ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱରରେ ଉଦଘାଟିତ ହୋଇଛି IOCLର ପମ୍ପ୍ ଷ୍ଟେସନ ଓ PHBPLର ଅଶୋଧିତ ତୈଳ ପାଇପ ଲାଇନ୍ ସଂପ୍ରସାରଣ ପ୍ରକଳ୍ପ। ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହି ଦୁଇ ପ୍ରକଳ୍ପ ସହ ଏକ LPG ବଟ୍ଲିଂ ପ୍ଲାଣ୍ଟର ମଧ୍ୟ ଉଦଘାଟନ କରିଛନ୍ତି। ବାଲେଶ୍ୱର ଚାନ୍ଦିପୁର ରାସ୍ତାର ପାତ୍ରପଡ଼ା ନିକଟ ହିଡ଼ିଗାଁଠାରେ ଏହି ସମସ୍ତ ପ୍ରକଳ୍ପର ଉଦ୍‌ଘାଟନ କରାଯାଇଛି। ଜିଲ୍ଲାରେ ନିର୍ମାଣ ହୋଇଥିବା ଏହି ୩ଟି ପ୍ରକଳ୍ପ ଲାଗି ମୋଟ ୩୨୧ କୋଟି ଟଙ୍କା ବ୍ୟୟ ହୋଇଛି। ଏହିସବୁ ପ୍ରକଳ୍ପ ଦ୍ୱାରା ଓଡ଼ିଶା ସମେତ ଝାଡ଼ଖଣ୍ଡ ଓ ଛତିଶଗଡ଼ ଲୋକେ ମଧ୍ୟ ଉପକୃତ ହେବେ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।