ମଞ୍ଚାରୁ ପଡ଼ି ମାମୁ ମଲା

ବରଗଡ଼(ଓଡ଼ିଶା ରିପୋର୍ଟର): ମଥୁରାରେ ଅହଂକାରୀ କଂସଙ୍କ ଅତ୍ୟାଚାର ବଢ଼ି ଚାଲିଥିଲା। ଅତ୍ୟାଚାରରେ ଭୟଭୀତ ହୋଇପଡ଼ିଥିଲେ ମଥୁରାବାସୀ। କୃଷ୍ଣ ମାମୁଁ କଂସଙ୍କୁ ବଧ କରି ମଥୁରାବାସୀଙ୍କୁ ଅତ୍ୟାଚାରରୁ ମୁକ୍ତ କରିଛନ୍ତି। ଯାହାଫଳରେ ୧୧ ଦିନ ଧରି ଚାଲିଥିବା ବରଗଡ଼ ଧନୁଯାତ୍ରାର ଆଜି ଯବନିକା ପଡ଼ିଛି। “କାଳ ଯେ ପୂରି ଆସୁଛି। ସେକଥା ଜାଣିପାରି ନ ଥିଲା ଅହଂକାରୀ ପ୍ରବଳ ପ୍ରତାପୀ କଂସ। ଗୋପପୁରରେ ରାମ, କୃଷ୍ଣ ବେନି ଭାଇଙ୍କୁ ହତ୍ୟା କରିବାକୁ ଗୋଟିଏ ପରେ ଗୋଟିଏ ଯୋଜନା ଫେଲ୍ […]

bargarh_dhanujatra_ended_71

Rakesh Mallick
  • Published: Wednesday, 03 January 2018
  • , Updated: 03 January 2018, 08:21 AM IST

ବରଗଡ଼(ଓଡ଼ିଶା ରିପୋର୍ଟର): ମଥୁରାରେ ଅହଂକାରୀ କଂସଙ୍କ ଅତ୍ୟାଚାର ବଢ଼ି ଚାଲିଥିଲା। ଅତ୍ୟାଚାରରେ ଭୟଭୀତ ହୋଇପଡ଼ିଥିଲେ ମଥୁରାବାସୀ। କୃଷ୍ଣ ମାମୁଁ କଂସଙ୍କୁ ବଧ କରି ମଥୁରାବାସୀଙ୍କୁ ଅତ୍ୟାଚାରରୁ ମୁକ୍ତ କରିଛନ୍ତି। ଯାହାଫଳରେ ୧୧ ଦିନ ଧରି ଚାଲିଥିବା ବରଗଡ଼ ଧନୁଯାତ୍ରାର ଆଜି ଯବନିକା ପଡ଼ିଛି।

“କାଳ ଯେ ପୂରି ଆସୁଛି। ସେକଥା ଜାଣିପାରି ନ ଥିଲା ଅହଂକାରୀ ପ୍ରବଳ ପ୍ରତାପୀ କଂସ। ଗୋପପୁରରେ ରାମ, କୃଷ୍ଣ ବେନି ଭାଇଙ୍କୁ ହତ୍ୟା କରିବାକୁ ଗୋଟିଏ ପରେ ଗୋଟିଏ ଯୋଜନା ଫେଲ୍ ମାରିବା ପରେ ଶେଷରେ ମଥୁରା ନଗରୀକୁ ଡାକି ମାରିବାକୁ ରଚିଥିଲା ଷଡ଼ଯନ୍ତ୍ର। ଶତ୍ରୁକୁ ପାଖରେ ପାଇ ଖୁସିରେ ସୁରା ପାନ କରି ନିଦ୍ରା ଯାଇଥିଲା କଂସ। ହେଲେ ସେଇ ଭୟଙ୍କର ଦୁଃସ୍ୱପ୍ନରେ ନିଦ ଭାଙ୍ଗିଲା। ଧନୁଯାତ୍ରା  ଆୟୋଜନ କରି ସୁବଳୟା ହସ୍ତୀ ଓ ଅଷ୍ଟମଲ୍ଲଙ୍କ ହାତରେ କୃଷ୍ଣ, ବଳରାମଙ୍କୁ ମାରିବାକୁ ହେଲା ଗୁପ୍ତ ଯୋଜନା। ହେଲେ ସବୁ ଫନ୍ଦି ଫିକର ମାଡ଼ ଖାଇଲା । ଶେଷରେ କୃଷ୍ଣଙ୍କ ଭୟରେ ମଞ୍ଚାରୁ ପଡି କଂସର ମୃତ୍ୟୁ ଘଟିଛି।”

ଏହା ଥିଲା ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରାର ଚିତ୍ର। ଯାହାର ୧୧ ଦିନ ପରେ ସୋମବାର ପରିସମାପ୍ତି ଘଟିଛି। କଂସ ବଧ ପରେ ଅନୁଷ୍ଠିତ ହେବ ଉଗ୍ରେସନଙ୍କ ରାଜ୍ୟାଭିଷେକ । ଏଥି ସହ ବରଗଡ଼ର ଧନୁଯାତ୍ରାରେ ପଡିବ ଯବନିକା । ତେବେ ଯାତ୍ରାର ଶେଷ ଦିନରେ ଆଜି ମଧ୍ୟ ରଙ୍ଗ ସଭାରେ ରଙ୍ଗାରଙ୍ଗ ନୃତ୍ୟଗୀତର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Related story