ବାଜପେୟୀଙ୍କ ଜନ୍ମଦିନରେ ବିଜୁବାବୁଙ୍କୁ ମନେ ପକାଇଲେ ଧର୍ମେନ୍ଦ୍ର : ସଂଯୋଗ ନା ସ୍ମୃତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜନ୍ମଦିବସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ମରଣ କରିଛନ୍ତି। ୧୯୯୧-୯୨ ମସିହାରେ ବାଜପେୟୀଙ୍କ ଓଡ଼ିଶା ଗସ୍ତର ଏକ ଫଟୋକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି, ଯେଉଁଥିରେ ବାଜପେୟୀଙ୍କ ସହ ବିଜୁ ପଟ୍ଟନାୟକ ମଧ୍ୟ ଅଛନ୍ତି। ତେବେ ବାଜପେୟୀଙ୍କ ଜନ୍ମଦିନରେ ବିଜୁବାବୁଙ୍କ ଫଟୋଚିତ୍ରକୁ ଶ୍ରୀ ପ୍ରଧାନ ଟ୍ୱିଟ୍ କରି ବିଜୁବାବୁଙ୍କୁ ମନେପକାଇବା ଏକ ସଂଯୋଗ ନା ରାଜ୍ୟରେ ବିଜେଡି ଓ ବିଜେପି […]

b-908

b-908

Tapas Behera
  • Published: Wednesday, 25 December 2019
  • Updated: 25 December 2019, 06:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜନ୍ମଦିବସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ମରଣ କରିଛନ୍ତି। ୧୯୯୧-୯୨ ମସିହାରେ ବାଜପେୟୀଙ୍କ ଓଡ଼ିଶା ଗସ୍ତର ଏକ ଫଟୋକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି, ଯେଉଁଥିରେ ବାଜପେୟୀଙ୍କ ସହ ବିଜୁ ପଟ୍ଟନାୟକ ମଧ୍ୟ ଅଛନ୍ତି। ତେବେ ବାଜପେୟୀଙ୍କ ଜନ୍ମଦିନରେ ବିଜୁବାବୁଙ୍କ ଫଟୋଚିତ୍ରକୁ ଶ୍ରୀ ପ୍ରଧାନ ଟ୍ୱିଟ୍ କରି ବିଜୁବାବୁଙ୍କୁ ମନେପକାଇବା ଏକ ସଂଯୋଗ ନା ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ପୁଣିଥରେ ମେଣ୍ଟ ସମ୍ପର୍କ ଆରମ୍ଭ ପାଇଁ ମାର୍ଗପ୍ରଶସ୍ତ ହେଉଛି ତାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା।
ବିଜେପି ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ ମାଧ୍ୟମରେ ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ବାଜପେୟୀଙ୍କ ସହ ବିଜୁ ପଟ୍ଟନାୟକଙ୍କ ଏକ ଫଟୋଚିତ୍ର ଶେୟାର କରିଛନ୍ତି। ଆଉ ଫଟୋଚିତ୍ର ପଛର କାହାଣୀ ମଧ୍ୟ ଉଲ୍ଲେଖ କରିଛନ୍ତି। ରାଜ୍ୟରେ ବିଜେପିର ଚେହେରା କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଦ୍ୱାରା ବିଜୁ ବାବୁ ଓ ବାଜପେୟୀଙ୍କ ଫଟୋ ତଥା ଏହି ଫଟୋ ପଛର କାହାଣୀ ସମ୍ପର୍କରେ ସୂଚନା ଦିଆଯିବାବେଳେ ବାଜପେୟୀ ଓ ବିଜୁବାବୁଙ୍କ ମଧ୍ୟରେ ଅନ୍ତରଙ୍ଗତାକୁ ଇଙ୍ଗିତ କରିବାକୁ ପଛାଇ ନାହାନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ବାଜପେୟୀଙ୍କର ୯୫ତମ ଜନ୍ମଦିବସରେ ଏହି ଫଟୋଟି ଅନେକ ସ୍ମୃତିକୁ ଉଜ୍ଜୀବିତ କରୁଛି। ଫଟୋଟି ୧୯୯୧-୯୨ ମସିହାର। ଅଟଳଜୀ ଓଡ଼ିଶା ଆସିଥିଲେ। ପାର୍ଟି ଅଫିସରୁ ଓଡ଼ିଶା ବିଧାନସଭା ବୁଲି ଦେଖିବାକୁ ଇଚ୍ଛା କଲେ। ବିଧାନସଭା ବାଚସ୍ପତିଙ୍କ ଗ୍ୟାଲେରୀରେ କିଛି ସମୟ ବସିବା ପରେ ସେ ସମୟର ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଜୁବାବୁ ତାଙ୍କ ତତକାଳୀନ ବ୍ୟକ୍ତିଗତ ସଚିବ ପ୍ୟାରୀମୋହନ ମହାପାତ୍ରଙ୍କୁ ପଠାଇ ଅଟଳଜୀଙ୍କୁ ତାଙ୍କ ପାଖକୁ ଆସିବା ପାଇଁ ଆମନ୍ତ୍ରଣ କରିଥିଲେ। ବିଜୁବାବୁ ମଧ୍ୟ ଅଟଳୀଜୀଙ୍କୁ ପାଛୋଟି ନେଇଥିଲେ। ଅନ୍ତରଙ୍ଗ ଆଳାପ କଲେ। ଏହି ଫଟୋଟିରେ ଅଟଳଜୀ ଓ ବିଜୁବାବୁଙ୍କ ସମେତ ବିଜେପିର ତତକାଳୀନ ବିଧାୟକ ବିକ୍ରମ କେଶରୀ ଦେଓ, ଅରବିନ୍ଦ ଢାଲି ଓ ତକ୍ରାଳୀନ ରାଜ୍ୟ ବିଜେପି ସଭାପତି ଡାକ୍ତର ଦେବେନ୍ଦ୍ର ପ୍ରଧାନ ଉପସ୍ଥିତ ଅଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି।

ତେବେ ପ୍ରଶ୍ନ ଉଠୁଛି, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦୀର୍ଘବର୍ଷ ପରେ କାହିଁକି ପ୍ରଥମଥର ପାଇଁ ବିଜେପିର ପ୍ରତିଷ୍ଠାତା ସଦସ୍ୟ ବାଜପେୟୀଙ୍କ ଜନ୍ମଦିନରେ ବିଜୁବାବୁଙ୍କ ସହ ତାଙ୍କର ଫଟୋଚିତ୍ରକୁ ସୋଶାଲ ମିଡିଆରେ ଶେୟାର କଲେ। କେନ୍ଦ୍ରମନ୍ତ୍ରୀ ଓ ବିଜୁବାବୁଙ୍କ ଏହି ଫଟୋକୁ ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଜୁବାବୁଙ୍କ ଆଦର୍ଶରେ ଗଢ଼ି ଉଠିଥିବା ବିଜୁ ଜନତା ଦଳ ସହ ବିଜେପିର ସମ୍ପର୍କକୁ ପୁଣିଥରେ ନିବିଡ଼ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି କି? ଏହି ଫଟୋକୁ ଶେୟାର କରି ଶ୍ରୀ ପ୍ରଧାନ ରାଜନୀତିକ ବିଶ୍ଲେଷକଙ୍କ ଉଦ୍ଦେଶ୍ୟରେ ଏଭଳି ଅନେକ ପ୍ରଶ୍ନ ଛାଡ଼ିଥିବା ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story