ଯୁବ ବିଜେଡି ସଭାପତି ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତ ସିଲୁ ହେବ କୋର୍ଟ ଚାଲାଣ

କାମାକ୍ଷାନଗର(ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡା ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ଛୋଟରାୟ ଓରଫ ସିଲୁକୁ ୩ ଦିନିଆ ରିମାଣ୍ଡରେ ଆଣିଥିଲା ପୋଲିସ। ଗତ ୧୯ ତାରିଖରେ କାମାକ୍ଷାନଗର ପୋଲିସ ସିଲୁକୁ ରିମାଣ୍ଡରେ ଆଣିଥିଲା। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କାମାକ୍ଷାନଗର ଏସଡିପିଓ ସୁପ୍ରସନ ମଲ୍ଲିକ ସୂଚନା ଦେଇଛନ୍ତି। ସେ କହିଥିଲେ,“ ଯଶୋବନ୍ତ ପରିଡାଙ୍କ ହତ୍ୟାକାଣ୍ଡରେ ସିଲୁ ମୁଖ୍ୟ ଅଭିଯୁକ୍ତ ଥିଲା। ତା’ଠାରୁ ବନ୍ଧୁକ ଓ ୫ଟି ଗୁଳି […]

kamakhya nagara

Rakesh Mallick
  • Published: Tuesday, 22 May 2018
  • , Updated: 22 May 2018, 02:01 PM IST

କାମାକ୍ଷାନଗର(ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡା ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ଛୋଟରାୟ ଓରଫ ସିଲୁକୁ ୩ ଦିନିଆ ରିମାଣ୍ଡରେ ଆଣିଥିଲା ପୋଲିସ। ଗତ ୧୯ ତାରିଖରେ କାମାକ୍ଷାନଗର ପୋଲିସ ସିଲୁକୁ ରିମାଣ୍ଡରେ ଆଣିଥିଲା।

ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କାମାକ୍ଷାନଗର ଏସଡିପିଓ ସୁପ୍ରସନ ମଲ୍ଲିକ ସୂଚନା ଦେଇଛନ୍ତି। ସେ କହିଥିଲେ,“ ଯଶୋବନ୍ତ ପରିଡାଙ୍କ ହତ୍ୟାକାଣ୍ଡରେ ସିଲୁ ମୁଖ୍ୟ ଅଭିଯୁକ୍ତ ଥିଲା। ତା’ଠାରୁ ବନ୍ଧୁକ ଓ ୫ଟି ଗୁଳି ଜବତ କରାଯାଇଛି। ଆଜି ତାକୁ କୋର୍ଟ ଚାଲାଣ କରାଯିବ।”

ସୂଚନାଯୋଗ୍ୟ, ଯଶୋବନ୍ତ ପରିଡାଙ୍କୁ ଗତ ମାର୍ଚ୍ଚ ୨୬ତାରିଖରେ କାମାକ୍ଷାନଗର ଗାନ୍ଧି ମନ୍ଦିର ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା। ଯଶୋବନ୍ତଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିଲା। ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

Related story