ଢେଙ୍କାନାଳ: ହାତୀ ଆକ୍ରମଣରେ ମହିଳା ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା  ପରଜଙ୍ଗ ମୁକ୍ତାପଶି  ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କଙ୍କିଳି ଗାଁରେ  ହାତୀ  ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ  ସରସ୍ୱତୀ ସାହୁ। ଗତକାଲି ରାତିରେ ଗାଁ ଭିତରକୁ ହାତୀ ପଶି ଆସି ଘର ଭାଙ୍ଗିବା ବେଳେ ଜୀବନ ବିକଳରେ ସମସ୍ତେ ଦୌଡ଼ି ପଳାଇଥିଲେ। ତେବେ ସରସ୍ୱତୀ ଦୌଡ଼ି ନ ପାରି ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ।  ଗୁରୁତର ଅବସ୍ଥାରେ ଢେଙ୍କାନାଳ  ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଉ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା।

dkl death

Rakesh Mallick
  • Published: Thursday, 21 July 2016
  • , Updated: 21 July 2016, 10:16 AM IST

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା  ପରଜଙ୍ଗ ମୁକ୍ତାପଶି  ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କଙ୍କିଳି ଗାଁରେ  ହାତୀ  ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ  ସରସ୍ୱତୀ ସାହୁ।

ଗତକାଲି ରାତିରେ ଗାଁ ଭିତରକୁ ହାତୀ ପଶି ଆସି ଘର ଭାଙ୍ଗିବା ବେଳେ ଜୀବନ ବିକଳରେ ସମସ୍ତେ ଦୌଡ଼ି ପଳାଇଥିଲେ। ତେବେ ସରସ୍ୱତୀ ଦୌଡ଼ି ନ ପାରି ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ।  ଗୁରୁତର ଅବସ୍ଥାରେ ଢେଙ୍କାନାଳ  ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଉ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା।

Related story