ଅଭିଯୋଗକାରୀଙ୍କ ଫିଡ୍‌ବ୍ୟାକ୍‌ ନେଲେ ଡିଜିପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଅକ୍ଟୋବର ୨ରୁ ଆରମ୍ଭ ହେବ ମୋ ସରକାର ଯୋଜନା। ପ୍ରଥମ ପର୍ଯ୍ୟାୟରେ ଥାନା ଓ ସ୍ୱାସ୍ଥ୍ୟକେନ୍ଦ୍ରରୁ ସିଧାସଳଖ ଫିଡବ୍ୟାକ୍ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତା’ ପୂର୍ବରୁ ଆଜି ଡିଜିପି ବିକେ ଶର୍ମା ଅଭିଯୋଗକାରୀଙ୍କ ସହ ସିଧାସଳଖ ଫୋନରେ କଥା ହୋଇଛନ୍ତି। ପୁଲିସର ଆଚରଣ ଓ ଉଚ୍ଚାରଣ ଠିକ୍ ରହିଛି ନା ନାହିଁ, ଅଭିଯୋଗ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେଉଛି କି ନାହିଁ, ସମୟ ଉପଯୋଗୀ ପଦକ୍ଷେପ ନିଆଯାଇଛି ନା ନାହିଁ। ଏଭଳି ୮ଟି […]

bn

Hemant Lenka
  • Published: Tuesday, 24 September 2019
  • , Updated: 24 September 2019, 09:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଅକ୍ଟୋବର ୨ରୁ ଆରମ୍ଭ ହେବ ମୋ ସରକାର ଯୋଜନା। ପ୍ରଥମ ପର୍ଯ୍ୟାୟରେ ଥାନା ଓ ସ୍ୱାସ୍ଥ୍ୟକେନ୍ଦ୍ରରୁ ସିଧାସଳଖ ଫିଡବ୍ୟାକ୍ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତା’ ପୂର୍ବରୁ ଆଜି ଡିଜିପି ବିକେ ଶର୍ମା ଅଭିଯୋଗକାରୀଙ୍କ ସହ ସିଧାସଳଖ ଫୋନରେ କଥା ହୋଇଛନ୍ତି।

ପୁଲିସର ଆଚରଣ ଓ ଉଚ୍ଚାରଣ ଠିକ୍ ରହିଛି ନା ନାହିଁ, ଅଭିଯୋଗ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେଉଛି କି ନାହିଁ, ସମୟ ଉପଯୋଗୀ ପଦକ୍ଷେପ ନିଆଯାଇଛି ନା ନାହିଁ। ଏଭଳି ୮ଟି ପ୍ରସଙ୍ଗକୁ ନେଇ ଡିଜିପି ସିଧା ଅଭିଯୋଗକାରୀଙ୍କ ଫିଡବ୍ୟାକ୍ ନେଇଛନ୍ତି।

ଏହାପରେ ସେ ଅଭିଯୋଗକାରୀଙ୍କ ମାର୍କକୁ ଆଧାର କରି ସମ୍ପୃକ୍ତ ଥାନାର ରିପୋର୍ଟ କାର୍ଡ ତିଆର କରିବେ। ରିପୋର୍ଟ କାର୍ଡ ଭଲ ନଆସିଲେ ସମ୍ପୃକ୍ତ ଥାନା ଅଧିକାରୀ ଓ କର୍ମଚାରୀଙ୍କ ଆଚରଣ ପରିବର୍ତ୍ତନ ପାଇଁ କୁହାଯିବ।

ଏପରି କି ଆବଶ୍ୟକ ପଡ଼ିଲେ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି ବିକେ ଶର୍ମା କହିଛନ୍ତି। ଏହି ରିପୋର୍ଟ କାର୍ଡକୁ ଆଧାର କରି ଦଣ୍ଡ ଓ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ। ଆଜି ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋରୁ ପରିଚାଳିତ ରାଜ୍ୟସ୍ତରୀୟ କଲ ସେଣ୍ଟରରୁ ଡିଜିପି ଏହି ଫିଡବ୍ୟାକ୍ ନେଇଛନ୍ତି।

Related story