ନଖ କାଟି ସହିଦ ହେବାର ଅଭିନୟ କରୁଛନ୍ତି ନବୀନ: ଧର୍ମେନ୍ଦ୍ର
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନଖ କାଟି ସହିଦ ହେବାର ଅଭିନୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭଲ ଭାବେ ଜଣା। ଓଡ଼ିଆ ଲୋକମାନେ ଏହି ସୁଆଙ୍ଗକୁ ବୁଝିଲେଣି। ଓଡ଼ିଶାର ଗରିବ ଲୋକଙ୍କୁ ଟଙ୍କିକିଆ ଚାଉଳ ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ବକ୍ତବ୍ୟ ଉପରେ ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ନରେନ୍ଦ୍ର ମୋଦିଙ୍କୁ ନିଚ୍ଚା ଦେଖାଇବା ପାଇଁ ମୁଖ୍ୟମନ୍ତ୍ରୀ ପୁଣି ମିଛ ତଥ୍ୟର ସାହାରା ନେଇଛନ୍ତି। କେନ୍ଦ୍ର ମନା କରିବା ପରେ ଓଡ଼ିଶାର ୩୦ ଲକ୍ଷ ଲୋକଙ୍କୁ ସେ ଟଙ୍କିକିଆ ଚାଉଳ ଯୋଗାଇ ଦେଉଥିବା ବକ୍ତବ୍ୟକୁ ମିଥ୍ୟା ତଥ୍ୟର ସୌଦାଗରଙ୍କ ଆଉ ଏକ ମିଛ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ବିଧାନସଭାରେ ଦିଆଯାଇଥିବା ଉତ୍ତରରେ ୩୦ ଲକ୍ଷ ନୁହେଁ ୨୩ ଲକ୍ଷ ଲୋକଙ୍କୁ ରାଜ୍ୟ ସରକାର ଚାଉଳ ଯୋଗାଇଥିବା ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହୁଥିବା୨୩ ଲକ୍ଷ ଲୋକଙ୍କ ତାଲିକାର ହିସାବ ଓଡ଼ିଆ ଲୋକଙ୍କ ପାଖରେ ନାହିାଁ ଶାସକ ଦଳର ନେତା, ମନ୍ତ୍ରୀ ଓ ବିଧାୟକଙ୍କ ଆତ୍ମୀୟସ୍ୱଜନ ଏହାର ଲାଭାର୍ଥୀ ହୋଇଛନ୍ତି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତିା
ଶ୍ରୀ ପ୍ରଧାନ କହିଛନ୍ତି ନରେନ୍ଦ୍ର ମୋଦି ଓଡ଼ିଶାର ୩ କୋଟି ୨୬ ଲକ୍ଷ ଗରିବ ଜନସାଧାରଣଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ବର୍ଷକୁ ୬ ହଜାର କୋଟି ଟଙ୍କା ବ୍ୟୟବରାଦରେ ଅର୍ଥାତ୍ ମାସିକ ୫ଶହ କୋଟି ଟଙ୍କା ଖର୍ଚ୍ଚ କରି ଚାଉଳ ଯୋଗାଇ ଦେଉଛନ୍ତି। ୩୨ ଟଙ୍କା ଚାଉଳରେ କେନ୍ଦ୍ର ସରକାର ୨୯ ଟଙ୍କା ଓ ଖାଉଟି ୧ ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର ମାତ୍ର ୨ ଟଙ୍କା ଦେଉଛନ୍ତି।
ଅପରପକ୍ଷରେ ରାଜ୍ୟ ସରକାର ୨୩ ଲକ୍ଷ ଲୋକଙ୍କୁ ବାର୍ଷିକ ୮୦ ରୁ ୮୫ କୋଟି ଟଙ୍କା ଅର୍ଥାତ୍ ମାସିକ ୭ ରୁ ୮ କୋଟି ଟଙ୍କାର ସହାୟତା ଦେଉଛନ୍ତି। ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ୬ ହଜାର କୋଟି ଟଙ୍କା ଓ ୩ କୋଟି ୨୬ ଲକ୍ଷ ଲୋକଙ୍କ ପାଇଁ ଦାୟିତ୍ୱ ଏବଂ ଅନ୍ୟପଟେ ୮୦-୮୫ କୋଟି ଟଙ୍କା ଏବଂ ୨୩ ଲକ୍ଷ ଲୋକଙ୍କ ପାଇଁ ଦାୟିତ୍ୱ। ଏହାର ତୁଳନା କଲେ କିଏ ସତ କହୁଛି ଜଣାପଡ଼ିବ।
ମୁଖ୍ୟମନ୍ତ୍ରୀଙ୍କ ମିଛକୁ ଓଡ଼ିଶା ବାସୀ ବୁଝିଲେଣି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶା ସରକାରଙ୍କ ଦ୍ୱାରା ନିଯୁକ୍ତ ଫୁଡ୍ କମିଶନର ରଙ୍ଗଲାଲ ଜାମୁଡା ଗତ ଜାନୁଆରୀ ମାସରେ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ ରହିଛି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବଳରେ ଯେଉଁ ଆଲୋକେସନ ଓଡ଼ିଶାକୁ ଆସୁଛି, ସେଥିରେ ଆଉ ୬ ଲକ୍ଷ ଲୋକଙ୍କ ତାଲିକା ଯୋଡ଼ାଯାଇ ପାରିବ। ତେବେ ମୋଦି ସରକାରଙ୍କ ପଇସାକୁ ଓଡ଼ିଶା ସରକାର କାହିଁକି ଗରିବ ଓଡ଼ିଆ ଲୋକଙ୍କୁ ଦେବାକୁ କୁଣ୍ଠାବୋଧ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।
"ମୁଖ୍ୟମନ୍ତ୍ରୀ ମିଛ କହିବାର ଅଭ୍ୟାସ ଛାଡ଼ିବେନାହିଁ। ବିଜ୍ଞାପନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିଜ ମିଛକୁ ସତରେ ପ୍ରମାଣିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅପଚେଷ୍ଟା କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଚଳିତ ନିର୍ବାଚନରେ ଓଡ଼ିଆ ଲୋକମାନେ ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନର ସରକାର ଲଗାଇବେ। ଏଥର ନକଲି ଓଡ଼ିଆଙ୍କ ସରକାର ନୁହେଁ, ଅସଲି ଓଡ଼ିଆଙ୍କ ସରକାର ହେବ" ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି।
Ordigital Desk
• Published: Monday, 08 April 2019
• Updated: 08 April 2019, 03:39 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos