ଝୁଲା ପୋଲ ବନ୍ଦ, ଡଙ୍ଗାରେ ଯାଇ ବାବାଙ୍କୁ ଦର୍ଶନ କରିବେ ଭକ୍ତ

ଆଠଗଡ଼(ଓଡ଼ିଶା ରିପୋର୍ଟର): ଆସନ୍ତା ସପ୍ତାହରୁ ବାବା ଧବଳେଶ୍ଵରଙ୍କୁ ସାଧାରଣ ଲୋକେ ଦର୍ଶନ କରିପାରିବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି। ଏନେଇ ଆଜି ପ୍ରଶାସନିକ ସୂଚନା ମିଳିଛି। ଡଙ୍ଗା ଯୋଗେ ସପ୍ତାହରେ ଚାରିଦିନ ସର୍ବସାଧାରଣ ଭକ୍ତମାନେ ନଦୀ ପାରି ହୋଇ ଠାକୁର ଦର୍ଶନ ପାଇଁ ଯାଇପାରିବେ। ଧବଳେଶ୍ଵର ପୀଠରେ ପୂଜକ ସମିତି ସହ ପ୍ରଶାସନର ଆଲୋଚନା ପରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ। ଉପଜିଲ୍ଲାପାଳ କହିଛନ୍ତି, ପୀଠ ଖୋଲା ଅଛି। […]

dhabaleswora

dhabaleswora

Niranjan Mishra
  • Published: Wednesday, 16 November 2022
  • Updated: 16 November 2022, 06:06 PM IST

Sports

Latest News

ଆଠଗଡ଼(ଓଡ଼ିଶା ରିପୋର୍ଟର): ଆସନ୍ତା ସପ୍ତାହରୁ ବାବା ଧବଳେଶ୍ଵରଙ୍କୁ ସାଧାରଣ ଲୋକେ ଦର୍ଶନ କରିପାରିବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି। ଏନେଇ ଆଜି ପ୍ରଶାସନିକ ସୂଚନା ମିଳିଛି।

ଡଙ୍ଗା ଯୋଗେ ସପ୍ତାହରେ ଚାରିଦିନ ସର୍ବସାଧାରଣ ଭକ୍ତମାନେ ନଦୀ ପାରି ହୋଇ ଠାକୁର ଦର୍ଶନ ପାଇଁ ଯାଇପାରିବେ। ଧବଳେଶ୍ଵର ପୀଠରେ ପୂଜକ ସମିତି ସହ ପ୍ରଶାସନର ଆଲୋଚନା ପରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ।

ଉପଜିଲ୍ଲାପାଳ କହିଛନ୍ତି, ପୀଠ ଖୋଲା ଅଛି। ହେଲେ ସାଧାରଣ ଭକ୍ତ କିପରି ପୀଠରେ ପହଞ୍ଚି ଠାକୁର ଦର୍ଶନ କରିପାରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହେବାକୁ ଯାଉଛି। ଶ୍ରଦ୍ଧାଳୁମାନେ ଠାକୁରଙ୍କ ପୀଠରେ ପହଞ୍ଚିବାର ଏକମାତ୍ର ବିକଳ୍ପ ଡଙ୍ଗା। ତେଣୁ ଆସନ୍ତା ସପ୍ତାହରୁ ଆବଶ୍ୟକ ଡଙ୍ଗାର ବ୍ୟବସ୍ଥା କରାଯିବ। ଆସନ୍ତା ମଙ୍ଗଳବାର ଠାରୁ ଏହି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ତେବେ ଗହଳି ଦିନମାନଙ୍କରେ ଡଙ୍ଗା ଜରିଆରେ ଦର୍ଶନ ବ୍ୟବସ୍ଥାକୁ ବନ୍ଦ କରାଯିବ। ଡଙ୍ଗା ଜରିଆରେ କେତେ ଶ୍ରଦ୍ଧାଳୁ ଦର୍ଶନ କରିବାକୁ ଯାଉଛନ୍ତି ଓ କେତେ ଗହଳି ଜମୁଛି, ତାହାକୁ ଅନୁଧ୍ୟାନ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଡଙ୍ଗାରେ ଲାଇଫ୍ ଜ୍ୟାକେଟ, ଯାତ୍ରୀ ସଂଖ୍ୟା ଓ ଆନୁସଙ୍ଗିକ ସୁରକ୍ଷା ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବ। ଝୁଲା ପୋଲ ମରାମତି ନ ସରିବା ପର୍ଯ୍ୟନ୍ତ ଯାତ୍ରୀ ଏହା ଉପରେ ଯିବା ସୁରକ୍ଷିତ ନୁହେଁ। ତେଣୁ ଝୁଲା ପୋଲ ଉପରେ ଯାତାୟତକୁ ବନ୍ଦ କରାଯାଇଛି।

ସୂଚନା ଥାଉକି, ଝୁଲାପୋଲ ମରାମତି କରିବା ପାଇଁ ଏବେ ଶ୍ରଦ୍ଧାଳୁମାନେ ଧବଳେଶ୍ୱରଙ୍କ ଦର୍ଶନ କରିବାରୁ ବଞ୍ଚିତ ହେଉଛନ୍ତି। ଏନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଛି। ଦୂରଦୂରାନ୍ତରୁ ବିଭିନ୍ନ ଗାଡ଼ି ଯୋଗେ ପୀଠକୁ ବୁଲିବାକୁ ଆସୁଥିବା ବେଳେ ନଦୀ କୂଳରୁ ନିରାଶରେ ଫେରୁଛନ୍ତି। ନଦୀ କୂଳରେ ଠିଆ ହୋଇ ଠାକୁରଙ୍କୁ ମୁଣ୍ଡିଆ ମାରି ବିନତି ଜଣାଉଛନ୍ତି। ଭିଡ଼ ସମୟ ନ ଥିବାରୁ ସାଧାରଣ ଲୋକଙ୍କୁ ଠାକୁରଙ୍କ ଦର୍ଶନ ସୁଯୋଗ ଦିଆଯାଉ ବୋଲି ଭକ୍ତମାନେ ମତ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story