ଡିଜିପିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ ଏକ ନାଟକବାଜୀ: ବିଜୟ ମହାପାତ୍ର

ଭୁବନେଶ୍ୱର: ଦଇତାପତିଙ୍କୁ ପାଦ ଛୁଇଁ ପ୍ରଣାମ କରିବା ଘଟଣାରେ ପୋଲିସ୍ ଡିଜି ସଂଜୀବ ମାରିକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଗିଦ କରିବା ସଂପୂର୍ଣ୍ଣ ଭାବେ ନାଟକବାଜୀ। ନବକଳେବର ଅବବ୍ୟସ୍ଥା ଓ ବିଜେପିର ରଥ ସଂସ୍କୃତି ସୁରକ୍ଷା ଯାତ୍ରା ଉପରୁ ରାଜ୍ୟବାସୀଙ୍କ ନଜର ହଟାଇବା ଲାଗି ଏଇ ନାଟକ ରଚିଥିଲା ମୁଖ୍ୟମନ୍ତ୍ରୀଙ୍କ ଅଫିସ୍। ଶୁକ୍ରବାର ଭୁବନେଶ୍ୱର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା କହିଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର। ସେ କହିଥିଲେ, ନବକଳେବର ଅବ୍ୟବସ୍ଥା ନେଇ […]

bijaya

Rakesh Mallick
  • Published: Friday, 03 July 2015
  • , Updated: 03 July 2015, 05:05 PM IST

ଭୁବନେଶ୍ୱର: ଦଇତାପତିଙ୍କୁ ପାଦ ଛୁଇଁ ପ୍ରଣାମ କରିବା ଘଟଣାରେ ପୋଲିସ୍ ଡିଜି ସଂଜୀବ ମାରିକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଗିଦ କରିବା ସଂପୂର୍ଣ୍ଣ ଭାବେ ନାଟକବାଜୀ। ନବକଳେବର ଅବବ୍ୟସ୍ଥା ଓ ବିଜେପିର ରଥ ସଂସ୍କୃତି ସୁରକ୍ଷା ଯାତ୍ରା ଉପରୁ ରାଜ୍ୟବାସୀଙ୍କ ନଜର ହଟାଇବା ଲାଗି ଏଇ ନାଟକ ରଚିଥିଲା ମୁଖ୍ୟମନ୍ତ୍ରୀଙ୍କ ଅଫିସ୍। ଶୁକ୍ରବାର ଭୁବନେଶ୍ୱର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା କହିଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର।

ସେ କହିଥିଲେ, ନବକଳେବର ଅବ୍ୟବସ୍ଥା ନେଇ ନିଜ ଅପାରଗତା ଲୁଚାଇବାକୁ ସରକାର ବାରମ୍ବାର କୁତ୍ସିତ ପନ୍ଥା ଆପଣାଉଛନ୍ତି। ଆଉ ତା’ର ଏକ ସଦ୍ୟ ଉଦାହରଣ ହେଉଛି ପୋଲିସ୍ ଡିଜିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍। ଏହା ଏକ ନାଟକବାଜୀ। ଆଉ ଏହା ହେଉଛି ଏ ସରକାରର ଶେଷ ନାଟକବାଜୀ। ଏ ନାଟକ ବି ରଚାଯାଇଛି ସଚିବାଳୟର ତୃତୀୟ ମହଲାରେ। ଯେତେକ ବିଶୃଙ୍ଖଳା କାର୍ଯ୍ୟ ଘଟେ ତାହା ସବୁ ସେଇ ତୃତୀୟ ମହଲାରେ ହିଁ ରଚା ଯାଇଥାଏ। ମୁଖ୍ୟମନ୍ତ୍ରୀ ଡିଜିଙ୍କୁ ପଦୁଟିଏ ବି କିଛି କହି ନାହାନ୍ତି। ଯଦି କହିବାର ଥିଲା ତା’ହେଲେ ଦୁଇ ମାସ ହେଲାଣି କାହିଁକି ଚୁପ୍ ରହିଥିଲେ। ଗତ ଏପ୍ରିଲ୍ ମାସରେ ଡିଜିପି ଦଇତାପତିଙ୍କୁ ପାଦ ସ୍ପର୍ଶ କରି ପ୍ରଣାମ କରିଥିଲେ। ତାଗିଦ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏତେ ଦିନ କାହିଁକି ଗଡ଼େଇଲେ। ତେଣୁ ଏ ତାଗିଦ୍ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ ରଚା ଯାଇଥିବା ଅନ୍ୟ ଏକ ନାଟକ।

