ବାଲେଶ୍ୱରରେ ୩ ପ୍ରକଳ୍ପ ଉଦ୍‌ଘାଟନ କଲେ ଧର୍ମେନ୍ଦ୍ର

Ordigital Desk
  • Published: Sunday, 29 April 2018
  • , Updated: 29 April 2018, 01:52 PM IST
<p>ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱରରେ ଉଦଘାଟିତ ହୋଇଛି IOCLର ପମ୍ପ୍ ଷ୍ଟେସନ ଓ PHBPLର ଅଶୋଧିତ ତୈଳ ପାଇପ ଲାଇନ୍ ସଂପ୍ରସାରଣ ପ୍ରକଳ୍ପ।&nbsp; ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହି ଦୁଇ ପ୍ରକଳ୍ପ ସହ ଏକ LPG ବଟ୍ଲିଂ ପ୍ଲାଣ୍ଟର ମଧ୍ୟ ଉଦଘାଟନ କରିଛନ୍ତି। ବାଲେଶ୍ୱର ଚାନ୍ଦିପୁର ରାସ୍ତାର ପାତ୍ରପଡ଼ା ନିକଟ ହିଡ଼ିଗାଁଠାରେ ଏହି ସମସ୍ତ ପ୍ରକଳ୍ପର ଉଦ୍&zwnj;ଘାଟନ କରାଯାଇଛି। ଜିଲ୍ଲାରେ ନିର୍ମାଣ ହୋଇଥିବା ଏହି ୩ଟି ପ୍ରକଳ୍ପ ଲାଗି ମୋଟ ୩୨୧ କୋଟି ଟଙ୍କା ବ୍ୟୟ ହୋଇଛି। ଏହିସବୁ ପ୍ରକଳ୍ପ ଦ୍ୱାରା ଓଡ଼ିଶା ସମେତ ଝାଡ଼ଖଣ୍ଡ ଓ ଛତିଶଗଡ଼ ଲୋକେ ମଧ୍ୟ ଉପକୃତ ହେବେ।</p>

Related story