- Videos
- Odisha
- ପାନୀୟଜଳ ପ୍ରକଳ୍ପ ଓ ଭୂତଳ ରାସ୍ତା ଉଦ୍ଘାଟନ କଲେ ଧର୍ମେନ୍ଦ୍ର
ପାନୀୟଜଳ ପ୍ରକଳ୍ପ ଓ ଭୂତଳ ରାସ୍ତା ଉଦ୍ଘାଟନ କଲେ ଧର୍ମେନ୍ଦ୍ର
- Published: Sunday, 29 April 2018
- , Updated: 29 April 2018, 06:33 PM IST
<p>ବାରିପଦା (ଓଡ଼ିଶା ରିପୋର୍ଟର): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ ଏକ ପାନୀୟଜଳ ପ୍ରକଳ୍ପ ଉଦ୍‌ଘାଟନ କରିଥିବା ବେଳେ ୩ଟି ଭୂତଳ ରାସ୍ତାର ଶୀଳାନ୍ୟାସ କରିଛନ୍ତି।</p>
<p>ପ୍ରଥମେ ଧମେନ୍ଦ୍ର ତିଳପଦାରେ ପହଞ୍ଚିଥିଲେ। ସେଠାରେ ନିର୍ମିତ ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ। ଏହାପରେ ସେ ବୈଶିଙ୍ଗା, ବେତନଟୀ ଓ ତକତପୁରରେ ନିର୍ମାଣ ହୋଇଥିବା ୩ଟି ଭୂତଳ ରାସ୍ତାର ଶିଳାନ୍ୟାସ କରିଥିଲେ।</p>
<p>ସେହିପରି ବଡ଼ସାହି ବ୍ଲକ୍ ହରିପୁର ଗାଁରେ ଗ୍ରାମ ସ୍ୱରାଜ ଯୋଜନାର ଶୁଭାରମ୍ଭ କରିଛନ୍ତି ଧର୍ମେନ୍ଦ୍ର। ଏହି ଯୋଜନାରେ ୪ ଶହ ଗାଁକୁ ମାଗଣାରେ ବିଜୁଳି ମିଳିବ। ଉଜ୍ଜ୍ୱଳା ଯୋଜନାରେ ମଧ୍ୟ ମାଗଣାରେ ରନ୍ଧନ ଗ୍ୟାସ ଦିଆଯିବ ବୋଲି ଏହି ଅବସରରେ ଧର୍ମେନ୍ଦ୍ର କହିଥିଲେ।</p>