- Videos
- Odisha
- ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍ରେ ଜବରଦଖଲ ଜମିରେ ଡେରା ଆଶ୍ରମ
ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍ରେ ଜବରଦଖଲ ଜମିରେ ଡେରା ଆଶ୍ରମ
- Published: Wednesday, 30 August 2017
- , Updated: 30 August 2017, 07:12 PM IST
<p>କୋଣାର୍କ (ଓଡିଶା ରିପୋର୍ଟର) : ସରକାରୀ ଜମି ମାଡି ବସିଛି ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାର ବେଲଦଳ ମୌଜାରେ ଥିବା ଡେରା ସଚ୍ଚା ସୌଦା ଆଶ୍ରମ। ମାପଚୁପ୍ ପରେ ପ୍ରାୟ ୧୨ ଡିସିମିଲ୍ ସରକାରୀ ଜମି ଆଶ୍ରମର ଅକ୍ତିଆରରେ ରହିଥିବା ଜଣାପଡିଛି । କିନ୍ତୁ କେଉଁ ସ୍ଥାନରୁ ଜବରଦଖଲ ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ । ସୂଚନା ଅନୁସାରେ, ଆଶ୍ରମ ସମ୍ମୁଖରେ ଥିବା ରେଷ୍ଟୁରାଣ୍ଟ ଏବଂ ପଛପାଖର ପାଚେରୀର କିଛି ଅଂଶ ଜବରଦଖଲ କରାଯାଇଛି। ଏପଟେ ଏହି ସରକାରୀ ଜମିକୁ ଜବରଦଖଲ ଉଚ୍ଛେଦ ପାଇଁ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଛି। ମାମଲା ରୁଜୁ ପାଇଁ ବିଧିବଦ୍ଧ ପଦକ୍ଷେପ ମଧ୍ୟ ଆରମ୍ଭ ହୋଇଛି । ପୁରୀ ତହସିଲଦାର ଏଥିପାଇଁ ଆଶ୍ରମ କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କରିବେ ।</p>
<p>ପରବର୍ତ୍ତୀ ସମୟରେ ଜବରଦଖଲ ସ୍ଥାନକୁ ଉଚ୍ଛେଦ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ଏହା ପୂର୍ବରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ତହସିଲଦାର ଆଶ୍ରମ ଅଞ୍ଚଳରେ ମାପଚୁପ କରିଥିଲେ । ମାପଚୁପ ପରେ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି । ସେପଟେ ଏହି ରିପୋର୍ଟକୁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ୨୦୦୪ ମସିହାରେ ବାଲେଶ୍ୱର ପାଟଣା ଅଞ୍ଚଳର ସୁନାମଣି ଦେଇଙ୍କ ଠାରୁ ୪ଏକର ଜମି ଡେରା ସଚ୍ଚା ଆଶ୍ରମ କ୍ରୟ କରିଥିଲା। ଏହି ସ୍ଥାନରେ ଆଶ୍ରମ ପାଚେରୀ ସହ ଭିତରେ ଘର ନିର୍ମାଣ କରାଯାଇଥଲା। କିନ୍ତୁ ପରବର୍ତ୍ତୀ ସମୟରେ ସମ୍ମୁଖ ପାଚେରୀକୁ ଲାଗି ଏକ ରେଷ୍ଟୁରାଣ୍ଟ କରାଯାଇଥିଲ॥</p>