‘କାଲି ଆଖି ବୁଜିଥିଲେ ଅତିରିକ୍ତ ଜିଲ୍ଲାପାଳ, ଆଜି କରୋନା ପଜିଟିଭ ଚିହ୍ନଟ ’

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଗତକାଲି ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ମୃତ୍ୟୁ ହୋଇଥିବା ବେଳେ ତାହା କରୋନାଜନିତ ବୋଲି ଆଜି ସ୍ପଷ୍ଟ ହୋଇଛି। କରୁଣାକରଙ୍କ ମୃତ୍ୟୁର ଦିନକ ପରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗତ କିଛି ଦିନ ହେଲା କରୁଣାକର ଅସୁସ୍ଥ ଥିଲେ । ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ କରୁଣାକରଙ୍କ ମୃତ୍ୟୁ ହୋଇଥିଲା । ଜିଲ୍ଲା କୋଭିଡ […]

gaja-1

Niharika Rout
  • Published: Wednesday, 22 July 2020
  • , Updated: 22 July 2020, 02:04 PM IST

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଗତକାଲି ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ମୃତ୍ୟୁ ହୋଇଥିବା ବେଳେ ତାହା କରୋନାଜନିତ ବୋଲି ଆଜି ସ୍ପଷ୍ଟ ହୋଇଛି। କରୁଣାକରଙ୍କ ମୃତ୍ୟୁର ଦିନକ ପରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା ।

ଗତ କିଛି ଦିନ ହେଲା କରୁଣାକର ଅସୁସ୍ଥ ଥିଲେ । ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ କରୁଣାକରଙ୍କ ମୃତ୍ୟୁ ହୋଇଥିଲା । ଜିଲ୍ଲା କୋଭିଡ ହସ୍ପିଟାଲ ଓ କେୟାର ସେଣ୍ଟର ପରିଚାଳନା ଦାୟିତ୍ୱରେ ଥିଲେ କରୁଣାକର ।

ଗତ ମାର୍ଚ୍ଚ ମାସରେ ସେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଆଜି ବ୍ରହ୍ମପୁରଠାରେ ସ୍ୱର୍ଗତ ରାଇକାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଶେଷକୃତ୍ୟ ବେଳେ ଗଞ୍ଜାମ ଜିଲ୍ଲାପାଳ, ଗଜପତି ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ଦକ୍ଷିଣାଞ୍ଚଳ ଆରଡିସି ଉପସ୍ଥିତ ଥିଲେ ।

Related story