ବିଜୟ ମହାପାତ୍ର କହିଥିଲେ, ବ୍ରହ୍ମ ବିଭ୍ରାଟ ନେଇ ବିଜେପି ତିନିଟି ଦାବି କରିଥିଲା। ପ୍ରଥମ- ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ରଙ୍କ ବହିଷ୍କାର। ଦ୍ୱିତୀୟ- ବ୍ରହ୍ମ ବିଭ୍ରାଟ ଘଟଣାର ବିଚାର ବିଭାଗୀୟ ତଦନ୍ତ। ତୃତୀୟ- ଏ ଘଟଣାରେ ମୁଖ୍ୟମନ୍ତ୍ରୀ ନିଜେ ମୁହଁ ଖୋଲନ୍ତୁ। କିନ୍ତୁ ସରକାର ଏଥିରୁ କୌଣସିଟି ବି କଲେ ନାହିଁ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ତଦନ୍ତ ଉପରେ ସେ କହିଥିଲେ ଯେ ଯିଏ ଦୋଷୀ ସେ କିପରି ତଦନ୍ତ କରିବ। ସେହିପରି କ୍ରାଇମବ୍ରାଞ୍ଚ ତଦନ୍ତରୁ ବି କିଛି ମିଳିବ ନାହିଁ। କାରଣ କ୍ରାଇମବ୍ରାଞ୍ଚ ତ ପ୍ରୋଟେକ୍ଟ ବ୍ରାଞ୍ଚ ପାଲଟି ଯାଇଛି। କେବଳ ବିଚାର ବିଭାଗୀୟ ତଦନ୍ତ ହେଲେ ସତ କଥା ପଦାକୁ ଆସିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର ଓ ତୃତୀୟ ମହଲାରେ ଥିବା ଅଫିସରମାନଙ୍କ ମୋବାଇଲ ଫୋନ୍ ସିଜ୍ କରି କଲ୍ ରେକର୍ଡ ଯାଞ୍ଚ କଲେ ହିଁ ବ୍ରହ୍ମ ବିଭ୍ରାଟ ନେଇ ସମସ୍ତ ସତ କଥା ପଦାକୁ ଚାଲି ଆସିବ। ଆଉ ଏହା କେବଳ ବିଚାର ବିଭାଗୀୟ ତଦନ୍ତ ଦ୍ୱାରା ହିଁ ସମ୍ଭବ ହୋଇପାରିବ।

ସେହିପରି ନବକଳେବ ନେଇ ପୁରୀରେ ଚାଲିଥିବା ଭିତ୍ତିଭୂମି ପ୍ରସଙ୍ଗରେ ମଧ୍ୟ ବିଜୟ ମହାପାତ୍ର ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ରଥଯାତ୍ରା ସରିଗଲେ ବି ସରକାର ଭିତ୍ତିଭୂମି କାର୍ଯ୍ୟ ଶେଷ କରିପାରିବେ ନାହିଁ। ନବକଳେବର ପାଇଁ ସରକାର କେତେ ଟଙ୍କା ଦେଇଛନ୍ତି ଓ କେତେ ଖର୍ଚ୍ଚ ହୋଇଛି ତା’ର ହିସାବ ସାର୍ବଜନୀନ କରନ୍ତୁ ବୋଲି ସେ ଦାବି କରିଛନ୍ତି।

Related story