ଡେପୁଟି କଲେକ୍ଟର ଆଲୋକ ଅନୁଗୁଳିଆ ନିଲମ୍ବିତ

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଥିବା ଆଲୋକ କୁମାର ଅନୁଗୁଳିଆଙ୍କୁ ନିଲମ୍ବନ କରାଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ତାଙ୍କୁ ନିଲମ୍ବନ କରିଛନ୍ତି । ସରକାରୀ ଜମି ହଡ଼ପ ଅଭିଯୋଗରେ ଡେପୁଟି କଲେକ୍ଟର ଆଲୋକ ଅନୁଗୁଳିଆଙ୍କୁ ନିଲମ୍ବନ କରାଯାଇଛି । କାଲିମେଳାରେ ତହସିଲଦାର ଥିବା ବେଳେ ତାଙ୍କ ନାଁରେ ସରକାରୀ ଜମି ହଡ଼ପ ଅଭିଯୋଗ ଆସିଥିଲା । […]

deputy-collector

Jitendra Garnayak
  • Published: Friday, 07 May 2021
  • , Updated: 07 May 2021, 02:56 PM IST

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଥିବା ଆଲୋକ କୁମାର ଅନୁଗୁଳିଆଙ୍କୁ ନିଲମ୍ବନ କରାଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ତାଙ୍କୁ ନିଲମ୍ବନ କରିଛନ୍ତି ।

ସରକାରୀ ଜମି ହଡ଼ପ ଅଭିଯୋଗରେ ଡେପୁଟି କଲେକ୍ଟର ଆଲୋକ ଅନୁଗୁଳିଆଙ୍କୁ ନିଲମ୍ବନ କରାଯାଇଛି । କାଲିମେଳାରେ ତହସିଲଦାର ଥିବା ବେଳେ ତାଙ୍କ ନାଁରେ ସରକାରୀ ଜମି ହଡ଼ପ ଅଭିଯୋଗ ଆସିଥିଲା ।

ଗୁରୁବାର ଜାରି ହୋଇଥିବା ନିଲମ୍ବନ ନିର୍ଦ୍ଦେଶରେ କୁହାଯାଇଛି ଯେ ଏବେ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଶ୍ରୀ ଅନୁଗୁଳିଆଙ୍କ ହେଡକ୍ୱାର୍ଟର୍ସ ରହିବ । ନିଲମ୍ବନ ଅବଧି ମଧ୍ୟରେ ସେ କୋରାପୁଟ ଜିଲ୍ଲାପାଳଙ୍କ ବିନା ଅନୁମତିରେ ହେଡକ୍ୱାର୍ଟର୍ସ ଛାଡ଼ି ଯାଇପାରିବେ ନାହିଁ ।

Related story