ନାବାଳିକା ଗଣବଳାତ୍କାର ସନ୍ଦେହ ଘନୀଭୂତ: ହାଜର ପାଇଁ ପୁଣି ୪ ଜଣଙ୍କୁ ଡାକରା

ଭୁବନେଶ୍ୱର/କୋରାପୁଟ(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା କୁନ୍ଦୁଲି ଥାନା ଅଞ୍ଚଳରେ ନାବାଳିକା ଗଣ ବଳାତ୍କାର ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଘଟଣାର ୧୪ ଦିନ ପରେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ପୂର୍ବରୁ ପଚରାଉଚରା ପାଇଁ ଡକାଯାଇଥିବା ନାବାଳିକାଙ୍କ ସମ୍ପର୍କୀୟଙ୍କ ସମେତ ୪ ଜଣଙ୍କୁ ଆସନ୍ତାକାଲି ହାଜର ପାଇଁ ପୋଲିସ ନୋଟିସ କରିଛି। ଗତ ୧୫ ତାରିଖରେ ନାବାଳିକା ଗଣ ବଳାତ୍କାର […]

Rakesh Mallick
  • Published: Monday, 23 October 2017
  • , Updated: 23 October 2017, 07:34 PM IST

ଭୁବନେଶ୍ୱର/କୋରାପୁଟ(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା କୁନ୍ଦୁଲି ଥାନା ଅଞ୍ଚଳରେ ନାବାଳିକା ଗଣ ବଳାତ୍କାର ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଘଟଣାର ୧୪ ଦିନ ପରେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ପୂର୍ବରୁ ପଚରାଉଚରା ପାଇଁ ଡକାଯାଇଥିବା ନାବାଳିକାଙ୍କ ସମ୍ପର୍କୀୟଙ୍କ ସମେତ ୪ ଜଣଙ୍କୁ ଆସନ୍ତାକାଲି ହାଜର ପାଇଁ ପୋଲିସ ନୋଟିସ କରିଛି।

ଗତ ୧୫ ତାରିଖରେ ନାବାଳିକା ଗଣ ବଳାତ୍କାର ଘଟଣାରେ ପୋଲିସ ୪ ଜଣଙ୍କୁ ଅଟକ ରଖିଥିଲା। ପରେ ୩ ଜଣଙ୍କୁ ଛାଡ଼ି ଦେଇଥିବା ବେଳେ ଜଣେ ନାବାଳିକାଙ୍କ ସମ୍ପର୍କୀୟଙ୍କୁ ଅଟକ ରଖିଥିଲା। ଏପରିକି ତାଙ୍କର(ସମ୍ପର୍କୀୟ) ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିଲା। ଏବେ ପୁଣି ଥରେ ହାଜର ପାଇଁ ଡାକିଥିବାରୁ ସେମାନଙ୍କ ଉପରେ ସନ୍ଦେହ ଘନୀଭୂତ ହେବାରେ ଲାଗୁଛି।

ନବମ ଶ୍ରେଣୀ ଛାତ୍ରୀ ଜଣକ ସ୍କୁଲରୁ ଘରକୁ ଫେରୁଥିଲେ। ନିଛାଟିଆ ରାସ୍ତାରେ ଯବାନଙ୍କ ପୋଷାକ ପିନ୍ଧିଥିବା ଅଭିଯୁକ୍ତମାନେ ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ଟେକିନେଇ ଜଣେ ପରେ ଜଣେ ବଳାତ୍କାର କରି ପଳାଇ ଯାଇଥିଲେ। ପରେ ନାବାଳିକା ଜଣକ ଘୁଷୁରି ଘୁଷୁରି ରାସ୍ତା ଉପରକୁ ଆସିଥିଲେ। ପଥଚାରୀମାନେ ତାଙ୍କୁ ପଟାଙ୍ଗି ମେଡ଼ିକାଲରେ ଭର୍ତ୍ତି କରିବା ସହିତ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତେବେ ନାବାଳିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାକୁ କୋରାପୁଟ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଏବେ ନାବାଳିକା ଜଣକ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

Related story