ରାଜ୍ୟଙ୍କୁ ମିଳିବ ରାଜସ୍ୱ କ୍ଷତିପୂରଣ, ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ଗୁଡ଼ିକୁ ରାଜସ୍ୱ କ୍ଷତିପୂରଣ ବାବଦରେ ୨୦ ହଜାର କୋଟି ଟଙ୍କା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏତଦ୍‌ବ୍ୟତୀତ ୨୦୧୮-୧୯ ଆର୍ଥିକ ବର୍ଷର ସମନ୍ୱିତ ସାମଗ୍ରୀ ଓ ସେବା ଟିକସ୍‌ (ଆଇଜିଏସ୍‌ଟି) ବାବଦରେ ମଧ୍ୟ ଅତିରିକ୍ତ ଭାବେ ୨୫ ହଜାର କୋଟି ଟଙ୍କା ଦିଆଯିବ। ସପ୍ତାହକ ଭିତରେ ରାଜ୍ୟ ଗୁଡ଼ିକୁ […]

dp-modi

Manoranjan Sial
  • Published: Tuesday, 06 October 2020
  • , Updated: 06 October 2020, 10:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ଗୁଡ଼ିକୁ ରାଜସ୍ୱ କ୍ଷତିପୂରଣ ବାବଦରେ ୨୦ ହଜାର କୋଟି ଟଙ୍କା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏତଦ୍‌ବ୍ୟତୀତ ୨୦୧୮-୧୯ ଆର୍ଥିକ ବର୍ଷର ସମନ୍ୱିତ ସାମଗ୍ରୀ ଓ ସେବା ଟିକସ୍‌ (ଆଇଜିଏସ୍‌ଟି) ବାବଦରେ ମଧ୍ୟ ଅତିରିକ୍ତ ଭାବେ ୨୫ ହଜାର କୋଟି ଟଙ୍କା ଦିଆଯିବ। ସପ୍ତାହକ ଭିତରେ ରାଜ୍ୟ ଗୁଡ଼ିକୁ ଏହା ମିଳିଯିବ ବୋଲି କୁହାଯାଇଛି।

ଶ୍ରୀ ପ୍ରଧାନ ଟ୍ୱିଟ୍‌ କରି ଲେଖିଛନ୍ତି, “୪୨ ତମ ଜିଏସ୍‌ଟି ପରିଷଦ ବୈଠକରେ ଅତିରିକ୍ତ ଭାବରେ ଜିଏସ୍‌ଟି କ୍ଷତିପୂରଣ ସେସ୍‌କୁ ୨୦୨୨ ମସିହା ପରବର୍ତ୍ତୀ ସମୟକୁ ସମ୍ପ୍ରସାରଣ କରାଯାଇଛି। ଅର୍ଥାତ ଜିଏସ୍‌ଟି କାର୍ଯ୍ୟାନ୍ୱୟନ ୫ ବର୍ଷ ପରିବର୍ତ୍ତେ ରାଜ୍ୟ ଗୁଡ଼ିକ ୨୦୨୨ ପରେ ମଧ୍ୟ ଏ ବାବଦ କ୍ଷତିପୂରଣ ପାଇବେ। ଅନ୍ୟପକ୍ଷରେ ସଚ୍ଚୋଟ ଟିକସଦାତାଙ୍କ ପୂରଣ ପାଇଁ ନିଷ୍ପତି ନିଆଯାଇଛି। ୫ କୋଟି ଟଙ୍କା ଇନ୍‌କମ୍‌ କରୁଥିବା ସଚ୍ଚୋଟ ଟିକସଦାତା ମାସିକ ଜିଏସ୍‌ଟି ରିଟର୍ଣ୍ଣ ଦାଖଲ କରିବାର ଆବଶ୍ୟକ ନାହିଁ। ସେମାନେ ତ୍ରୟମାସିକ ବା ୩ ମାସରେ ଥରେ ଜିଏସ୍‌ଟି ରିଟର୍ଣ୍ଣ ଦାଖଲ କରିପାରିବେ। ଏହି ନିଷ୍ପତ୍ତି ଏମ୍‌ଏସ୍‌ଏମ୍‌ଇ ଗୁଡ଼ିକୁ ଆଶ୍ୱସ୍ତି ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନତୃତ୍ୱରେ ଭାରତ ସରକାର ସର୍ବଦା କର୍ପୋରେଟ ଫେଡେରାଲିଜିମ୍‌କୁ ମନ୍ତ୍ର ଭାବରେ ଗ୍ରହଣ କରିଛନ୍ତି। ଏହି ଆଧାରରେ ସରକାର ଓ ନାଗରିକଙ୍କ ମଧ୍ୟରେ ଇଜ୍‌ ଅଫ୍‌ ଡୁଇଙ୍ଗ ବିଜନେସକୁ ଗୁରୁତ୍ୱ ଦିଆଯାଉଛି।”

ଧର୍ମେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି, “ସେହିଭଳି ଋଣ କ୍ଷେତ୍ରରେ କେନ୍ଦ୍ର ସରକାର ୯୭ ହଜାର କୋଟି ଟଙ୍କା ରାଶିକୁ ବଢ଼ାଇ ୧.୧୦ ଲକ୍ଷ କୋଟି ଟଙ୍କା କରିଛନ୍ତି। ଏହି ବିକଳ୍ପକୁ ୨୦ରୁ ଅଧିକ ରାଜ୍ୟ ଗ୍ରହଣ କରିଥିବା ବେଳେ କଂଗ୍ରେସ ଶାସିତ କିଛି ରାଜ୍ୟ ରାଜନୀତି କରିବା ସହ ଏହି ପ୍ରସ୍ତାବକୁ ଜନସାଧାରଣଙ୍କ ହିତରେ ଲାଗୁ କରିବାକୁ ଆଗ୍ରହ ପ୍ରକାଶ କରୁନଥିଲେ।”

Related story