ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଥିବା ଢେଙ୍କାନାଳ ସଦର ଥାନାର ଡିଏସ୍ପି ଇନଚାର୍ଜ ଅଭିନବ ଡାଳୁଆଙ୍କୁ ଦୁଇଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିଛି ପୁଲିସ। ଜଟଣି, ଢେଙ୍କାନାଳ, ଖୋର୍ଦ୍ଧା, ଯାଜପୁର ଓ କେଉଁଝରର ପ୍ରମୁଖ ସହରାଞ୍ଚଳରେ ଡାଳୁଆଙ୍କର ୧୪ଟି ପ୍ଲଟ ଥିବାବେଳେ ଏକ ୨ ମହଲା କୋଠା ଥିବା ଜଣାପଡ଼ିଛି। ଆଜି ତାଙ୍କ ରିମାଣ୍ଡ ଅବଧି ସରୁଛି।
ଶ୍ରୀ ଡାଳୁଆଙ୍କ ନାମରେ ଜଟଣୀର ରାମଚନ୍ଦ୍ରପୁରରେ ଥିବା ଗୋଟିଏ ପ୍ଲଟ ଉପରେ ୨ ମହଲା ବିଶିଷ୍ଟ ଘର ରହିଛି। ଯାଜପୁର ଓ ଖୋର୍ଦ୍ଧାରେ ପତ୍ନୀଙ୍କ ନାଁରେ ୫ଟି ପ୍ଲଟ ଅଛି। ଶାଶୁଙ୍କ ନାମରେ ୨ ଓ ଶାଳକଙ୍କ ନାଁରେ ୪ଟି ବେନାମୀ ସଂପତ୍ତି କିଣିଥିବା ଜଣାପଡ଼ିଛି। ଶାଶୁଙ୍କ ନାମରେ ସେ ୨୦୧୮ ଓ ୨୦୨୦ ଏହି ସମ୍ପତ୍ତି ଅକ୍ତିଆର କରିଥିବା ବେଳେ ଶାଳକ ନାମରେ ୨୦୨୦, ୨୦୨୧, ୨୦୨୨ରେ ସମ୍ପତ୍ତି ଅକ୍ତିଆର କରିଛନ୍ତି। ଡାଳୁଆଙ୍କର ମୋଟ୍ ପ୍ଲଟର ମୂଲ୍ୟ ୨ କୋଟିରୁ ଅଧିକ ହେବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଥାଉକି, ଶ୍ରୀ ଡାଳୁଅ ୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଥିଲେ। ସେ ଜଣେ କୋଇଲା ଗାଡ଼ି ମାଲିକଙ୍କ ଠାରୁ ଏହି ଲାଞ୍ଚ ନେଉଥିଲେ।