ଇସ୍ପାତ କ୍ଷେତ୍ରର ଟ୍ରେଡ୍ ୟୁନିୟନ୍ ପ୍ରତିନିଧିଙ୍କୁ ଭେଟିଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର) : କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଇସ୍ପାତ କ୍ଷେତ୍ରର ଟ୍ରେଡ୍ ୟୁନିୟନ୍ ପ୍ରତିନିଧିମାନଙ୍କ ମଧ୍ୟରେ ଆଜି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ଏହି ଆଲୋଚନା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଅଳ୍ପ ଖର୍ଚ୍ଚରେ ଅଧିକ ଲକ୍ଷ୍ୟ ହାସଲ ଓ ଶ୍ରମିକ କଲ୍ୟାଣ ପରସ୍ପର ପରିପନ୍ଥୀ ନୁହନ୍ତି ବରଂ ଉଭୟଙ୍କୁ ଏକା ସଙ୍ଗେ ହାସଲ କରି ହେବ। ଏହି ଆଲୋଚନାରେ ଇସ୍ପାତ ଶିଳ୍ପରେ ଭାଗିଦାରୀ ସଂସ୍କୃତିକୁ ମଜବୁତ କରିବା ପାଇଁ […]

dharmendra-pradhan

Manoranjan Sial
  • Published: Tuesday, 03 September 2019
  • , Updated: 03 September 2019, 10:37 PM IST

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର) : କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଇସ୍ପାତ କ୍ଷେତ୍ରର ଟ୍ରେଡ୍ ୟୁନିୟନ୍ ପ୍ରତିନିଧିମାନଙ୍କ ମଧ୍ୟରେ ଆଜି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି।

ଏହି ଆଲୋଚନା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଅଳ୍ପ ଖର୍ଚ୍ଚରେ ଅଧିକ ଲକ୍ଷ୍ୟ ହାସଲ ଓ ଶ୍ରମିକ କଲ୍ୟାଣ ପରସ୍ପର ପରିପନ୍ଥୀ ନୁହନ୍ତି ବରଂ ଉଭୟଙ୍କୁ ଏକା ସଙ୍ଗେ ହାସଲ କରି ହେବ। ଏହି ଆଲୋଚନାରେ ଇସ୍ପାତ ଶିଳ୍ପରେ ଭାଗିଦାରୀ ସଂସ୍କୃତିକୁ ମଜବୁତ କରିବା ପାଇଁ ଅନେକ ସକାରାତ୍ମକ ଓ ଗଠନ ମୂଳକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏହି ଆଲୋଚନାବେଳେ ଟ୍ରେଡ ୟୁନିୟନର ପ୍ରତିନିଧି ମାନେ ଶ୍ରମିକ କଲ୍ୟାଣ, ମାନବ ସମ୍ବଳର ସୁବିନିଯୋଗ, ଦକ୍ଷତା ବିକାଶ, ସୁରକ୍ଷା, ବାସଗୃହ, ସବୁ ବୟସର ଶ୍ରମିକଙ୍କ ଉପସ୍ଥିତି, ମଜୁରୀର ସଂଶୋଧନ ପ୍ରସଙ୍ଗରେ ଚର୍ଚ୍ଚା ହୋଇଥିଲା।

ଉପସ୍ଥିତ ଟ୍ରେଡ ୟୁନିୟନ ପ୍ରତିନିଧିମାନେ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଶ୍ରମିକମାନଙ୍କ ନିକଟତର ହେବାକୁ ଉଦ୍ୟମକୁ ପ୍ରଶଂସା କରିଥିଲୋ ଗତମାସରେ ବୋକାରୋ ଷ୍ଟିଲ ପ୍ଲାଣ୍ଟ ଗସ୍ତ ସମୟରେ ମନ୍ତ୍ରୀ ଶ୍ରୀ ପ୍ରଧାନ କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ। କର୍ମଚାରୀ ମାନଙ୍କର ସ୍ୱାର୍ଥ ରକ୍ଷା ସହ ପ୍ରବନ୍ଧନ ଓ କର୍ମଚାରୀମାନଙ୍କ ମଧ୍ୟରେ ସହବନ୍ଧନ ମାଧ୍ୟମରେ ଲକ୍ଷ୍ୟ ହାସଲ ତଥା ସ୍ଥାୟୀ ଓ ଠିକା ଉଭୟ କର୍ମଚାରୀଙ୍କୁ ଡିଜିଟାଲ ରାସ୍ତାରେ ଦେୟ ପ୍ରଦାନ କରାଯିବା ସହ ପାରଦର୍ଶିତା ରକ୍ଷା କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱ ଦେଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଇସ୍ପାତ ଶିଳ୍ପର ଟାଉନସିପ ସମସ୍ତ ନାଗରିକଙ୍କ ସହିତ ସ୍ମାର୍ଟ ସିଟି ମାନର ହେବା ଜରୁରୀ। ସେଲ୍ ଦ୍ୱାରା ପ୍ରଦାନ କରାଯାଉଥିବା ସ୍ୱାସ୍ଥ୍ୟ ସେବା ସୁବିଧା ଆଗାମୀ ଦିନରେ ଚାଲୁ ରହିବା ସହ ଏହାକୁ ଆଧୁନିକୀକରଣ କରାଯିବ।

Related story