ପୁଲିସ ଡିଜି ବିଜେଡିର ସେକ୍ରେଟାରୀ ଜେନେରାଲ୍: ଧର୍ମେନ୍ଦ୍ର ପ୍ରଧାନ

ଜୟପୁର(ଓଡ଼ିଶା ରିପୋର୍ଟର) : “ଓଡିଶା ପୁଲିସ ବିଭାଗର କିଛି ମୁଷ୍ଟିମେୟ ଅଧିକାରୀ ବିଶେଷତଃ ଗଞ୍ଜାମ ଜିଲ୍ଲାର ଜଣେ ଦୁଇ ଜଣ ପୁଲିସ ଅଧିକାରୀ ଆଉ ପୁଲିସ ହୋଇ ରହିନାହାନ୍ତି। ନିରପେକ୍ଷତା ରାଜ୍ୟ ପୁଲିସ ଡିଜିଙ୍କ ଠାରୁ ଆଶା କରାଯାଏନାହିଁ। ଡିଜି ଓଡ଼ିଶା ବିଜୁ ଜନତା ଦଳର ସେକ୍ରେଟାରୀ ଜେନେରାଲ୍ ଭାବେ କାମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗଣମାଧ୍ୟମ ପ୍ରତିନିଧିଙ୍କ ଏ ସମ୍ପର୍କିତ ଏ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ […]

dharmendra

Manoranjan Sial
  • Published: Friday, 29 March 2019
  • , Updated: 29 March 2019, 09:06 PM IST

ଜୟପୁର(ଓଡ଼ିଶା ରିପୋର୍ଟର) : "ଓଡିଶା ପୁଲିସ ବିଭାଗର କିଛି ମୁଷ୍ଟିମେୟ ଅଧିକାରୀ ବିଶେଷତଃ ଗଞ୍ଜାମ ଜିଲ୍ଲାର ଜଣେ ଦୁଇ ଜଣ ପୁଲିସ ଅଧିକାରୀ ଆଉ ପୁଲିସ ହୋଇ ରହିନାହାନ୍ତି। ନିରପେକ୍ଷତା ରାଜ୍ୟ ପୁଲିସ ଡିଜିଙ୍କ ଠାରୁ ଆଶା କରାଯାଏନାହିଁ। ଡିଜି ଓଡ଼ିଶା ବିଜୁ ଜନତା ଦଳର ସେକ୍ରେଟାରୀ ଜେନେରାଲ୍ ଭାବେ କାମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଗଣମାଧ୍ୟମ ପ୍ରତିନିଧିଙ୍କ ଏ ସମ୍ପର୍କିତ ଏ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପୁଲିସ ଡିଜିଙ୍କର ଦୁଇ ଜଣ ଅଧିକାରୀ ବିଜେଡିର ବଚସ୍କର ସାଜିଥିବା ବେଳେ ରାଜନୀତିକ ପ୍ରତିପକ୍ଷଙ୍କୁ ଧମକେଇବା, ଅତ୍ୟାଚାର ଓ ହଇରାଣ ହରକତ କରିବା କାମରେ ଲାଗିଛନ୍ତି। ପ୍ରଜାତନ୍ତ୍ରରେ ଏହା ନିନ୍ଦନୀୟ ବୋଲି ସେ କହିଥିବା ବେଳେ ଏନେଇ ନିର୍ବାଚନ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି ବୋଲି କହିଛନ୍ତି ଶ୍ରୀ ପ୍ରଧାନ।

ଅନ୍ୟ ଏକ ପୃଥକ ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରାର୍ଥୀତ୍ୱ ଗୋଟେ ମହତ୍ୱପୂର୍ଣ୍ଣ ବିଷୟ। ସାଢ଼େ ୪ କୋଟି ଓଡ଼ିଆ ଲୋକମାନଙ୍କ ଭିତରୁ ୩ କୋଟି ୨୪ ଲକ୍ଷ ଭୋଟର ଅଛନ୍ତି। ସେମାନଙ୍କ ପାଇଁ ଏଥର ପ୍ରାର୍ଥୀତ୍ୱ ଗୌଣ ହେବ ବରଂ ପ୍ରଧାନମନ୍ତ୍ରୀ କିଏ ହେବେ, ଓଡିଶାର ଶାସନର ଡୋର କେଉଁ ମତ ପାଖରେ ରହିବ, ସ୍ଥିର ସରକାର ନା ଅସ୍ଥିର ସରକାର ହେବ, ବିକାଶ କରୁଥିବା ସରକାର ନା ଦୁର୍ନୀତି ସରକାର ରହିବ ଏ ଗୁଡିକ ଏଥର ନିର୍ବାଚନର ପ୍ରମୁଖ ପ୍ରସଙ୍ଗ ହୋଇଛି ବୋଲି ସେ କହିଛନ୍ତି ।

Related story