‘ଖେଲା ହୋବେ’ ମମତାଙ୍କ ରାଜନୈତିକ ପ୍ରଚାର ନଥିଲା: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ‘ଖେଲା ହୋବେ’ ବୋଲି ମମତା ବାନାର୍ଜୀ ନାରା ଦେଇଥିଲେ। ଏହା ତାଙ୍କର ରାଜନୈତିକ ପ୍ରଚାର ନଥିଲା। ବରଂ ବିଜେପି କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କ ଉପରେ ଟିଏମ୍‌ସି କ୍ୟାଡରଙ୍କ ଅସଭ୍ୟ, ନିର୍ଦ୍ଦୟୀ ଓ ଆକ୍ରମଣାତ୍ମକ ହିଂସାର ନାରା ଥିଲା। ବିଜୟକୁ ଦର୍ଶାଇବା ପାଇଁ ହିଂସା, ପୋଡ଼ାଜଳା କରିବା ଓ ନାରୀମାନଙ୍କ ପ୍ରତି ଶାରୀରିକ ନିର୍ଯାତନା ଓ ଅସଦାଚରଣ ବଙ୍ଗୀୟ ଗୌରବ ପ୍ରତି ବଡ଼ ଅପମାନ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ […]

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Manoranjan Sial
  • Published: Tuesday, 04 May 2021
  • , Updated: 04 May 2021, 06:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ 'ଖେଲା ହୋବେ’ ବୋଲି ମମତା ବାନାର୍ଜୀ ନାରା ଦେଇଥିଲେ। ଏହା ତାଙ୍କର ରାଜନୈତିକ ପ୍ରଚାର ନଥିଲା। ବରଂ ବିଜେପି କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କ ଉପରେ ଟିଏମ୍‌ସି କ୍ୟାଡରଙ୍କ ଅସଭ୍ୟ, ନିର୍ଦ୍ଦୟୀ ଓ ଆକ୍ରମଣାତ୍ମକ ହିଂସାର ନାରା ଥିଲା। ବିଜୟକୁ ଦର୍ଶାଇବା ପାଇଁ ହିଂସା, ପୋଡ଼ାଜଳା କରିବା ଓ ନାରୀମାନଙ୍କ ପ୍ରତି ଶାରୀରିକ ନିର୍ଯାତନା ଓ ଅସଦାଚରଣ ବଙ୍ଗୀୟ ଗୌରବ ପ୍ରତି ବଡ଼ ଅପମାନ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋଶାଲ୍‌ ମିଡିଆରେ ଲେଖିଛନ୍ତି।

https://twitter.com/dpradhanbjp/status/1389537883128668162?s=20

ସେ ଆହୁରି ମଧ୍ୟ ସୋଶାଲ୍‌ ମିଡିଆରେ ଲେଖିଛନ୍ତି-“ସେକୁଲାର ବୁଦ୍ଧିଜୀବୀ ବୃହତବର୍ଗ ଏସବୁ ଦେଖି ଆଖିବୁଜିବା ଛଳନା କରୁଛନ୍ତି।ତଥାକଥିତ ଆତ୍ମଚିନ୍ତନକାରୀମାନେ ପଶ୍ଚିମବଙ୍ଗ ହିଂସାକୁ ମମତାଙ୍କ ଦ୍ୱାରା ବିପର୍ଯ୍ୟୟ କହିବେ କି?”

ସୂଚନାରୁ ପ୍ରକାଶ, ରବିବାର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ଟିଏମ୍‌ସି କର୍ମୀମାନେ ଆନନ୍ଦ ଉତ୍ସବ ବନାଇବା ବାହାନାରେ ହିଂସାକାଣ୍ଡ ଭିଆଇ ଚାଲିଛନ୍ତି। କେଉଁଠି ବିଜେପି କର୍ମୀଙ୍କୁ ହତ୍ୟା କରାଯାଉଛି ତ ଆଉ କେଉଁଠି ଅଫିସ୍‌କୁ ପୋଡ଼ି ଦିଆଯାଉଛି। ଆଜି ପର୍ଯ୍ୟନ୍ତ ରାଜ୍ୟରେ ଘଟିଥିବା ହିଂସାରେ ୧୨ରୁ ଅଧିକ ଲୋକଙ୍କର ଜୀବନ ଗଲାଣି ବୋଲି ବିଭିନ୍ନ ଗଣମାଧ୍ୟମ ସଂସ୍ଥାରୁ ଜଣାପଡ଼ିଛି।

Related story