ମୁଖ୍ୟମନ୍ତ୍ରୀ କେନ୍ଦ୍ର ଅବହେଳା କହି ନିର୍ବାଚନ ବୈତରଣୀ ପାରି ହେବାକୁ ଚେଷ୍ଟା କରୁଛନ୍ତି: ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ରାଜନୀତିରେ ସବୁ ଦଳକୁ ଗୋଡ଼ଟଣା ରୋଗ ଧରିଛି। ନେତାମନ୍ତ୍ରୀମାନେ ଯେଉଁଠିକୁ ଯାଉଛନ୍ତି, ସେଠାରେ ବିରୋଧୀ ଦଳ ଉପରେ ବର୍ଷୁଛନ୍ତି। ସେଥିରୁ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବାଦ ପଡ଼ି ନାହାନ୍ତି। ଆଜି ମୁଖ୍ୟମନ୍ତ୍ରୀ ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରେ ପ୍ରଚାର କରିଥିଲେ। ଗୋଡା କଲେଜ ଗ୍ରାଉଣ୍ଡରେ ଆୟୋଜିତ ସାଧାରଣ ସଭାରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। କହିଥିଲେ,“ ବିଜେପି ପାଇଁ ଓଡ଼ିଶାବାସୀଙ୍କ ଭୋଟ୍ ମୂଲ୍ୟବାନ, ଓଡିଶାବାସୀ ନୁହଁନ୍ତି।” ସେ ଆହୁରି କହିଥିଲେ,“ ପ୍ରଧାନମନ୍ତ୍ରୀ ବନ୍ୟା […]

naveen-and-darmendra

Tapaswini Nayak
  • Published: Friday, 26 April 2019
  • , Updated: 26 April 2019, 05:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ରାଜନୀତିରେ ସବୁ ଦଳକୁ ଗୋଡ଼ଟଣା ରୋଗ ଧରିଛି। ନେତାମନ୍ତ୍ରୀମାନେ ଯେଉଁଠିକୁ ଯାଉଛନ୍ତି, ସେଠାରେ ବିରୋଧୀ ଦଳ ଉପରେ ବର୍ଷୁଛନ୍ତି। ସେଥିରୁ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବାଦ ପଡ଼ି ନାହାନ୍ତି। ଆଜି ମୁଖ୍ୟମନ୍ତ୍ରୀ ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରେ ପ୍ରଚାର କରିଥିଲେ। ଗୋଡା କଲେଜ ଗ୍ରାଉଣ୍ଡରେ ଆୟୋଜିତ ସାଧାରଣ ସଭାରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। କହିଥିଲେ,“ ବିଜେପି ପାଇଁ ଓଡ଼ିଶାବାସୀଙ୍କ ଭୋଟ୍ ମୂଲ୍ୟବାନ, ଓଡିଶାବାସୀ ନୁହଁନ୍ତି।”

ସେ ଆହୁରି କହିଥିଲେ,“ ପ୍ରଧାନମନ୍ତ୍ରୀ ବନ୍ୟା ବାତ୍ୟା ସମୟରେ ଆନ୍ଧ୍ର, ଗୁଜରାଟ ଓ ବିହାର ଯାଇଥିଲେ। ହେଲେ ହୁଡ୍‌ହୁଡ୍‌ ଓ ତିତ୍‌ଲି ବାତ୍ୟା ସମୟରେ ଓଡ଼ିଶା ଆସି ନ ଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିଯୋଗ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜବାବ ରଖିଛନ୍ତି। କହିଛନ୍ତି,“ମାର୍ଚ୍ଚରୁ ଏପ୍ରିଲ ଯାଏ ପ୍ରଚାରରେ ନବୀନଙ୍କ ପାଖରେ ପ୍ରସଙ୍ଗ ନାହିଁ। କେବଳ କେନ୍ଦ୍ର ଅବହେଳା କହି ନିର୍ବାଚନ ବୈତରଣୀ ପାରି ହେବାକୁ ଚେଷ୍ଟା କରୁଛନ୍ତି।”

ସେ କହିଛନ୍ତି,“ ୨୦୧୪ରେ କେନ୍ଦ୍ରରେ ଅସ୍ଥିର ସରକାର ନେଇ ନବୀନ ଭବିଷ୍ୟବାଣୀ କରିଥିଲେ। ଏବେ ସେଇ ପୁରୁଣା କଥା ଦୋହରାଉଛନ୍ତି, ନିଜକୁ ବୁଝାଇବାକୁ ମିଛ କହୁଛନ୍ତି। ୧୯ ବର୍ଷରେ କ’ଣ କରିଛନ୍ତି କହିବାକୁ ତାଙ୍କ ପାଖରେ ସତସାହସ କି ନୈତିକତା ନାହିଁ।”

ଧର୍ମେନ୍ଦ୍ର କହିଛନ୍ତି,“ମୁଖ୍ୟମନ୍ତ୍ରୀ କିଛି ମନଗଢ଼ା କଥା କହି ଓଡ଼ିଆଙ୍କ ବୌଦ୍ଧିକତାକୁ ଅଣଦେଖା କରୁଛନ୍ତି। କିଛି ନକଲି ଓଡ଼ିଆଙ୍କ ପରାମର୍ଶରେ ମିଛୁଆ ରାଧୁଆ ଗପ କହୁଛନ୍ତି।”

 

Related story