ଡେରାବିଶ ବ୍ଲକ ପରିସରରୁ ମିଳିଲା ବାଲଟ୍ ପେପର, ବିଡିଓଙ୍କୁ ଦାୟୀ କଲେ ପ୍ରାର୍ଥୀ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ପରିସରରୁ ଗୁଆଳସିଂହ ପଞ୍ଚାୟତର ଜଣେ ନିର୍ଦ୍ଦିଷ୍ଟ ସମିତି ସଭ୍ୟ ପ୍ରାର୍ଥୀଙ୍କ ସପକ୍ଷରେ ପଡିଥିବା ଭୋଟ୍‌ର ୨୭ ଖଣ୍ଡ ବାଲଟ୍ ପେପର ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ବାଲଟ୍ ପେପର ଗୁଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଏପରି ଚଞ୍ଚକତାରେ ବିଡିଓ ସମ୍ପୃକ୍ତ ଥିବା ଅଭିଯୋଗ କରି ପ୍ରାର୍ଥୀ ଜଣଙ୍କ ଘଟଣାର ତଦନ୍ତ ଦାବି କରିଛନ୍ତି। ଆଜି ବିଧିବଦ୍ଧ ଭାବେ ଭୋଟ ଗଣତି ଚାଲିଥିବା ବେଳେ ବ୍ଲକ […]

derabish

Rakesh Mallick
  • Published: Saturday, 25 February 2017
  • , Updated: 25 February 2017, 06:51 PM IST

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ପରିସରରୁ ଗୁଆଳସିଂହ ପଞ୍ଚାୟତର ଜଣେ ନିର୍ଦ୍ଦିଷ୍ଟ ସମିତି ସଭ୍ୟ ପ୍ରାର୍ଥୀଙ୍କ ସପକ୍ଷରେ ପଡିଥିବା ଭୋଟ୍‌ର ୨୭ ଖଣ୍ଡ ବାଲଟ୍ ପେପର ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ବାଲଟ୍ ପେପର ଗୁଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଏପରି ଚଞ୍ଚକତାରେ ବିଡିଓ ସମ୍ପୃକ୍ତ ଥିବା ଅଭିଯୋଗ କରି ପ୍ରାର୍ଥୀ ଜଣଙ୍କ ଘଟଣାର ତଦନ୍ତ ଦାବି କରିଛନ୍ତି।

ଆଜି ବିଧିବଦ୍ଧ ଭାବେ ଭୋଟ ଗଣତି ଚାଲିଥିବା ବେଳେ ବ୍ଲକ ପରିସରରେ ଟୁଲ୍‌ ଚିହ୍ନ ଉପରେ ମୋହର ମରାଯାଇଥିବା ୨୭ଟି ବାଲଟ୍‌ ପେପର ପଡିଥିବା କିଛି ଲୋକ ଦେଖିବାକୁ ପାଇଥିଲେ। ଏହି ବାଲଟ୍ ପେପର ଗୁଡିକରେ ସିରିୟଲ ନମ୍ବର ମଧ୍ୟ ରହିଛି।

ମତଦାନ ପରେ ବିଡିଓ ଚଞ୍ଚକତା କରି ଏପରି କରିଥିବା ସମିତି ସଭ୍ୟ ପ୍ରାର୍ଥୀ ଜ୍ୟୋତ୍ସାରାଣୀ ସେଠୀ ଅଭିଯୋଗ କରିଛନ୍ତି। ସେ କହିଛନ୍ତି,“୩୭ ଖଣ୍ଡ ଭୋଟ୍‌ରେ ହାରିଛି ବୋଲି ପ୍ରଥମେ କୁହାଯାଇଥିଲା। ଆମର କିଛି ପିଲା ବ୍ଲକ କାର୍ଯ୍ୟାଳୟ ପଛପଟେ ଟୁଲ୍‌ ଚିହ୍ନ ଥିବା କିଛି ବାଲଟ୍ ପେପର ପଡିଥିବା ଦେଖିଥିଲେ। ଏହି ସମୟରେ ବ୍ଲକର କିଛି କର୍ମଚାରୀ ଆମ ପିଲାଙ୍କୁ ମାଡ ମାରି ତାଙ୍କ ପାଖରୁ ବାଲଟ୍ ପେପର ନେଇଯାଇଥିଲେ। ପରେ ପୋଲିସ ଆସି ୨୭ ଖଣ୍ଡ ବାଲଟ୍ ପେପର ଜବତ କରିଛି। ଏହି ଘଟଣାରେ ବିଡିଓ ସମ୍ପୂର୍ଣ୍ଣ ଭାବେ ସମ୍ପୃକ୍ତ ଅଛନ୍ତି। ଏଥିରେ ସମ୍ପୃକ୍ତ ଦୋଷୀକୁ ଦଣ୍ଡ ଦିଆଯିବା ସହ ମୋତେ ନ୍ୟାୟ ପ୍ରଦାନ କରାଯାଉ।”

ବିଜେପି ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ମାନସ ରଞ୍ଜନ ମହାନ୍ତି କହିଛନ୍ତି,“ ବାଲଟ୍ ପେପର ଗୁଡିକ ବହୁ ମୂଲ୍ୟବାନ। କଡା ସୁରକ୍ଷା ମଧ୍ୟରେ ବାଲଟ୍ ପେପର ରଖାଯାଇଥାଏ। ହେଲେ ବାହାରୁ ୨୭ ଖଣ୍ଡ ବାଲାଟ୍‌ ମିଳିଛି। ଏହି ବାଲଟ୍ ପେପର ଗୁଡିକ ୧୦ ନମ୍ବର ୱାର୍ଡର। ଏଥିରେ ଷ୍ଟାମ୍ପ ମଧ୍ୟ ମରାଯାଇଛି। ଏହା ବାହାରକୁ କେମିତି ଆସିଲା ତାହାର ତଦନ୍ତ ହେବା ଦରକାର। ଏଥିରେ ବିଡିଓ ସମ୍ପୂର୍ଣ୍ଣ ଭାବେ ଦାୟୀ। ଆବଶ୍ୟକ ହେଲେ ଏହି ପଞ୍ଚାୟତରେ ଆଉ ଥରେ ଭୋଟ୍‌ ଗ୍ରହଣ କରାଯାଉ।”

ସଦର ଥାନା ଆଇଆଇସି ନୀଳକଣ୍ଠ ପାତ୍ର କହିଛନ୍ତି,“ବ୍ଲକ କାର୍ଯ୍ୟାଳୟ ପଛ ପଟେ ବ୍ୟବହାର ହୋଇଥିବା ୨୭ଟି ବାଲଟ୍ ଜବତ କରିଛୁ। ସବୁ ବାଲଟ୍‌ରେ ଟୁଲ୍‌ ଚିହ୍ନରେ ଭୋଟ ଦିଆଯାଇଛି। କେଉଁ ପରିସ୍ଥିତିରେ ଏହି ବାଲଟ୍ ବାହାରକୁ ଆସିଲା, ଏହା ଅସଲି କି ନକଲି ଯାଞ୍ଚ କରୁଛୁ। ସତ୍ୟାସତ୍ୟ ଜଣାପଡିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ତେବେ ଆସିଥିବା ଅଭିଯୋଗକୁ ବିଡିଓ ସରୋଜ କୁମାର ଦାଶ ଖଣ୍ଡନ କରିଛନ୍ତି। ଏଥିରେ ଚଞ୍ଚକତା କରାଯିବାର କିଛି କାରଣ ନାହିଁ। ମିଳିଥିବା ବାଲଟ୍ ପେପର ଅସଲି କି ନକଲି ତଦନ୍ତ ପରେ ଜଣାପଡିବ।”

Related story