ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଜବରଦଖଲ ଜମିରେ ଡେରା ଆଶ୍ରମ

<p>କୋଣାର୍କ (ଓଡିଶା ରିପୋର୍ଟର) : ସରକାରୀ ଜମି ମାଡି ବସିଛି ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାର ବେଲଦଳ ମୌଜାରେ ଥିବା ଡେରା ସଚ୍ଚା ସୌଦା ଆଶ୍ରମ।&nbsp; ମାପଚୁପ୍&nbsp; ପରେ ପ୍ରାୟ ୧୨ ଡିସିମିଲ୍ ସରକାରୀ ଜମି ଆଶ୍ରମର ଅକ୍ତିଆରରେ ରହିଥିବା ଜଣାପଡିଛି । କିନ୍ତୁ କେଉଁ ସ୍ଥାନରୁ ଜବରଦଖଲ ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ&nbsp; । ସୂଚନା ଅନୁସାରେ, ଆଶ୍ରମ ସମ୍ମୁଖରେ ଥିବା ରେଷ୍ଟୁରାଣ୍ଟ ଏବଂ ପଛପାଖର ପାଚେରୀର କିଛି ଅଂଶ ଜବରଦଖଲ କରାଯାଇଛି। ଏପଟେ ଏହି ସରକାରୀ ଜମିକୁ ଜବରଦଖଲ ଉଚ୍ଛେଦ ପାଇଁ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଛି।&nbsp; ମାମଲା ରୁଜୁ ପାଇଁ ବିଧିବଦ୍ଧ ପଦକ୍ଷେପ ମଧ୍ୟ ଆରମ୍ଭ ହୋଇଛି । ପୁରୀ ତହସିଲଦାର ଏଥିପାଇଁ ଆଶ୍ରମ କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କରିବେ ।</p> <p>ପରବର୍ତ୍ତୀ ସମୟରେ ଜବରଦଖଲ ସ୍ଥାନକୁ ଉଚ୍ଛେଦ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ଏହା ପୂର୍ବରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ତହସିଲଦାର ଆଶ୍ରମ ଅଞ୍ଚଳରେ ମାପଚୁପ କରିଥିଲେ । ମାପଚୁପ ପରେ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି । ସେପଟେ ଏହି ରିପୋର୍ଟକୁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ୨୦୦୪ ମସିହାରେ ବାଲେଶ୍ୱର ପାଟଣା ଅଞ୍ଚଳର ସୁନାମଣି ଦେଇଙ୍କ ଠାରୁ&nbsp; ୪ଏକର ଜମି ଡେରା ସଚ୍ଚା ଆଶ୍ରମ କ୍ରୟ କରିଥିଲା।&nbsp; ଏହି ସ୍ଥାନରେ ଆଶ୍ରମ ପାଚେରୀ ସହ ଭିତରେ ଘର ନିର୍ମାଣ କରାଯାଇଥଲା। କିନ୍ତୁ ପରବର୍ତ୍ତୀ ସମୟରେ ସମ୍ମୁଖ ପାଚେରୀକୁ ଲାଗି ଏକ ରେଷ୍ଟୁରାଣ୍ଟ କରାଯାଇଥିଲ॥</p>

Ordigital Desk
  • Published: Wednesday, 30 August 2017
  • Updated: 30 August 2017, 07:12 PM IST
<p>କୋଣାର୍କ (ଓଡିଶା ରିପୋର୍ଟର) : ସରକାରୀ ଜମି ମାଡି ବସିଛି ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାର ବେଲଦଳ ମୌଜାରେ ଥିବା ଡେରା ସଚ୍ଚା ସୌଦା ଆଶ୍ରମ।&nbsp; ମାପଚୁପ୍&nbsp; ପରେ ପ୍ରାୟ ୧୨ ଡିସିମିଲ୍ ସରକାରୀ ଜମି ଆଶ୍ରମର ଅକ୍ତିଆରରେ ରହିଥିବା ଜଣାପଡିଛି । କିନ୍ତୁ କେଉଁ ସ୍ଥାନରୁ ଜବରଦଖଲ ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ&nbsp; । ସୂଚନା ଅନୁସାରେ, ଆଶ୍ରମ ସମ୍ମୁଖରେ ଥିବା ରେଷ୍ଟୁରାଣ୍ଟ ଏବଂ ପଛପାଖର ପାଚେରୀର କିଛି ଅଂଶ ଜବରଦଖଲ କରାଯାଇଛି। ଏପଟେ ଏହି ସରକାରୀ ଜମିକୁ ଜବରଦଖଲ ଉଚ୍ଛେଦ ପାଇଁ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଛି।&nbsp; ମାମଲା ରୁଜୁ ପାଇଁ ବିଧିବଦ୍ଧ ପଦକ୍ଷେପ ମଧ୍ୟ ଆରମ୍ଭ ହୋଇଛି । ପୁରୀ ତହସିଲଦାର ଏଥିପାଇଁ ଆଶ୍ରମ କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କରିବେ ।</p><p>ପରବର୍ତ୍ତୀ ସମୟରେ ଜବରଦଖଲ ସ୍ଥାନକୁ ଉଚ୍ଛେଦ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ଏହା ପୂର୍ବରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ତହସିଲଦାର ଆଶ୍ରମ ଅଞ୍ଚଳରେ ମାପଚୁପ କରିଥିଲେ । ମାପଚୁପ ପରେ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି । ସେପଟେ ଏହି ରିପୋର୍ଟକୁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ୨୦୦୪ ମସିହାରେ ବାଲେଶ୍ୱର ପାଟଣା ଅଞ୍ଚଳର ସୁନାମଣି ଦେଇଙ୍କ ଠାରୁ&nbsp; ୪ଏକର ଜମି ଡେରା ସଚ୍ଚା ଆଶ୍ରମ କ୍ରୟ କରିଥିଲା।&nbsp; ଏହି ସ୍ଥାନରେ ଆଶ୍ରମ ପାଚେରୀ ସହ ଭିତରେ ଘର ନିର୍ମାଣ କରାଯାଇଥଲା। କିନ୍ତୁ ପରବର୍ତ୍ତୀ ସମୟରେ ସମ୍ମୁଖ ପାଚେରୀକୁ ଲାଗି ଏକ ରେଷ୍ଟୁରାଣ୍ଟ କରାଯାଇଥିଲ॥</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos