ଚିଟଫଣ୍ଡ ଦୁର୍ନୀତିର ଲାଭାର୍ଥୀ ହେଲେ ମମତା ଓ ନବୀନ : ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଟଫଣ୍ଡ ତଦନ୍ତକୁ ନେଇ ପଶ୍ଚିମବଙ୍ଗ ସରକାର ଓ ସିବିଆଇ ମୁହାଁମୁହିଁ ହେବା ଏବଂ ବିଜେଡି ଏହାକୁ ସମର୍ଥନ କରିବା ପରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୀବ୍ର ପ୍ରତିକ୍ରିୟା କରିଛନ୍ତି। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ କଡ଼ା ସମାଲୋଚନା କରି ଧର୍ମେନ୍ଦ୍ର କହିଛନ୍ତି ଯେ, ଯେଉଁମାନେ ସମଦଶା ଭୋଗନ୍ତି ସେମାନେ ଏକାଠି ଲଢ଼ନ୍ତି। ମମତା ବାନାର୍ଜୀଙ୍କ ଟିଏମସି ଓ ନବୀନବାବୁଙ୍କ ବିଜେଡି ଉଭୟ ପୂର୍ବଭାରତରେ ଶାରଦା, ସି-ସୋର, […]

dharmendra-pradhan

Manoranjan Sial
  • Published: Monday, 04 February 2019
  • , Updated: 04 February 2019, 09:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଟଫଣ୍ଡ ତଦନ୍ତକୁ ନେଇ ପଶ୍ଚିମବଙ୍ଗ ସରକାର ଓ ସିବିଆଇ ମୁହାଁମୁହିଁ ହେବା ଏବଂ ବିଜେଡି ଏହାକୁ ସମର୍ଥନ କରିବା ପରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୀବ୍ର ପ୍ରତିକ୍ରିୟା କରିଛନ୍ତି।

ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ କଡ଼ା ସମାଲୋଚନା କରି ଧର୍ମେନ୍ଦ୍ର କହିଛନ୍ତି ଯେ, ଯେଉଁମାନେ ସମଦଶା ଭୋଗନ୍ତି ସେମାନେ ଏକାଠି ଲଢ଼ନ୍ତି। ମମତା ବାନାର୍ଜୀଙ୍କ ଟିଏମସି ଓ ନବୀନବାବୁଙ୍କ ବିଜେଡି ଉଭୟ ପୂର୍ବଭାରତରେ ଶାରଦା, ସି-ସୋର, ଅର୍ଥତତ୍ତ୍ୱ ଭଳି ଚିଟ୍‌ଫଣ୍ଡ କମ୍ପାନୀଗୁଡ଼ିକର ମୁଖ୍ୟ ପୃଷ୍ଠପୋଷକ ଥିଲେ। ପଶ୍ଚିମବଙ୍ଗରେ ମମତା ଓ ଓଡ଼ିଶାରେ ନବୀନ ଚିଟଫଣ୍ଡ ଦୁର୍ନୀତିର ସବୁଠୁ ବଡ଼ ଲାଭାର୍ଥୀ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ପଶ୍ଚିମବଙ୍ଗ ହେଉ ଅବା ଓଡ଼ିଶା, ଯେଉମାନେ ଗରିବ ଲୋକଙ୍କ ପଇସା ଲୁଟ୍ କରିଛନ୍ତି ସେମାନଙ୍କୁ ନ୍ୟାୟ ବ୍ୟବସ୍ଥାରେ ସିବିଆଇ ତଦନ୍ତ ମାଧ୍ୟମରେ ଦଣ୍ଡ ମିଳିବା ଦରକାର। ଭୟରେ ଚିଟଫଣ୍ଡ କେଳେଙ୍କାରୀ ସହ ଜଡ଼ିତ ରାଜନୀତିକ ଦଳମାନେ ଏକାଠି ହୋଇଛନ୍ତି। ୨୦୧୨-୧୩ରେ ଜନସ୍ୱାର୍ଥ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବଳରେ ସିବିଆଇ ତଦନ୍ତ କରୁଛି। ସିବିଆଇ ତା’ର ସାମ୍ବିଧାନିକ ଅଧିକାର ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବଳରେ ତଦନ୍ତ ଆଗକୁ ନେଉଥିବା ବେଳେ, ମମତା ବାନାର୍ଜୀ ଏକ ସାମ୍ବିଧାନିକ ସଙ୍କଟ ସୃଷ୍ଟି କରି ନିଜର ଦୁର୍ବଳତା ଓ ଚୋରିକୁ ଲୁଚାଇବାକୁ ଏଭଳି ସୁଆଙ୍ଗ କରୁଛନ୍ତି।

ଲୋକସଭାରେ ଆଲୋଚନା ବେଳେ, ବିଜେଡି ଏହି ପ୍ରସଙ୍ଗକୁ ସମର୍ଥନ କରିବା ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶାରେ ବିଜେଡିକୁ ସମଦଶା ଭୋଗିବାକୁ ପଡ଼ିବ ବୋଲି ଦଳ ଭୟ କରୁଛି। ନବୀନବାବୁ ଏ ପର୍ଯ୍ୟନ୍ତ ସରୋଜ ସାହୁ ସହ ତାଙ୍କର ସମ୍ପର୍କ କ’ଣ କହିନାହାନ୍ତି। ତା’ମାନେ ସରୋଜ ସାହୁ କ’ଣ ଚିଟଫଣ୍ଡ ଚୋରିରେ ସଂଶ୍ଳିଷ୍ଟ ନାହିଁ? ସେ ପଇସା କ’ଣ ନବୀନ ନିବାସ ଆସିନାହିଁ? ସେକଥା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ପଚାରିଲେ ଆପଣ ମୁହଁ ଫୁଟାଣି ଦେଖାଇବେ। ସିବିଆଇ ରାଜ୍ୟରେ ବିଜେଡି ବିଧାୟକମାନଙ୍କୁ ସମନ ଦେବାବେଳେ ରାଜ୍ୟ ପୁଲିସ ମଧ୍ୟ ସେହି ସମୟରେ ବିଜେପି ନେତାଙ୍କୁ ସମନ ଦେଇଥିଲା। ଆଇନରୁ କେହି ଊର୍ଦ୍ଧ୍ୱରେ ନୁହଁନ୍ତି। ପୁଲିସ ପାଖରେ ଯଦି କୌଣସି ତଥ୍ୟ ପ୍ରମାଣ ଅଛି ତା’ହେଲେ ବିଜେପି ନେତା ହେଲେବି ସେମାନେ ଦଣ୍ଡିତ ହୁଅନ୍ତୁ। ତା’ମାନେ ନୁହେଁ ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏସଆଇଟି ତଦାରଖରେ ଚାଲିଥିବା ତଦନ୍ତକୁ ବାଟବଣା କରାଇବେ। ଓଡ଼ିଶାରେ ବିଜେଡି ଓ କଂଗ୍ରେସ ମଧ୍ୟରେ ସମ୍ପର୍କ ଥିବା ବିଜେପି ଅଭିଯୋଗ କରିଥିଲା। ଆଜି ଲୋକସଭାରେ ବିଜେଡି ସାଂସଦଙ୍କ ମନ୍ତବ୍ୟ ଏହା ସ୍ପଷ୍ଟ କଲା। ଯେଉଁ ଦଳ ଯଥା ଟିଏମ୍‌ସି, ବିଜେଡି, କଂଗ୍ରେସ, ସମାଜବାଦୀ ପାର୍ଟି, ଟିଡିପିର ନେତାମାନେ ଦୁର୍ନୀତିରେ ଛନ୍ଦି ହୋଇଛନ୍ତି, ଗରିବ ଲୋକଙ୍କ ହଜାର ହଜାର କୋଟି ଟଙ୍କା ଲୁଟ୍ କରିଛନ୍ତି ସେମାନେ ଏକାଠି ହୋଇଛନ୍ତି ବୋଲି ସେ କହିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ତଦନ୍ତ କରୁôଥବାବେଳେ ସିବିଆଇକୁ କିଭଳି ମୋଦି ସରକାର ଅସ୍ତ୍ର କରିଛି ବୋଲି ଶ୍ରୀ ପ୍ରଧାନ ଓଲଟା ପ୍ରଶ୍ନ କରିଛନ୍ତି।

Related story