ଲକଡାଉନ୍ ସତ୍ତ୍ୱେ ୨୦ରୁ କୋହଳ ହେବ ଅଧିକାଂଶ ସେବା, ଏସଓପି ଜାରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବା ପାଇଁ ମେ’ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଅବଧି କାର୍ଯ୍ୟକ୍ଷମ ଥିଲେ ମଧ୍ୟ ଆସନ୍ତା ୨୦ତାରିଖରୁ ରାଜ୍ୟ ସରକାର ଅନେକ ସେବାକୁ କୋହଳ କରିଛନ୍ତି। ଅବଶ୍ୟ ଏଥିପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସଓପି) ଲାଗୁ ହୋଇଛି ଓ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ପାଳନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ବିଭିନ୍ନପ୍ରକାରର କୋହଳ ନୀତି କଣ୍ଟେନମେଣ୍ଟ ଜୋନ୍ ଘୋଷିତ ହୋଇଥିବା ସ୍ଥାନ ପାଇଁ ଲାଗୁ ହେବ ନାହିିଁ। ରାଜ୍ୟ […]

secretariat-odisha

secretariat-odisha

Manoranjan Sial
  • Published: Saturday, 18 April 2020
  • Updated: 18 April 2020, 09:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବା ପାଇଁ ମେ’ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଅବଧି କାର୍ଯ୍ୟକ୍ଷମ ଥିଲେ ମଧ୍ୟ ଆସନ୍ତା ୨୦ତାରିଖରୁ ରାଜ୍ୟ ସରକାର ଅନେକ ସେବାକୁ କୋହଳ କରିଛନ୍ତି। ଅବଶ୍ୟ ଏଥିପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସଓପି) ଲାଗୁ ହୋଇଛି ଓ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ପାଳନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ବିଭିନ୍ନପ୍ରକାରର କୋହଳ ନୀତି କଣ୍ଟେନମେଣ୍ଟ ଜୋନ୍ ଘୋଷିତ ହୋଇଥିବା ସ୍ଥାନ ପାଇଁ ଲାଗୁ ହେବ ନାହିିଁ।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ସରକାର ପୂର୍ବର ସମସ୍ତ ନିର୍ଦ୍ଦେଶକୁ ରଦ୍ଦ କରି ସମଗ୍ର ରାଜ୍ୟରେ ଲକଡାଉନ୍ ଅବଧିକୁ ମେ’ ୩ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପୂର୍ବଭଳି ସମସ୍ତ କଟକଣା ବଳବତ୍ତର ରହିଥିଲେ ମଧ୍ୟ କୃଷି କାର୍ଯ୍ୟ, ମତ୍ସ୍ୟ ଓ ପଶୁପାଳନ ,ଜଳସେଚନ, ଗ୍ରାମାଞ୍ଚଳରେ ବିଭିନ୍ନ ନିର୍ମାଣ କାର୍ଯ୍ୟ,ବୃକ୍ଷରୋପଣ ଓ ଆଦି ସମେତ ସମସ୍ତ ପ୍ରକାରର ମାଲବାହୀ ପରିବହନ କାର୍ଯ୍ୟକ୍ଷମ ହେବ। ଏହାସହିତ ଇଲୋକ୍ଟ୍ରୋନିକ ଓ ଇଲେକ୍ଟ୍ରିକାଲ ଦୋକାନ ମଧ୍ୟ ଖୋଲା ରହିବ। ମୋବାଇଲ ରିପାରିଂ ଦୋକାନଠୁ ଆରମ୍ଭ କରି ଫ୍ୟାନ, ଏସି ଓ କମ୍ପ୍ୟୁଟର ସଜାଡ଼ିବା ଓ ବିକ୍ରି ଦୋକାନ ମଧ୍ୟ ଖୋଲା ରହିବ। ସିମେଣ୍ଟ, ଗୋଡ଼ି ଓ ରଡ୍ ଦୋକାନ ମଧ୍ୟ ଖୋଲା ରହିବ। କେବଳ ୯ଟି ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ଘରୋଇ ଗାଡ଼ିରେ ଯାତାୟତ ଉପରେ କଟକଣା ରହିବ ନାହିଁ।

କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ୯ଟି ଜିଲ୍ଲା ଯଥା- ଖୋର୍ଦ୍ଧା, ଭଦ୍ରକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କଟକ, ପୁରୀ, ଯାଜପୁର, କଳାହାଣ୍ଡି ଓ ଢେଙ୍କାନାଳ ଜିଲ୍ଲାରେ ଘରୋଇ ଗାଡ଼ି ଚଳାଚଳ ମନା ହୋଇଥିବାବେଳେ ଜରୁରୀ କାର୍ଯ୍ୟ ଓ ଜରୁରୀ ସାମଗ୍ରୀ ପରିବହନ ନିମନ୍ତେ ଘରୋଇ ଗାଡ଼ିକୁ ଅନୁମତି ମିଳିବ। ଜରୁରୀ କାମ ପାଇଁ ଚାରିଚକିଆ ଯାନରେ ଡ୍ରାଇଭର ଓ ଜଣେ ଯାତ୍ରୀଙ୍କୁ ଅନୁମତି ମିଳିବ। ବାଇକରେ ମାତ୍ର ଜଣେ ଯାତ୍ରୀଙ୍କୁ ପରିବହନ ଅନୁମତି ମିଳିବ।

ଗ୍ରାମାଞ୍ଚଳରେ ଜଳସମ୍ପଦ, ରାସ୍ତା, କୋଠା, ଏମଏସଏମଇ ପ୍ରକଳ୍ପ କାର୍ଯ୍ୟ ସହ ପୂର୍ତ୍ତ ବିଭାଗର ବିଭିନ୍ନ ନିର୍ମାଣ କାର୍ଯ୍ୟ, ମନରେଗା କାର୍ଯ୍ୟକୁ ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି ପାଳନ କରି ଆରମ୍ଭ କରାଯାଇ ପାରିବ। ସେହିପରି ସମସ୍ତ ପ୍ରକାରର ସରକାରୀ ଓ ଘରୋଇ ଉଦ୍ୟୋଗ ଓ ଶିଳ୍ପ ସଂସ୍ଥାରେ ଉତ୍ପାଦନ ସ୍ୱାଭାବିକ ହୋଇପାରିବ। ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମ ଉପରେ କଟକଣା ରହିବ ନାହିଁ। ଆଇଟି ସଂକ୍ରାନ୍ତ ଫାର୍ମ ଓ କମ୍ପାନୀଗୁଡ଼ିକରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାର ଅନୁମତି ମିଳିବ। କେବୁଲ ସେବା, ଡିଟିଏଚ୍ ସେବା ଇଣ୍ଟରନେଟ ଓ ଫାଇଭର ସେବା ସମେତ ସମସ୍ତ ପ୍ରକାରର ଟେଲିକମ୍ ସେବା ପାଇଁ ମଧ୍ୟ ନିୟମ କୋହଳ କରାଯାଇଛି ।

ଆର୍ଥିକ ଗତିବିଧିରେ ସାମିଲ ଥିବା ସମସ୍ତ ପ୍ରକାରର ବ୍ୟାଙ୍କିଂ ଓ ଅଣବ୍ୟାଙ୍କିଙ୍ଗ୍ ସଂସ୍ଥା ମଧ୍ୟ ବ୍ୟବସାୟିକ କାର୍ଯ୍ୟ କରିପାରିବେ। ତେବେ ଯେଉଁ ୯ଟି ଜିଲ୍ଲାକୁ ସରକାର ଚିହ୍ନଟ କରିଛନ୍ତି ସେଠାରେ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀରେ ବ୍ୟାଙ୍କିଂ ଗତିବିଧି ଚଳାଇବାକୁ ପଡ଼ିବ। ରାସନ୍ ସାମଗ୍ରୀ ବିକ୍ରି କରୁଥିବା ସପିଂ ମଲଗୁଡ଼ିକ ଖୋଲା ରହିବ ଓ ସେଠାରେ ହୋମ୍ ଡେଲିଭରି ପାଇଁ ପ୍ରୋତ୍ସାହନ ଦିଆଯିବା ଉଚିତ୍। ବିଗବଜାର, ରିଲାଏନ୍ସ ଫ୍ରେସ, ଚିଲିକା ଫ୍ରେସ, ଓମଫେଡ ଆଦି ପ୍ରତିଷ୍ଠାନକୁ ବ୍ୟବସାୟ କରିବାକୁ ଅନୁମତି ମିଳିବ। ହୋମ୍ ଓ କୋରିୟର ଡେଲିଭରି କରୁଥିବା ବିଭିନ୍ନ ସଂସ୍ଥାକୁ ମଧ୍ୟ ନିଜର କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ। ଯେଉଁମାନେ ଏସବୁ ନିୟମକୁ ଉଲ୍ଲଘଂନ କରିବେ ସେମାନଙ୍କ ବିରୁଦ୍ଧରେ ଆଇପିସି ଧାରା-୧୮୮ , କୋଭିଡ-୧୯ ପରିଚାଳନା ନିୟମାବଳୀ- ୨୦୨୦, ବିପର୍ଯ୍ୟୟ ପ୍ରଶମନ ପରିଚାଳନା ଆଇନ-୨୦୦୫ର ଧାରା ୫୧ରୁ ୬୦ ପ୍ରାବଧାନ ଅନ୍ତର୍ଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story