଖରେ ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ଟଳିଛି। ଚୀନ ସାଗରରେ ବାତ୍ୟା ସୃଷ୍ଟି ହେବା ଯୋଗୁ ଲଘୁଚାପର ସମ୍ଭାବନା ଅପସରିଯାଇଛି। ଭାରତୀୟ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ଏହି ସୂଚନା ଦେଇଛନ୍ତି। ତେବେ ଲଘୁଚାପ ଟଳିଥିବାରୁ ଏବେ ଓଡ଼ିଶାରେ ବଡ଼ ଧରଣର ବର୍ଷା ହେବନି। କାଁଭାଁ ବର୍ଷା ଲାଗି ରହିଲେ ବି ଚାଷକୁ ସୁହାଇଲା ଭଳି ବର୍ଷା ହେବନି।
ତେବେ ପୁଣି ଥରେ ୭/୮ ଦିନ ପରେ ଲଘୁଚାପ ସମ୍ଭାବନା ଥିବା ପାଣିପାଗ ବିଭାଗ ଆକଳନ କରିଛି। ନୂଆଦିଲ୍ଲୀ ସ୍ଥିତ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ଏହି ସୂଚନା ଦେଇଛନ୍ତି। ପୂର୍ବରୁ ଅଗଷ୍ଟ ୪ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ଆକଳନ କରିଥିଲା। ତା’ସହିତ ଅଗଷ୍ଟ ୫ରୁ ୮ ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କୁହାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଅମିତ ଶାହଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ ବାତିଲ
କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ଆସନ୍ତାକାଲି ଅର୍ଥାତ୍ ଶନିବାର ରାତି ୧୦ଟାରେ ଭୁବନେଶ୍ୱରରେ ପହଂଚିଥାନ୍ତୋ ।
Crime
ବିଧାୟକ ଥିଲେ, ସର୍କିଟ୍ ହାଉସ୍ରେ ଜଳିଗଲା ଦୁଇ ଗାଡ଼ି
ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ। କାର୍ଯ୍ୟକ୍ରମ ପରେ ସେ ଫୁଲବାଣୀ ସର୍କିଟ୍ ହାଉସ୍ରେ ରାତ୍ରୀ ଯାପନ କରିଥିଲେ। ସର୍କିଟ୍ ହାଉସ୍ କ୍ୟାମ୍ପସରେ ନିଜର ଇନୋଭା ଗାଡ଼ି ରଖି ବିଶ୍ରାମ ନେଇଥିଲେ।
Politics
ମୁହଁ ଖୋଲିଲେ ବିଜେଡି ନେତ୍ରୀ ପୁଷ୍ପାଞ୍ଜଳି; କହିଲେ- ମୁଁ ଯଦି ନିଜ ରକ୍ଷା କରିପାରିନଥାନ୍ତି, ତାହାହେଲେ ମୋ’ ଶାଢୀ ଖୋଲି ଯାଇଥାଆନ୍ତା
ଶଙ୍ଖ ଭବନରେ ଘଟିଥିବର ମାଡ଼ ଘଟଣାକୁ ନେଇ ଭୁବନେଶ୍ୱର ଜୋନ ମହିଳା ବିଜେଡି କାର୍ଯ୍ୟକାରୀ ସଭାନେତ୍ରୀ ପୁଷ୍ପାଞ୍ଜଳି ରଣା କହିଛନ୍ତି, ମୁଁ ଆଗେ ପ୍ରଥମେ ମାଡ଼ ମାରିନି। ଯାହା ଭିଡ଼ିଓରେ ଦେଖାଯାଉଛି, ତାହା ପୂର୍ବରୁ ନିଶ୍ଚିତ କିଛି ଘଟିଥିବ। ଗତ ୨୦ ବର୍ଷ ହେଲା ଜଣେ ମହିଳା ଯଦି ପାଟି ଫିଟାଇନଥିଲା, ଆଜି କାହିଁକି ଫିଟାଇଲା?
Accident
ବିଲ ମଝିରେ ଜଳିଗଲେ ଚାଷୀ
ବିଜୁଳି ବିଭାଗର ଖାମ ଖିଆଲି ନୀତି ପାଇଁ ପ୍ରମୋଦଙ୍କ ଜୀବନ ଯାଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।
Crime
ARIଙ୍କୁ ବାନ୍ଧିଲା ଭିଜିଲାନ୍ସ
ଗତକାଲି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ARI ସୁରେନ୍ଦ୍ର କୁମାରଙ୍କ ଘର ସମେତ ୮ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଥିଲା।