‘ପରୀ ମା’ ଛାତି ପିଟି କାନ୍ଦୁଛି, ହେଲେ ଆପଣ କ’ଣ କଲେ?’

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): “ପରୀ ମା’ ଛାତି ପିଟି କାନ୍ଦୁଛି, ହେଲେ ଆପଣ କ’ଣ କଲେ। ନିର୍ବାଚନ ପୂର୍ବରୁ ଆପଣ ପରୀ ରଥ ବୁଲାଇଥିଲେ। ହେଲେ ୫ ବର୍ଷ ଶିଶୁ ପରୀର ହତ୍ୟା କିଏ ଓ କାହିଁକି କଲା, ତାହାର ହିସାବ କାହା ପାଖରେ ନାହିଁ। ତା’ ଉତ୍ତର କିନ୍ତୁ ଆପଣଙ୍କୁ ଦେବାକୁ ପଡ଼ିବ।” ବିଜେପି ପକ୍ଷରୁ ଢେଙ୍କାନାଳରେ ଆୟୋଜିତ କୃଷକ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଏପରି ବର୍ଷିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ […]

dharmandra

Niharika Rout
  • Published: Saturday, 26 December 2020
  • , Updated: 26 December 2020, 02:37 PM IST

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): “ପରୀ ମା’ ଛାତି ପିଟି କାନ୍ଦୁଛି, ହେଲେ ଆପଣ କ’ଣ କଲେ। ନିର୍ବାଚନ ପୂର୍ବରୁ ଆପଣ ପରୀ ରଥ ବୁଲାଇଥିଲେ। ହେଲେ ୫ ବର୍ଷ ଶିଶୁ ପରୀର ହତ୍ୟା କିଏ ଓ କାହିଁକି କଲା, ତାହାର ହିସାବ କାହା ପାଖରେ ନାହିଁ। ତା’ ଉତ୍ତର କିନ୍ତୁ ଆପଣଙ୍କୁ ଦେବାକୁ ପଡ଼ିବ।” ବିଜେପି ପକ୍ଷରୁ ଢେଙ୍କାନାଳରେ ଆୟୋଜିତ କୃଷକ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଏପରି ବର୍ଷିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏଥିସହ କହିଛନ୍ତି,  ଆପଣଙ୍କୁ ଓଡ଼ିଆ ଲୋକ ବିଶ୍ୱାସ, ଭରସା କଲେ। ଆଶିର୍ବାଦ ବି କଲେ। ହେଲେ ପରୀ ହତ୍ୟାକାଣ୍ଡରେ ଆପଣଙ୍କ ସରକାରର ପ୍ରଭାବଶାଳୀ ଲୋକ ଏଥିରେ ସଂଶ୍ଳିଷ୍ଟ ଥିବା ଅଭିଯୋଗ ହେଉଛି  । କେବଳ ଗୋଟିଏ ପରୀ ନୁହେଁ, ଗତ ୫ ବର୍ଷରେ ରାଜ୍ୟରେ ୨୭ ହଜାର ଶିଶୁ ନିଖୋଜ ହୋଇଛନ୍ତି। ଏ କଥା ବିଧାନସଭାରେ ଆପଣଙ୍କ ଦଳ ପକ୍ଷରୁ କୁହାଯାଇଛି। ଅଙ୍ଗ ତସ୍କରୀ ପାଇଁ ଏଭଳି ସାଂଘାତିକ କାଣ୍ଡ ଘଟୁଥିବା କୁହାଯାଉଛି। ଆପଣଙ୍କ ଦଳର ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଆସୁଛି। ଛୋଟ ଛୋଟ ଝିଅଙ୍କ ଉପରେ ଅକଥନୀୟ ଅତ୍ୟାଚାର କଥା ବି ଉଠୁଛି।

ମନ୍ତ୍ରୀ ପ୍ରଧାନ କହିଛନ୍ତି, ସୁନା ଚାମଚ ମୁହଁରେ ନେଇ ଜନ୍ମ ହୋଇଥିବା ଲୋକ ଗରୀବ ମା’ ଭଉଣୀ ଦୁଃଖ କୁଆଡ଼ୁ ଜାଣିବେ। ମୋଦି ଗରୀବ ଘରର ପୁଅ। ଗରୀବ କିଷାନ, ମହିଳା, ଯୁବକ ସମସ୍ତଙ୍କ କଷ୍ଟ ମୋଦି ବୁଝିପାରିଛନ୍ତି। କେବଳ ଏତିକି ନୁହେଁ, ଆତ୍ମନିର୍ଭର ଭାରତର କଳ୍ପନା ମଧ୍ୟ କରିଛନ୍ତି ବୋଲି କହିଛନ୍ତି ।

Related story